ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଧମକ ଘଟଣା, ଅଭିଯୁକ୍ତକୁ ୨୦ ବର୍ଷ କାରାଦଣ୍ଡ

ବ୍ରହ୍ମପୁର : କେହି ନ ଥିବା ବେଳେ ଘରେ ପଶି ଜଣେ ନାବାଳିକାକୁ ଦୁଷ୍କର୍ମ କରିବା ସହ ହତ୍ୟା ଧମକ ଦେବା ଘଟଣାରେ ଗିରଫ ହୋଇ ଜେଲରେ ଥିବା ଅଭିଯୁକ୍ତ ଅରୁଣ ବେହେରାଙ୍କୁ ୨୦ ବର୍ଷ ଜେଲଦଣ୍ଡର ଆଦେଶ ହୋଇଛି। ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଦର୍ଶାଇ ପୋକ୍ସୋ କୋର୍ଟ ଜଜ୍‍ ଅନୂପ ରଞ୍ଜନ ପଟ୍ଟନାୟକ ଏହି ଦଣ୍ଡ ଦେବା ସହ ଅଭିଯୁକ୍ତଙ୍କୁ ୩୫ହଜାର ଟଙ୍କା ଜରିମାନା ପୈଠ କରିବାକୁ ଆଦେଶ ଦେଇଛନ୍ତି। ଜରିମାନା ଦେଇ ନ ପାରିଲେ […]

ବ୍ରହ୍ମପୁର : କେହି ନ ଥିବା ବେଳେ ଘରେ ପଶି ଜଣେ ନାବାଳିକାକୁ ଦୁଷ୍କର୍ମ କରିବା ସହ ହତ୍ୟା ଧମକ ଦେବା ଘଟଣାରେ ଗିରଫ ହୋଇ ଜେଲରେ ଥିବା ଅଭିଯୁକ୍ତ ଅରୁଣ ବେହେରାଙ୍କୁ ୨୦ ବର୍ଷ ଜେଲଦଣ୍ଡର ଆଦେଶ ହୋଇଛି। ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଦର୍ଶାଇ ପୋକ୍ସୋ କୋର୍ଟ ଜଜ୍‍ ଅନୂପ ରଞ୍ଜନ ପଟ୍ଟନାୟକ ଏହି ଦଣ୍ଡ ଦେବା ସହ ଅଭିଯୁକ୍ତଙ୍କୁ ୩୫ହଜାର ଟଙ୍କା ଜରିମାନା ପୈଠ କରିବାକୁ ଆଦେଶ ଦେଇଛନ୍ତି। ଜରିମାନା ଦେଇ ନ ପାରିଲେ ଆଉ ୩ ବର୍ଷ ଜେଲଦଣ୍ଡର ଆଦେଶ ମଧ୍ୟ ରହିଛି। ଏହା ବାଦ୍‍ ପୀଡ଼ିତା ନାବାଳିକାକୁ ୫ଲକ୍ଷ ଟଙ୍କା ଦେବା ପାଇଁ ଡିଏଲ୍‍ଏସ (ଜିଲ୍ଲା ଆଇନସେବା ପ୍ରାଧିକରଣ)ଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜନୈକା ନାବାଳିକାର ବାପା ସୁରଟରେ କାର୍ଯ୍ୟ କରନ୍ତି।

ମା’ କୌଣସି କାମରେ ବାହାରକୁ ଯାଇଥିବାର ସୁଯୋଗ ନେଇ ୨୦୧୭ ନଭେମ୍ବର ୧୨ ତାରିଖରେ ସେହି ଗ୍ରାମର ଯୁବକ ଅରୁଣ ବେହେରା ନାବାଳିକାଙ୍କ ଘର ଭିତରେ ପଶି ଏକ ଛୁରି ଦେଖାଇ ଜୋର ଜବରଦସ୍ତ ତାଙ୍କୁ ଦୁଷ୍କର୍ମ କରିଥିଲା। ଘଟଣା ସମ୍ପର୍କରେ କାହାରିକୁ କହିଲେ ଜୀବନରୁ ମାରିଦେବା ପାଇଁ ମଧ୍ୟ ଧମକ ଦେଇଥିଲା। ସେହିଦିନ ରାତି ୧୨ଟାରେ ମା’ ବାହାର ଗ୍ରାମରୁ ଫେରିବା ପରେ ନାବାଳିକା ଜଣକ ତାଙ୍କୁ ସମସ୍ତ କଥା କହିଥିଲେ। ଘଟଣା ସମ୍ପର୍କରେ ଅବଗତ ହେବା ପରେ ନାବାଳିକାଙ୍କ ବାପା ସୁରଟ୍‍ରୁ ଫେରି ପୋଲସରା ଥାନାରେ ଏତଲା ଦେଇଥିଲେ। ଏତଲା ପରେ ପୁଲିସ ଘଟଣାର ତଦନ୍ତ କରି ଅରୁଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଏହି ଘଟଣାର ବିଚାରଣା ଚାଲିଥିବା ବେଳେ ୧୪ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଦର୍ଶାଇ ଅଭିଯୁକ୍ତ ଅରୁଣଙ୍କୁ ପୋକ୍ସ ଜଜ୍‍ ୨୦ ବର୍ଷ ଜେଲ୍‍ ଦଣ୍ଡରେ ଦଣ୍ଡିତ କରିଛନ୍ତି। ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ନାରାୟଣ ପଣ୍ଡା ମକଦ୍ଦମା ପରିଚାଳନା କରୁଥିଲେ। ଘଟଣା ପରଠାରୁ ଅଭିଯୁକ୍ତ ଜଣକ ବ୍ରହ୍ମପୁର ମଣ୍ଡଳ କାରାଗାରରେ ରହିଛନ୍ତି।

About The Author: The Sakala