ବିଜେଡି ପ୍ରତି ବଢୁଛି ବିରୋଧୀଙ୍କ ସମର୍ଥନ: ବିଜେଡିରେ ମିଶିଲେ କୋରାପୁଟ ଜିଲ୍ଲାର ୩ ଟାଣୁଆ ନେତା

ଭୁବନେଶ୍ୱର: ଆହୁରି ସଶକ୍ତ ହେଉଛି ବିଜେଡ଼ି। ବିଜେଡିରେ ମିଶିଲେ କୋରାପୁଟ ଜିଲ୍ଲାର ତିନି ଟାଣୁଆ ନେତା । କୋରାପୁଟ ଓ ମାଲକାନଗିରି ଜିଲ୍ଲା ବିଜେଡି ପର୍ଯ୍ଯବେକ୍ଷକ ଚନ୍ଦ୍ରସାରଥି ବେହେରା ଏବଂ ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ଏମାନେ ବିଜେଡିରେ ସାମିଲ ହୋଇଛନ୍ତି। ହାତ ଛାଡ଼ି ଶଙ୍ଖ ଫୁଙ୍କିଛନ୍ତି ଜୟପୁର ନିର୍ବାଚନମଣ୍ଡଳୀର ୨୦୦୯ କଂଗ୍ରେସ ବିଧାୟକ ପ୍ରାର୍ଥୀ ନାଗରାଜ ଦୋରା, ବୋରିଗୁମ୍ମା ବ୍ଲକ କଂଗ୍ରେସ କମିଟିର ପୂର୍ବତନ ଉପସଭାପତି ନିରଞ୍ଜନ ପ୍ରଧାନ ଓ ବୋରିଗୁମ୍ମା ଛାତ୍ର […]

ଭୁବନେଶ୍ୱର: ଆହୁରି ସଶକ୍ତ ହେଉଛି ବିଜେଡ଼ି। ବିଜେଡିରେ ମିଶିଲେ କୋରାପୁଟ ଜିଲ୍ଲାର ତିନି ଟାଣୁଆ ନେତା । କୋରାପୁଟ ଓ ମାଲକାନଗିରି ଜିଲ୍ଲା ବିଜେଡି ପର୍ଯ୍ଯବେକ୍ଷକ ଚନ୍ଦ୍ରସାରଥି ବେହେରା ଏବଂ ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ଏମାନେ ବିଜେଡିରେ ସାମିଲ ହୋଇଛନ୍ତି। ହାତ ଛାଡ଼ି ଶଙ୍ଖ ଫୁଙ୍କିଛନ୍ତି ଜୟପୁର ନିର୍ବାଚନମଣ୍ଡଳୀର ୨୦୦୯ କଂଗ୍ରେସ ବିଧାୟକ ପ୍ରାର୍ଥୀ ନାଗରାଜ ଦୋରା, ବୋରିଗୁମ୍ମା ବ୍ଲକ କଂଗ୍ରେସ କମିଟିର ପୂର୍ବତନ ଉପସଭାପତି ନିରଞ୍ଜନ ପ୍ରଧାନ ଓ ବୋରିଗୁମ୍ମା ଛାତ୍ର କଂଗ୍ରେସର ପୂର୍ବତନ ସଭାପତି ସୁବାସ ଚନ୍ଦ୍ର ନାୟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଏମାନେ ବିଜେଡିରେ ସାମିଲ ହୋଇଥିବା କହିଛନ୍ତି । କୋରାପୁଟ ଜିଲ୍ଲାରେ ବିଜେଡି କେମିତି ଅଧିକ ମଜବୁତ ହେବ, ସେ ନେଇ କାମ କରିବେ ବୋଲି ଏହି ୩ ନେତା କହିଛନ୍ତି ।

ଆଗକୁ ପଞ୍ଚାୟତ ନିର୍ବାଚନ ରହିଛି । ଏଭଳି ସମୟରେ ବିରୋଧୀଙ୍କ ବିଜେଡି ପ୍ରତି ସମର୍ଥନ ବଢ଼ିବାରେ ଲାଗିଛି। ଫଳରେ ଏହାର ପ୍ରଭାବ ନିର୍ବାଚନ ଫଳାଫଳ ଉପରେ ମଧ୍ୟ ପଡ଼ିବ। ବିରୋଧୀ ଦଳ ଅଧିକ ଦୁର୍ବଳ ହେଉଥିବା ବେଳେ ଶାସକ ବିଜେଡି ଅଧିକ ସଶକ୍ତ ହେବାରେ ଲାଗିଛି।

About The Author: The Sakala