ବ୍ରହ୍ମପୁର: ବିଜେପି କାର୍ଯ୍ୟକ୍ରମକୁ ଯିବାବେଳେ ଅଘଟଣ । ଟ୍ରାକ୍ଟର ଓଲଟି ଚାଲିଗଲା ୨ ଜଣଙ୍କ ଜୀବନ । ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ତାଳଗୁରାନ୍ଥି ନିକଟରେ ଘଟିଛି ଏପରି ଦୁର୍ଘଟଣା । ଦୁର୍ଘଟଣାରେ ୧୩ ଜଣ ଆହତ ମଧ୍ୟ ହୋଇଛନ୍ତି । ଆହତଙ୍କୁ ନିକଟସ୍ଥ କାଞ୍ଚିଲି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ମୃତକ ଦୁଇ ଜଣ ହେଉଛନ୍ତି ଡେରା ଶବର ଓ ଜଗନ୍ନାଥ ଶବର।
ସୂଚନା ଅନୁସାରେ, ବିଜେପିର ଚିକିଟି ବ୍ଲକ ଘେରାଉ କାର୍ଯ୍ୟକ୍ରମ ପାଇଁ ଟ୍ରାକ୍ଟରରେ ଅସୁରକ୍ଷିତ ଅବସ୍ଥାରେ ବୁହା ହୋଇ ଆସୁଥିଲେ ଲୋକ। ତେବେ ଟ୍ରାକ୍ଟର ଭାରସାମ୍ୟ ହରାଇ ପାହାଡ ତଳକୁ ଖସି ପଡିଥିଲା। ପ୍ରଶ୍ନ ଉଠୁଛି, ଆନ୍ଦୋଳନ ନାଁରେ ଅସୁରକ୍ଷିତ ଭାବେ ଲୋକଙ୍କୁ ବୋହି ଆଣିବା କେତେଦୂର ଯୁକ୍ତିଯୁକ୍ତ? ଟ୍ରାକ୍ଟରରେ ଲୋକଙ୍କୁ କାହିଁକି ଅଣା ଯାଉଥିଲା? ଦୁଇ ଜୀବନ ପାଇଁ କିଏ ଉତ୍ତରଦାୟୀ? ଏଭଳି ଅନେକ ପ୍ରଶ୍ନ ଏବେ ଉଠାଇଛନ୍ତି ବୁଦ୍ଧିଜୀବୀ ।