ଆସନ୍ତାକାଲି ଚନ୍ଦ୍ରଗ୍ରହଣ, ଜାଣନ୍ତୁ କେତେବେଳେ କରିବେ ଦେବନୀତି ଓ ଭସାଇବେ ଡଙ୍ଗା…

ପୁରୀ: ଆସନ୍ତା ମଙ୍ଗଳବାର କାର୍ତ୍ତିକ ପୂର୍ଣ୍ଣମୀରେ ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ। ତେବେ ଚନ୍ଦ୍ରଗ୍ରହଣରେ ଦେବନୀତି, ପାକ ତ୍ୟାଗ, କେଉଁଭଳି ପାଳନ କରାଯିବ, କେତେବେଳେ ଗ୍ରହଣ ସ୍ପର୍ଶ ଏବଂ ଛାଡିବ ସେ ବିଷୟରେ ଜାଣିବା ପାଇଁ ସମସ୍ତଙ୍କ ମଧ୍ୟରେ ଉତ୍କଣ୍ଠା ରହିଛି। ଏ ସମ୍ପର୍କରେ ଜଗନ୍ନାଥ ସଂସ୍କୃତି ଗବେଷକ ତଥା ଜ୍ୟୋତିର୍ବିଦ ଡ. ନରେଶ ଚନ୍ଦ୍ର ଦାଶ କୁହନ୍ତି, ୮ ତାରିଖ ଅପରାହ୍ନ ୨ଟା ୩୮ ମିନିଟ୍‍ ୧୪ ସେକେଣ୍ଡରେ ଗ୍ରହଣ ସ୍ପର୍ଶ କରିବ। ସନ୍ଧ୍ୟା ୬ଟା ୧୮ […]

ପୁରୀ: ଆସନ୍ତା ମଙ୍ଗଳବାର କାର୍ତ୍ତିକ ପୂର୍ଣ୍ଣମୀରେ ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ। ତେବେ ଚନ୍ଦ୍ରଗ୍ରହଣରେ ଦେବନୀତି, ପାକ ତ୍ୟାଗ, କେଉଁଭଳି ପାଳନ କରାଯିବ, କେତେବେଳେ ଗ୍ରହଣ ସ୍ପର୍ଶ ଏବଂ ଛାଡିବ ସେ ବିଷୟରେ ଜାଣିବା ପାଇଁ ସମସ୍ତଙ୍କ ମଧ୍ୟରେ ଉତ୍କଣ୍ଠା ରହିଛି। ଏ ସମ୍ପର୍କରେ ଜଗନ୍ନାଥ ସଂସ୍କୃତି ଗବେଷକ ତଥା ଜ୍ୟୋତିର୍ବିଦ ଡ. ନରେଶ ଚନ୍ଦ୍ର ଦାଶ କୁହନ୍ତି, ୮ ତାରିଖ ଅପରାହ୍ନ ୨ଟା ୩୮ ମିନିଟ୍‍ ୧୪ ସେକେଣ୍ଡରେ ଗ୍ରହଣ ସ୍ପର୍ଶ କରିବ। ସନ୍ଧ୍ୟା ୬ଟା ୧୮ ମିନିଟ୍‍ ୪୭ ସେକେଣ୍ଡରେ ସର୍ବମୋକ୍ଷ ହେବ। ଏହି ଗ୍ରହଣ ସନ୍ଧ୍ୟା ୫ଟା ୫ ମିନିଟ୍‍ ୫୯ ସେକେଣ୍ଡଠାରୁ ସନ୍ଧ୍ୟା ୬ଟା ୧୮ ମିନିଟ୍‍ ୪୭ ସେକେଣ୍ଡ ପର୍ଯ୍ୟନ୍ତ ଦୃଶ୍ୟମାନ ହେବ। ଦୃଶ୍ୟକାଳ ୧ ଘଣ୍ଟା ୧୨ ମିନିଟ୍‍ ୩୯ ସେକେଣ୍ଡ।

ସେହିପରି ଗ୍ରହଣର ଆଦ୍ୟନ୍ତ କାଳ ୩ ଘଣ୍ଟା ୪୦ ମିନିଟ୍‍ ୩୩ ସେକେଣ୍ଡ ରହିବ। ତେବେ ଭୋର ୫ଟା ୫୪ ମିନିଟ୍‍ ୫୩ ସେକେଣ୍ଡଠାରୁ ଅନ୍ନଭୋଜନ, ପାକକର୍ମ ଓ ଦେବନୀତି ନିଷେଧ। ସେହିଦିନ କାର୍ତ୍ତିକ ପୂର୍ଣ୍ଣିମା ଥିବାରୁ ଜନସାଧାରଣ ଡଙ୍ଗା ଭସାଇବେ। ତେଣୁ ଚନ୍ଦ୍ରଗ୍ରହଣ ଲାଗୁଥିବାରୁ ମଙ୍ଗଳବାର ଭୋର ୫ଟା ୫୪ ମିନିଟ୍‍ ପୂର୍ବରୁ ଦେବନୀତି, ଡଙ୍ଗାଭସା ସାରିବା ବିଧେୟ। ସନ୍ଧ୍ୟା ୬ଟା ୧୯ ମିନିଟ୍‍ ରେ ସର୍ବମୋକ୍ଷ ପରେ ସ୍ନାନ, ଦେବନୀତି, ପାକକର୍ମ ଆଦି କରଣୀୟ ବୋଲି ଜ୍ୟୋର୍ତିବିଦ୍‍ ଡ. ଦାଶ କହିଛନ୍ତି।

About The Author: The Sakala