ଓଡ଼ିଶାର ଆଗୁଆ ପଦକ୍ଷେପ, ରାଜ୍ୟର ସବୁ କୋଭିଡ୍‌ ହସ୍ପିଟାଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା କଡ଼ାକଡ଼ି

ଭୁବନେଶ୍ୱର: କରୋନା ପାଇଁ ଦେଶର ସମସ୍ତ ହସ୍ପିଟାଲରେ ରୋଗୀଙ୍କ ସଂଖ୍ଯା ବଢ଼ିଛି। ଏହି ମହାମାରୀ ସମୟରେ ହସ୍ପିଟାଲ ଗୁଡିକରେ ଅଭାବନୀୟ ଚିତ୍ର ଦେଖିବାକୁ ମିଳୁଛୁ। କେଉଁଠାରେ ଅକ୍ସିଜେନ ଗ୍ଯାସ ଲିକ୍ ହୋଇ ତ’ ଆଉ କେଉଁଠି ସଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟୁଛି। ଏଥିରେ ବହୁ କରୋନା ସଂକ୍ରମିତ ପ୍ରାଣ ହରାଉଛନ୍ତି ।  କୋଭିଡ୍ ହସ୍ପିଟାଲରେ ସମ୍ଭାବ୍ୟ ଅଗ୍ନିକାଣ୍ଡର ମୁକାବିଲା ପାଇଁ ପୁଣି ଥରେ ଆଗୁଆ ପଦକ୍ଷେପ ନେଇଛି ଓଡ଼ିଶା। କଡ଼ାକଡ଼ି କରାଯାଇଛି ଅଗ୍ନି ନିରାପତ୍ତା ବ୍ୟବସ୍ଥା । […]

ଭୁବନେଶ୍ୱର: କରୋନା ପାଇଁ ଦେଶର ସମସ୍ତ ହସ୍ପିଟାଲରେ ରୋଗୀଙ୍କ ସଂଖ୍ଯା ବଢ଼ିଛି। ଏହି ମହାମାରୀ ସମୟରେ ହସ୍ପିଟାଲ ଗୁଡିକରେ ଅଭାବନୀୟ ଚିତ୍ର ଦେଖିବାକୁ ମିଳୁଛୁ। କେଉଁଠାରେ ଅକ୍ସିଜେନ ଗ୍ଯାସ ଲିକ୍ ହୋଇ ତ’ ଆଉ କେଉଁଠି ସଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟୁଛି। ଏଥିରେ ବହୁ କରୋନା ସଂକ୍ରମିତ ପ୍ରାଣ ହରାଉଛନ୍ତି ।  କୋଭିଡ୍ ହସ୍ପିଟାଲରେ ସମ୍ଭାବ୍ୟ ଅଗ୍ନିକାଣ୍ଡର ମୁକାବିଲା ପାଇଁ ପୁଣି ଥରେ ଆଗୁଆ ପଦକ୍ଷେପ ନେଇଛି ଓଡ଼ିଶା। କଡ଼ାକଡ଼ି କରାଯାଇଛି ଅଗ୍ନି ନିରାପତ୍ତା ବ୍ୟବସ୍ଥା । ଅଗ୍ନିକାଣ୍ଡ ଜନିତ ଯେକୌଣସି ଅଘଟଣକୁ ଏଡ଼ାଇବା ପାଇଁ ସମସ୍ତ କୋଭିଡ୍ ହସ୍ପିଟାଲରେ ଫାୟାର ମ୍ୟାନ୍ ନିୟୋଜିତ ଅଛନ୍ତି । ଏନେଇ ଅଗ୍ନିଶମ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ଅନୁଯାୟା, ଗତକାଲି ମହାରାଷ୍ଟ୍ରର ଏକ କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ୧୪ ଜଣ ରୋଗୀ ପ୍ରାଣ ହରାଇଥିଲେ ।

About The Author: The Sakala