ଆଜିଠୁ ବଢ଼ିବ କାଳବୈଶାଖୀ ପ୍ରକୋପ, ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ଓ ୟେଲୋ ଆଲର୍ଟ ଜାରି…

ଭୁବନେଶ୍ବର:ଗତ ୨-୩ ଦିନ ହେବ ରାଜ୍ୟର ଅନେକ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ଲାଗି ରହିଛି। ଏହାର ପ୍ରଭାବ ଆହୁରି ୪ ଦିନ ଯାଏଁ ଜାରି ରହିବ। କାଳବୈଶାଖୀ ଯୋଗୁଁ ବର୍ଷା ସହ ବିଜୁଳି ଘଡ଼ଘଡ଼ି ଓ ଝଟକା ପବନ ଅଧିକ ରହିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ। ଅନ୍ୟପଟେ ରାଜ୍ୟରେ ଅନେକ ସ୍ଥାନରେ ଅସହ୍ୟ ଗରମ ଓ ଗୁଳୁଗୁଳି ଜାରି ରହିଥିବା ବେଳେ ୧୯ ତାରିଖ ବେଳକୁ ଏଥିରୁ ସାମାନ୍ୟ ଆଶ୍ୱସ୍ତିି ମିଳିବ ବୋଲି […]

ଭୁବନେଶ୍ବର:ଗତ ୨-୩ ଦିନ ହେବ ରାଜ୍ୟର ଅନେକ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ଲାଗି ରହିଛି। ଏହାର ପ୍ରଭାବ ଆହୁରି ୪ ଦିନ ଯାଏଁ ଜାରି ରହିବ। କାଳବୈଶାଖୀ ଯୋଗୁଁ ବର୍ଷା ସହ ବିଜୁଳି ଘଡ଼ଘଡ଼ି ଓ ଝଟକା ପବନ ଅଧିକ ରହିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ।

ଅନ୍ୟପଟେ ରାଜ୍ୟରେ ଅନେକ ସ୍ଥାନରେ ଅସହ୍ୟ ଗରମ ଓ ଗୁଳୁଗୁଳି ଜାରି ରହିଥିବା ବେଳେ ୧୯ ତାରିଖ ବେଳକୁ ଏଥିରୁ ସାମାନ୍ୟ ଆଶ୍ୱସ୍ତିି ମିଳିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପାଣିପାଗ ବିଶେଷଜ୍ଞ ଶରତ ସାହୁ କହିଛନ୍ତି, ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଏକ ପାଣିପାଗ ନିୟାମକ ସୃଷ୍ଟି ହୋଇଥିବା ବେଳେ ଏହା ୧୮ ତାରିଖ ବେଳକୁ ତାମିଲନାଡୁ ଉପକୂଳ ଅତିକ୍ରମ କରିବ। ପରେ କର୍ଣ୍ଣାଟକ ଓ କେରଳ ଉପକୂଳ ଦେଇ ଆରବସାଗରକୁ ଯିବ। ଆରବସାଗରରୁ ଏହା ଉତ୍ତର-ପଶ୍ଚିମ ଦେଇ ମହାରାଷ୍ଟ୍ର ଉପକୂଳରେ ଘନୀଭୂତ ହେବାର ସମ୍ଭାବନା ରହିଛି। ପ୍ରଭାବରେ ଓଡ଼ିଶାକୁ ଦକ୍ଷିଣ-ପୂର୍ବ ବା ଦକ୍ଷିଣ ଦିଗରୁ ପବନ ବହିବ। ଫଳରେ ରାଜ୍ୟରେ ୧୯ ତାରିଖରୁ ଗରମ ଓ ଗୁଳୁଗୁଳିରୁ ସାମାନ୍ୟ ଆଶ୍ୱସ୍ତି ମିଳିବ।

୨୪ ତାରିଖ ବେଳକୁ ତାପମତ୍ରା ହ୍ରାସ ପାଇବ। ତାପମାତ୍ରା ହ୍ରାସ ପାଇବା ସହ ଗରମ ଓ ଗୁଳୁଗୁଳି ମଧ୍ୟ କମ ରହିବ। ଆଜିଠାରୁ କାଳବୈଶାଖୀର ତୀବ୍ରତା ବଢ଼ିବ। ପ୍ରଭାବରେ ଅନେକ ସ୍ଥାନରେ ବର୍ଷା ସହ ବିଜୁଳି ଘଡଘଡ଼ି ହେବ ବୋଲି ଡଃ ସାହୁ କହିଛନ୍ତି। ଗତ ୨୪ ଘଣ୍ଟାରେ ମାତ୍ର ୫ ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ଏହାଠାରୁ ଅଧିକ ରହିଥିଲେ ମଧ୍ୟ ଗୁଳୁଗୁଳି ଯୋଗୁଁ ଉପକୂଳରେ ଲୋକେ ଅଥୟ ହୋଇଛନ୍ତି। ଆଜି ସକାଳ ୧୧ ଟା ୩୦ ସମୟରେ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ୩୫-୩୬ ଡିଗ୍ରୀ ସହ ଆର୍ଦ୍ରତା ପାଖାପାଖି ୭୦ ପ୍ରତିଶତ ରହିଥିଲା। ଏହାଦ୍ୱାରା ଅନେକ ସ୍ଥାନରେ ପ୍ରବଳ ଗୁଳୁଗୁଳି ସହ ତାପମାତ୍ରା ୫୦ ଡିଗ୍ରୀ ଭଳି ଅନୁଭବ ହେଉଥିଲା।

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଶନିବାର କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ, ରାୟଗଡ଼ା ଓ ମାଲକାନଗିରି ଜିଲ୍ଲାରେ ଗୋଟିଏ କିମ୍ୱା ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ଝଟକା ପବନର ବେଗ ୫୦-୬୦ କିଲୋମିଟର ରହିବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଏହି ଜିଲ୍ଲାଗୁଡ଼ିକ ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ସେହପରି ବାଲେଶ୍ୱର, ଭଦ୍ରକ, ଗଞ୍ଜାମ, ଗଜପତି, ସୁନ୍ଦରଗଡ, ନୂଆପଡ଼ା, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରେ ବର୍ଷା ସହ ବିଜୁଳି ଘଡ଼ଘଡ଼ି ଓ ଝଟକା ପବନର ୪୦-୫୦ କିମି ବେଗ ଆଶଙ୍କା କହି ଏହି ଜିଲ୍ଲାଗୁଡ଼ିକୁ ୟେଲୋ ଆଲର୍ଟ ଜାରି ହୋଇଛି।

About The Author: The Sakala