ଭୁବନେଶ୍ବର: ଓଡିଶା ସହ ଯୋଡିହେବ ଉତ୍ତର-ପୂର୍ବ ରାଜ୍ୟ । ଅକ୍ଟୋବର ୨୯ରୁ ଆରମ୍ଭ ହେବ ଭୁବନେଶ୍ୱରରୁ ଗୌହାଟୀ ଡାଇରେକ୍ଟ ଫ୍ଳାଇଟ୍ । ସପ୍ତାହକୁ ସାତଦିନ ଇଣ୍ଡିଗୋ ଯୋଗାଇବ ବିମାନ ସେବା । ଦେଢ ଘଣ୍ଟାରେ ଭୁବନେଶ୍ୱରରୁ ଗୌହାଟୀ ପହଞ୍ଚିବେ ଯାତ୍ରୀ । ଆଗକୁ ଜମ୍ମୁ, ଚଣ୍ଡିଗଡ ଏବଂ ସୁରଟକୁ ସିଧାସଳଖ ଉଡିପାରେ ବିମାନ । ଯାତ୍ରୀଙ୍କ ଡିମାଣ୍ଡକୁ ଦେଖି ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଛନ୍ତି। ଏ ନେଇ ସୂଚନା ଦେଇଛନ୍ତି ବିମାନ ବନ୍ଦର ନିର୍ଦ୍ଦେଶକ।
ପୂର୍ବରୁ ଓଡିଶା ସହ ଯୋଡି ହୋଇଛି ୨୦ ଟି ଡେଷ୍ଟିନେସନ । ଦୈନିକ ୧୩ ହଜାରରୁ ଅଧିକ ଯାତ୍ରୀ ଯିବା ଆସିବା କରୁଛନ୍ତି। ଗୌହାଟୀକୁ ସିଧା ବିମାନ ସେବାକୁ ନେଇ ଖୁସି ପ୍ରକଟ କରିଛନ୍ତି ଯାତ୍ରୀ । ସମୟ ବଞ୍ଚିବା ସହ ସହଜ ହେବ କାମ ବୋଲି ଯାତ୍ରୀ କହିଛନ୍ତି।