MKCG ମେଡିକାଲ ପରିସର ନର୍ସିଂ ଛାତ୍ରାବାସରେ ଅଗ୍ନିକାଣ୍ଡ: ଅଳ୍ପକେ ବର୍ତ୍ତିଲେ ଛାତ୍ର

ବ୍ରହ୍ମପୁର: ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମକେସିଜି) ମେଡିକାଲ କଲେଜ ପରିସରରେ ଥିବା ନର୍ସିଂ କଲେଜର ବାଳକ ଛାତ୍ରାବାସରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି। ଏହି ଘଟଣା ପରେ ଛାତ୍ର ଏବଂ କଲେଜ କର୍ମଚାରୀଙ୍କ ମଧ୍ୟରେ ଭୟ ଓ ଆତଙ୍କ ଖେଳିଯାଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ଛାତ୍ରାବାସର ତଳ ମହଲାରେ ଥିବା ରୋଷେଇ ଘରେ ଗ୍ୟାସ ଲିକ୍‌ ହେବା କାରଣରୁ ଏହି ନିଆଁ ଲାଗିଥିଲା। ଘଟଣାସ୍ଥଳରେ ଉପସ୍ଥିତ ଥିବା ଛାତ୍ରମାନେ ପ୍ରଥମେ ଗ୍ୟାସର ଗନ୍ଧ ବାରିପାରିଥିଲେ ଏବଂ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇବା ମାତ୍ରେ ଏକ ସ୍ୱତନ୍ତ୍ର ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସୌଭାଗ୍ୟବଶତଃ, ଏହି ଅଘଟଣରେ ବର୍ତ୍ତମାନ ସୁଦ୍ଧା କୌଣସି ମୃତାହତ ହୋଇନଥିବା ସୂଚନା ମିଳିଛି। ଏହି ଘଟଣା ପରେ ଏହି ପ୍ରମୁଖ ଭେଷଜ ମହାବିଦ୍ୟାଳୟରେ ଥିବା ଅଗ୍ନିଶମ ସୁରକ୍ଷା ବ୍ୟବସ୍ଥାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। 

About The Author: Madhusudan Das