ରାଜ୍ୟରେ ଆହୁରି ୫ ଦିନ କାଳବୈଶାଖୀ ବର୍ଷା; ଆସନ୍ତା ୨୪ ଘଣ୍ଟା ପାଇଁ ୧୦ ଜିଲ୍ଲାକୁ ବିଜୁଳି ଘଡଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ କାଳବୈଶାଖୀର ପ୍ରଭାବରେ ବର୍ଷା ସହ ଝଡି ପବନ କିଛି କିଛି ଜିଲ୍ଲାରେ ହେଉଥିବା ବେଳେ ଆଗାମୀ ୫ ଦିନ ଯାଏଁ ଲାଗିରହିବ ବର୍ଷା । ଆଉ ଆସନ୍ତା ୨୪ ଘଣ୍ଟା ପାଇଁ ୧୦ ଜିଲ୍ଲାକୁ ବିଜୁଳି ଘଡଘଡ଼ି ସହ ବର୍ଷା ସମ୍ଭାବନା ଥିବା ବେଳେ ୩ ଘଣ୍ଟା ଯାଏ କଟକ ଓ ଢେଙ୍କାନାଳ ଜିଲ୍ଲାରେ ବିଜୁଳି ଘଡଘଡି ସହ କୁଆପଥର ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ ବିଭାଗ । ଏହାସହ ୪୦ ରୁ ୫୦ କିମି ପବନ ବହିବାର ସମ୍ଭାବନା କରିଛି ପାଣିପାଗ ବିଭାଗ । 

ସେହିପରି ୨୪  ଘଂଟାରେ ବର୍ଷା ହେବାକୁ ଥିବା ଜିଲ୍ଲାରେ ୩୦ ରୁ ୪୦ ଝଡି ପବନ ସହ ବର୍ଷା ହେବାର ସମ୍ଭାବନା ଥିବା ବେଳେ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ । ଆସନ୍ତାକାଲି କଳାହାଣ୍ଡି ଓ ନବରଙ୍ଗପୁରରେ ୪୦ରୁ୫୦ କିମିର ପବନ ସହ ବିଜୁଳି ଘଡଘଡି ଜନିତ ବର୍ଷା ହେବାର ସମ୍ଭାବନା ଥିବା ବେଳେ ଏହି ଦୁଇ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ସେହିପରି ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି ଓ କନ୍ଧମାଳ ଜିଲ୍ଲାରେ ବିଜୁଳି ଘଡଘଡି ବର୍ଷା ସହ ୩୦ ରୁ ୪୦ କିମି ପବନ ବହିବାର ସମ୍ଭାବନା ଥିବା ବେଳେ ଏହିସବୁ ଜିଲ୍ଲାକୁ ୟେଲୋ ବାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ। ୫ ଦିନ ଯାଏ ବା ୨୩ ତାରିଖ ଯାଏ ବର୍ଷା ଲାଗି ରହିବା ସହ ପବନ ହେବ । ଘଡ଼ଘଡ଼ି ଓ କୁଆପଥର ପଡିବା ସମୟରେ ସତର୍କତା ଅବଲମ୍ବନ ପାଇଁ ପରାମର୍ଶ ଦେଇଛି ପାଣିପାଗ ବିଭାଗ ।

About The Author: Madhusudan Das