ଭୁବନେଶ୍ୱର: ଭୁବନେଶ୍ୱର ବିମାନ ବନ୍ଦର ନିକଟରେ ବାଘ ଆତଙ୍କ । ବିମାନ ବନ୍ଦର ଡ଼ମ୍ପିଙ୍ଗ ୟାର୍ଡ଼ରେ କାମ କରୁଥିବା ସମୟରେ ସକାଳ 9.29 ସମୟରେ ଜଣେ ମହିଳା କର୍ମଚାରୀ ବାଘକୁ ଦେଖିଥିବା କହିଛନ୍ତି । କଳା ଛିଟା ଥିବା ବଡ଼ ହଳଦିଆ ରଙ୍ଗ ବାଘ ଗଛ ଚଢି ଯାଉଥିବା ବେଳେ ଭୟରେ ସମସ୍ତେ ଦୌଡ଼ିବାକୁ ଲାଗିଥିଲେ । ଏ ନେଇ ସେମାନେ ବିମାନ ବନ୍ଦର କର୍ତୃପକ୍ଷଙ୍କୁ ସୂଚନା ଦେଇଛନ୍ତି । ବନ ବିଭାଗକୁ ବି ସେମାନେ ଖବର ଦେଇଛନ୍ତି । ହେଲେ ଏ ଯାଏଁ ସେମାନେ ଆସି ନଥିବାରୁ ଭୟ ବଢିଛି । ବାଘର ପାଦ ଚି଼ହ୍ନ ବି ରହିଛି । ବାଘକୁ କାବୁ ନ କରିବା ଯାଏଁ କାମ କରିବେନି ବୋଲି ସମସ୍ତେ କହିଛନ୍ତି । ବିମାନବନ୍ଦର ଏକ ଜନଗହଳି ପୂର୍ଣ୍ଣ ସ୍ଥାନ ହୋଇଥିବାରୁ ଆଖପାଖ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି ।
ଭୁବନେଶ୍ୱର ବିମାନବନ୍ଦର ନିକଟରେ ବାଘ ଆତଙ୍କ ! ସ୍ଥାନୀୟ ଲୋକେ ଭୟଭୀତ
ଭୁବନେଶ୍ୱର: ଭୁବନେଶ୍ୱର ବିମାନ ବନ୍ଦର ନିକଟରେ ବାଘ ଆତଙ୍କ । ବିମାନ ବନ୍ଦର ଡ଼ମ୍ପିଙ୍ଗ ୟାର୍ଡ଼ରେ କାମ କରୁଥିବା ସମୟରେ ସକାଳ 9.29 ସମୟରେ ଜଣେ ମହିଳା କର୍ମଚାରୀ ବାଘକୁ ଦେଖିଥିବା କହିଛନ୍ତି । କଳା ଛିଟା ଥିବା ବଡ଼ ହଳଦିଆ ରଙ୍ଗ ବାଘ ଗଛ ଚଢି ଯାଉଥିବା ବେଳେ ଭୟରେ ସମସ୍ତେ ଦୌଡ଼ିବାକୁ ଲାଗିଥିଲେ । ଏ ନେଇ ସେମାନେ ବିମାନ ବନ୍ଦର କର୍ତୃପକ୍ଷଙ୍କୁ ସୂଚନା ଦେଇଛନ୍ତି । ବନ ବିଭାଗକୁ ବି ସେମାନେ ଖବର […]