ଆସନ୍ତାକାଲି ନବୀନଙ୍କ ନୂଆ ମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣ ଉତ୍ସବ, କିଏ ହେବେ ନୂଆ ମନ୍ତ୍ରୀ ତାହାକୁ ନେଇ ଚର୍ଚ୍ଚା

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳର ହେବ ପରିବର୍ତ୍ତନ। ୫ମ ପାଳିକୁ ୩ ବର୍ଷ ପୂର୍ଣ୍ଣ ହେବା ପରେ ମୁଖ୍ୟମନ୍ତ୍ରୀ ତାଙ୍କର ମନ୍ତ୍ରୀମଣ୍ଡଳ ପରିବର୍ତ୍ତନ ନେଇ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ମନ୍ତ୍ରିମଣ୍ଡଳର ସବୁ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ସବୁଠାରୁ ବଡ଼ କଥା ହେଉଛି, ନବୀନ ପଟ୍ଟନାୟକ ପ୍ରଥମ ଥର ପାଇଁ ସମସ୍ତ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ କହିଛନ୍ତି  ଏବଂ ସମସ୍ତ ୨୦ ଜଣ ମନ୍ତ୍ରୀ ସାମୁହିକ ଇସ୍ତଫା […]

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳର ହେବ ପରିବର୍ତ୍ତନ। ୫ମ ପାଳିକୁ ୩ ବର୍ଷ ପୂର୍ଣ୍ଣ ହେବା ପରେ ମୁଖ୍ୟମନ୍ତ୍ରୀ ତାଙ୍କର ମନ୍ତ୍ରୀମଣ୍ଡଳ ପରିବର୍ତ୍ତନ ନେଇ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ମନ୍ତ୍ରିମଣ୍ଡଳର ସବୁ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ସବୁଠାରୁ ବଡ଼ କଥା ହେଉଛି, ନବୀନ ପଟ୍ଟନାୟକ ପ୍ରଥମ ଥର ପାଇଁ ସମସ୍ତ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ କହିଛନ୍ତି  ଏବଂ ସମସ୍ତ ୨୦ ଜଣ ମନ୍ତ୍ରୀ ସାମୁହିକ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି।

ଆସନ୍ତାକାଲି ଅର୍ଥାତ ରବିବାର ନୂଆ ମନ୍ତ୍ରିମଣ୍ଡଳ ଶପଥ ନେବ ବୋଲି ଜଣାପଡ଼ିଛି। ଆସନ୍ତାକାଲି ମଧ୍ୟାହ୍ନ ୧୧.୪୫ରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । ଚଳିତ ଥର ନୂଆ ମନ୍ତ୍ରିମଣ୍ଡଳରେ ଯୁବକ, ମହିଳା ତଥା ତୃଣମୂଳସ୍ତରରେ ସଂଗଠନ ସହ ଜଡିତ ଥିବା ନେତାଙ୍କୁ ନବୀନ ନିଜ ନୂଆଟିମରେ ସାମିଲ କରିବା ନେଇ ଚର୍ଚ୍ଚା ଜୋରହେଉଛି । ଗତ ପଞ୍ଚାୟତ ଏବଂ ପୌର ନିର୍ବାଚନରେ ଏହାର ଝଲକ ଦେଖିବାକୁ ମିଳିଥିବା ବେଳେ ରାଜ୍ୟସଭା ନିର୍ବାଚନରେ ମଧ୍ୟ ସମାନ କଥା ଦେଖାଯାଇଥିଲା ।

ତେବେ ନବୀନଙ୍କ ନୂତନ ମନ୍ତ୍ରୀ ମଣ୍ଡଳରେ କିଏ ସାମିଲ ହେବେ ଏବଂ କାହାକୁ ସଂଗଠନ ଦାୟିତ୍ୱ ପ୍ରଦାନ କରାଯିବ ତାହା ଜଣାପଡିନଥିବା ବେଳେ କିଛି ନାଁକୁ ନେଇ ଚର୍ଚ୍ଚା ଲାଗିରହିଛି। ମନ୍ତ୍ରିମଣ୍ଡଳରେ ୧୦ରୁ ୧୨ ଜଣ ନୂଆ ମୁହଁ ସାମିଲ ହେବାକୁ ଥିବା ବେଳେ ଅନ୍ୟ ମନ୍ତ୍ରୀ ମାନଙ୍କ ବିଭାଗ ପରିବର୍ତ୍ତନ ହେବ ବୋଲି ଜଣାପଡିଛି। ସୂଚନାନୁସାରେ ବିଭିନ୍ନ ବିବାଦରେ ଛନ୍ଦି ହୋଇଥିବା ୧୦ ଅଧିକ ମନ୍ତ୍ରୀଙ୍କର ପଦ କଟାଯିବ। ଏଥି ସହ ନବୀନଙ୍କ ନୂଆ ମନ୍ତ୍ରୀମଣ୍ଡଳରେ ୮ ପୁରୁଣା ମନ୍ତ୍ରୀଙ୍କ ବଦଳିବ ବିଭାଗ। ଏଥି ସହ ମନ୍ତ୍ରୀ ସଂଖ୍ୟା ୨୦ ନୁହଁ ୨୧ ହେବ ।

ଅନ୍ୟପଟେ ଗଣାମଧ୍ୟମରେ ହେଉଥିବା ଚର୍ଚ୍ଚା ଅନୁସାରେ ନବୀନଙ୍କ ମନ୍ତ୍ରୀମଣ୍ଡଳରୁ ବାଦ୍‌ପଡିବା ପାଇଁ  ପାଇଁ ଛଅଟି “ମାନ ଦଣ୍ଡ” ସ୍ଥିର ହୋଇଛି । ଯେଉଁ ମନ୍ତ୍ରୀଙ୍କ ‘ଇଣ୍ଡିଗ୍ରିଟି ଡାଉଟଫୁଲ’ ଥିବ, ଯେଉଁ ମନ୍ତ୍ରୀଙ୍କ କାର୍ଯ୍ୟ ଦକ୍ଷତା ଭଲ ନ ଥିବ, ଯେଉଁ ମନ୍ତ୍ରୀ କିଛି ‘ଘୋଟଲା’ରେ ସାମିଲ ଥିବେ, ଯେଉଁ ମନ୍ତ୍ରୀ ବିବାଦୀୟ ହୋଇଥିବେ, ଯେଉଁ ମନ୍ତ୍ରୀ ଦଳ ପାଇଁ ବାରମ୍ବାର ସମସ୍ୟା ସୃଷ୍ଟି କରୁଥିବେ ଓ ପଞ୍ଚାୟତ, ପୌର ନିର୍ବାଚନରେ ଦକ୍ଷତା ପ୍ରତିପାଦନ କରିନଥିବେ ସେମାନେ ମନ୍ତ୍ରୀମଣ୍ଡଳରୁ ବାଦ୍‌ ପଡିବେ।

ସେପେଟ ଦଳପାଇଁ ତଳସ୍ତରରେ ସାଙ୍ଗଠନିକ ଦକ୍ଷତାକୁ ମଜବୁତ କରିବା ପାଇଁ ଯେଉଁ ନେତା କାମ କରିଛନ୍ତି । ପଞ୍ଚାୟତ ଓ ପୌର ନିର୍ବାଚନରେ ଯେଉଁମାନେ ଦଳ ପାଇଁ ଭଲ ପ୍ରଦର୍ଶନ କରିଛନ୍ତି ନବୀନ ସେମାନଙ୍କୁ ସୁଯୋଗ ଦେବାକୁ ଯାଉଛନ୍ତି । ଆଉ ଏହି ନୂଆ ତାଲିକାରେ ଅନେକ ନେତାଙ୍କ ନାଁ ମଧ୍ୟ ସାମ୍ନାକୁ ଆସୁଛି । ଚର୍ଚ୍ଚା ହେଉଛି ବୌଦ୍ଧରୁ ପ୍ରଦୀପ ଅମାତ, ଗଞ୍ଜାମରୁ ଲତିକା ପ୍ରଧାନ, କେନ୍ଦ୍ରାପଡାରୁ ଅତନୁ ସବ୍ୟସାଚ୍ଚୀ ନାୟକ, କେନ୍ଦୁଝରରୁ ବଦ୍ରିନାରାୟଣ ପାତ୍ର, ବାଲେଶ୍ୱରରୁ ଅଶ୍ୱିନୀ ପାତ୍ର, ମୟୂରଭଞ୍ଜରୁ ବାସନ୍ତୀ ହେମ୍ରମ୍ବଙ୍କ ମନ୍ତ୍ରିମଣ୍ଡଳରେ ସୁଯୋଗ ମିଳିପାରେ । ସେହିଭଳି ପ୍ରତାପ ଦେବ, ସୂର୍ୟ୍ୟନାରାୟଣ ପାତ୍ର, ସୁଶାନ୍ତ ରାଉତଙ୍କୁ ମଧ୍ୟ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇପାରେ । ନୂଆ ମନ୍ତ୍ରୀମାନଙ୍କୁ ଫୋନ ଯାଉଥିବା ମଧ୍ୟ ସୂଚନା ମିଳିଛି ।

About The Author: The Sakala