ଆସନ୍ତା ୭୨ଘଣ୍ଟା କାଳବୈଶାଖୀ ବର୍ଷା! ପାଣିପାଗ ବିଭାଗ ତରଫରୁ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଗୋଟିଏ ପଟେ ଅସହ୍ୟ ତାତିରେ ସିଝୁଛି ପଶ୍ଚିମ ଓଡ଼ିଶା, ତ ଅନ୍ୟପଟେ କାଳବୈଶାଖୀ ବର୍ଷାରେ ଭିଜୁଛି ଉପକୂଳ। କେଉଁଠି ପାରଦ ୪୧ ଡିଗ୍ରୀ ଡେଇଁବ ତ କେଉଁଠି ଘଡ଼ଘଡ଼ି ସହ ବର୍ଷାର ତାଣ୍ଡବ । ଆଗାମୀ ୭୨ ଘଂଟା ପାଇଁ ପାଣିପାଗ ବିଭାଗ ଜାରି କରିଛି ଅରେଞ୍ଜ ଏବଂ ୟେଲୋ ୱାର୍ଣ୍ଣିଂ। ଆଂଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଆଗାମୀ ୩ ଦିନ ପର୍ଯ୍ୟନ୍ତ ଉତ୍ତର ଓଡ଼ିଶା, ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀର ପ୍ରକୋପ ଜାରି ରହିବ। ବିଜୁଳି, ଘଡ଼ଘଡ଼ି ସହ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସେପଟେ କିନ୍ତୁ ପଶ୍ଚିମ ଓଡ଼ିଶାବାସୀଙ୍କୁ ନିସ୍ତାର ନାହିଁ। ଆସନ୍ତା ୩ ଦିନ ମଧ୍ୟରେ ତାପମାତ୍ରା ୪୧ ଡିଗ୍ରୀ ସେଲସିୟସ ଛୁଇଁବା ନେଇ ଆଶଙ୍କା କରାଯାଉଛି। ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଜରୁରୀ କାମ ନଥିଲେ ବାହାରକୁ ନବାହାରିବା ପାଇଁ ପାଣିପାଗ ବିଭାଗ ସତର୍କ କରାଇଛି।

About The Author: Madhusudan Das