ବର୍ଷା ଯୋଗୁ ଗଛ ତଳେ ନେଇଥିଲେ ଆଶ୍ରୟ, ବଜ୍ରପାତରେ ଚାଲିଗଲା ୫ ଜୀବନ

ପଦ୍ମପୁର: ରାଜ୍ୟରେ ବଜ୍ରପାତ ନେଲା ୫ ଜୀବନ । ବରଗଡ଼ ଓ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଛି ଏଭଳି ଅଭାବନୀୟ ଘଟଣା। ବଜ୍ରପାତରେ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଦେୱାନଡ଼ିହି ଗ୍ରାମର ୩ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ବର୍ଷା ଯୋଗୁ ବରଗଛ ତଳେ ୫ଜଣ ବ୍ୟକ୍ତି ଠିଆ ହୋଇଥିଲେ। ଏହି ସମୟରେ ବଜ୍ରପାତ ହୋଇଥିଲା । ବଜ୍ରପାତରେ ଘଟଣା ସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ ୨ଜଣ ଗୁରତର ଆହତ ହୋଇଥିଲେ। ଗୁରୁତରଙ୍କୁ ଉଦ୍ଧାର […]

ପଦ୍ମପୁର: ରାଜ୍ୟରେ ବଜ୍ରପାତ ନେଲା ୫ ଜୀବନ । ବରଗଡ଼ ଓ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଛି ଏଭଳି ଅଭାବନୀୟ ଘଟଣା। ବଜ୍ରପାତରେ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଦେୱାନଡ଼ିହି ଗ୍ରାମର ୩ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ବର୍ଷା ଯୋଗୁ ବରଗଛ ତଳେ ୫ଜଣ ବ୍ୟକ୍ତି ଠିଆ ହୋଇଥିଲେ। ଏହି ସମୟରେ ବଜ୍ରପାତ ହୋଇଥିଲା । ବଜ୍ରପାତରେ ଘଟଣା ସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ ୨ଜଣ ଗୁରତର ଆହତ ହୋଇଥିଲେ। ଗୁରୁତରଙ୍କୁ ଉଦ୍ଧାର କରାଯାଇ ପଦ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସେହିପରି, ବଲଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ଧଣ୍ଡାମୁଣ୍ଡା ପଞ୍ଚାୟତ ଚଉଳବାଞ୍ଜୀ ଗ୍ରାମରେ ବଜ୍ରପାତରେ ମାଆ ଓ ପୁଅଙ୍କ ମୃତ୍ୟୁ ଘଟିଛି। ମୃତ ମାଆଙ୍କ ନାଁ ସୁର୍ଜକାନ୍ତି ଖର୍ସେଲ ଓ ପୁଅ ଦିପକ ଖର୍ସେଲ (୧୮) ବୋଲି ଜଣାପଡିଛି । ଉଭୟ ବିଲରୁ କାମ କରି ଘରକୁ ଫେରୁଥିବା ସମୟରେ ବର୍ଷା ହେବା ଯୋଗୁଁ ତାଙ୍କ ଜମିରେ ଥିବା ଏକ ଗଛତଳେ ଆଶ୍ରୟ ନେଇଥିଲେ। ଏହି ସମୟରେ ବଜ୍ରପାତ ହୋଇଥିଲା । ଏହି ବଜ୍ରପାତରେ ମାଆ ଓ ପୁଅଙ୍କ ମୃତ୍ୟୁ ଘଟିିଥିଲା।

About The Author: The Sakala