ଡରାଇଲେ ବିଦେଶୀ ପାଣିପାଗ ବିଜ୍ଞାନୀ: ଏଥର ଆସିପାରେ ଏକାଧିକ ବାତ୍ୟା, ମୌସୁମୀ ପ୍ରତ୍ୟାବର୍ତ୍ତନ ସାଜିବ ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ମାସରୁ ଡିସେମ୍ବର ମାସରେ ବଙ୍ଗୋପସାଗରରେ ଏକାଧିକ ବାତ୍ୟା ସୃଷ୍ଟି ହେବ। ଏହି ସମୟରେ ବାତ୍ୟା ସୃଷ୍ଟି ହେବା ପାଇଁ ସମସ୍ତ ପ୍ରକାର ପାଣିପାଗ ସ୍ଥିତି ଅନୁକୁଳ ରହିବ। ତେଣୁ ବାତ୍ୟା ସୃଷ୍ଟି ହେବା ସହ ଏହା ଅଧିକ ଘନୀଭୂତ ହେବା ପାଇଁ ବଳ ମଧ୍ୟ ପାଇବ। ଗତ କିଛି ବର୍ଷ ହେବ ଲଗାତାର ଭାବେ ମୌସୁମୀ ପୂର୍ବବର୍ତ୍ତି ଏପ୍ରିଲ୍‍-ଜୁନ୍‍’ ଓ ମୌସୁମୀ ପରବର୍ତ୍ତି ଅକ୍ଟୋବର-ଡିସେମ୍ବର ମଧ୍ୟରେ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେଉଛି। ମାତ୍ର […]

ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ମାସରୁ ଡିସେମ୍ବର ମାସରେ ବଙ୍ଗୋପସାଗରରେ ଏକାଧିକ ବାତ୍ୟା ସୃଷ୍ଟି ହେବ। ଏହି ସମୟରେ ବାତ୍ୟା ସୃଷ୍ଟି ହେବା ପାଇଁ ସମସ୍ତ ପ୍ରକାର ପାଣିପାଗ ସ୍ଥିତି ଅନୁକୁଳ ରହିବ। ତେଣୁ ବାତ୍ୟା ସୃଷ୍ଟି ହେବା ସହ ଏହା ଅଧିକ ଘନୀଭୂତ ହେବା ପାଇଁ ବଳ ମଧ୍ୟ ପାଇବ। ଗତ କିଛି ବର୍ଷ ହେବ ଲଗାତାର ଭାବେ ମୌସୁମୀ ପୂର୍ବବର୍ତ୍ତି ଏପ୍ରିଲ୍‍-ଜୁନ୍‍’ ଓ ମୌସୁମୀ ପରବର୍ତ୍ତି ଅକ୍ଟୋବର-ଡିସେମ୍ବର ମଧ୍ୟରେ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେଉଛି। ମାତ୍ର ଚଳିତ ବର୍ଷ କେବଳ ମୌସୁମୀ ପରବର୍ତ୍ତି ସମୟରେ ୩-୪ ଟି ବାତ୍ୟା ସୃଷ୍ଟି ହେବାର ଆଶଙ୍କା ଦେଖା ଦେଇଛି। ବିଶ୍ୱର କ୍ଷାତନାମା ପାଣିପାଗ ବିଜ୍ଞାନୀ ତଥା ‘ଆକ୍ୟୁ ୱେଦ୍‍ର’ର ଆନ୍ତର୍ଜାତୀୟ ଫୋର୍କାଷ୍ଟିଂ ମ୍ୟାନେଜର ଜ୍ୟାସନ ନିକୋଲ୍ସ ଏହି ଆକଳନ କରିବା ପରେ ବଙ୍ଗୋପସାଗରକୂଳିଆ ରାଜ୍ୟ ପାଇଁ ଛନକା ପଶିଛି। ୧୯୯୦-୨୦୨୨ରେ ସର୍ବାଧିକ ୪୧ ଟି ବାତ୍ୟା ହୋଇଥିବାରୁ ଏହି ଡର ଆହୁରି ବଢ଼଼ିଛି।

ସାଧାରଣତଃ ନେଗେଟିଭ୍‍ ଆଇଓଡି ଓ ଲା-ନିନା ସକ୍ରିୟ ରହିଲେ ବାତ୍ୟା ସୃଷ୍ଟି ହେବା ପାଇଁ ପରିବେଶ ଅନୁକୂଳ ରହିଥାଏ। ଏହାସହିତ ସମୁଦ୍ରିକ ତାପମାତ୍ରା ୨୬.୫ ଡିଗ୍ରୀରୁ ଅଧିକ ରହିଲେ ଏହା ମଧ୍ୟ ବାତ୍ୟା ସୃଷ୍ଟି ସହ ଏହାକୁ ଅଧିକ ଘନୀଭୂତ କରାଏ। ଯେହେତୁ ଚଳିତ ବର୍ଷ ଏହି ସବୁ ସ୍ଥିତି ରହିବ ବୋଲି ପାଣିପାଗ ବିଜ୍ଞାନୀମାନେ ଆକଳନ କରିଛନ୍ତି, ତେଣୁ ବାତ୍ୟା ସୃଷ୍ଟି ହେବାର ବାରମ୍ବାବରତା ମଧ୍ୟ ବୃଦ୍ଧି ହେବାର ଆଶଙ୍କା ରହିଛି। ଅନ୍ୟପଟେ ବଙ୍ଗୋପସାଗରରେ ସୃଷ୍ଟି ହୋଇ ଶକ୍ତିଶାଳୀ ହେଉଥିବା ବାତ୍ୟାଗୁଡ଼ିକ ଭାରତ ଉପକୂଳକୁ ମୁହାଁଉଛି। ଭାରତ ଉପରେ ଗୁରୁଚାପ ବଳୟର ପ୍ରଭାବ ରହୁନାହିଁ। ଏହାଦ୍ୱାରା ବଙ୍ଗୋପସାଗର ବାତ୍ୟାଗୁଡ଼ିକ ଭାରତ ଉପକୂଳରେ ସ୍ଥଳଭାଗ ଛୁଇଁବା ପାଇଁ ପରିସ୍ଥିତି ଅନୁକୂଳ ରହୁଛି। ତେଣୁ ଭାରତର ପୂର୍ବ ଉପକୂଳ ରାଜ୍ୟଗୁଡ଼ିକ ପାଇଁ ବିପଦ ବଢ଼଼ିବାରେ ଲାଗିଛି ବୋଲି ନିକଟରେ ପ୍ରକାଶ ପାଇଥିବା “ମେଟ୍ରୋଲୋଜି ଆଣ୍ଡ ଆଟମୋସ୍ପିୟରିକ୍‍ ଫିଜିକ୍ସ” ଜର୍ଣ୍ଣାଲରେ ଦର୍ଶାଯାଇଛି। ଗତ ୬୦ ବର୍ଷ ଅର୍ଥାତ ୧୯୬୦-୨୦୧୯ ମଧ୍ୟରେ ବଙ୍ଗୋପସାଗର ଓ ଆରବ ସାଗରରେ ବାତ୍ୟା ସଂଖ୍ୟା ବଢ଼଼ିବାରେ ଲାଗିଛି। ଏହି ବାତ୍ୟାଗୁଡ଼ିକ ଉଭୟ ମୌସୁମୀ ପୂର୍ବବର୍ତ୍ତିକାଳୀନ ଓ ପରବର୍ତ୍ତିକାଳୀନ ସମୟରେ ସୃଷ୍ଟି ହେଉଛି। ସେହିପରି ଭୀଷଣ ବାତ୍ୟା କିମ୍ବା ଏହାଠାରୁ ଅଧିକ ଶକ୍ତିଶାଳୀ ହେଉଥିବା ବାତ୍ୟାଗୁଡ଼ିକ ସଂଖ୍ୟା ମୌସୁମୀ ପରବର୍ତ୍ତୀକାଳନୀ ସମୟରେ ବଙ୍ଗୋପସାଗରରେ ବୃଦ୍ଧି ପାଇଛି। କିନ୍ତୁ ମୌସୁମୀ ପୂର୍ବବର୍ତ୍ତିକାଳୀନ ସମୟରେ ଆରବସାଗରରେ ଏହି ସଂଖ୍ୟା ବୃଦ୍ଧି ହୋଇଛି।

ଆଇଆଇଟି ଆସିଷ୍ଟାଣ୍ଟ ପ୍ରଫେସର ତଥା ବରିଷ୍ଠ ପାଣିପାଗ ବିଶେଷଜ୍ଞ ଡ. ସନ୍ଦୀପ ପଟ୍ଟନାୟକ କହିଛନ୍ତି ଯେ ଗତ କିଛି ବର୍ଷ ହେବ ମୌସୁମୀ ପ୍ରତ୍ୟାବର୍ତ୍ତନରେ ବିଳମ୍ବ ହେଉଛି। ତେଣୁ ୩ ବର୍ଷ ହେବ ମୌସୁମୀ ପରବର୍ତ୍ତି ସମୟରେ ବାତ୍ୟା ସୃଷ୍ଟି ହେଉନାହିଁ। କିନ୍ତୁ ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନ ସହିତ ସାମୁଦ୍ରିକ ତାପମାତ୍ରା ବୃଦ୍ଧି ହେତୁ ବାତ୍ୟା ସୃଷ୍ଟି ପାଇଁ ପରିବେଶ ଅନୁକୂଳ ରହୁଛି। ତେବେ ମୌସୁମୀ ପ୍ରତ୍ୟାବର୍ତ୍ତନ କେବେ ହେଉଛି ତାହାକୁ ଦେଖିବାକୁ ପଡ଼ିବ। ଯଦି ଚଳିତ ବର୍ଷ ମୌସୁମୀ ପ୍ରତ୍ୟାବର୍ତ୍ତନ ବିଳମ୍ବ ହେବ ତେବେ ବାତ୍ୟା ଆଶଙ୍କା ହ୍ରାସ ପାଇବ। ଯଦି ମୌସୁମୀ ଶୀଘ୍ର ଅପଶାରଣ ହେଉଛି, ତାହାଲେ ବାତ୍ୟାର ଆଶଙ୍କା ବଢ଼଼ିବ। ବଙ୍ଗୋପସାଗର ବାତ୍ୟା ହେଲେ ପଶ୍ଚିମବଙ୍ଗପରୁ ଆନ୍ଧ୍ରପ୍ରଦେଶ ପର୍ଯ୍ୟନ୍ତ ବିପଦ ରହୁଛି। ତେଣୁ ବାତ୍ୟାର କେଉଁଠି ଉତ୍ପତିସ୍ଥଳ ରହୁଛି ଓ କେତେ କିମି ଦୂରତ୍ୱ ରହିବ ବର୍ତ୍ତମାନଠାରୁ କହିହେବ ନାହିଁ। ଯଦି ବାତ୍ୟା ବଢ଼଼ିବା ନେଇ ଆକଳନ କରାଯାଇଛି, ତେବେ ମୌସୁମୀ ପ୍ରତ୍ୟାବର୍ତ୍ତନକୁ ଅପେକ୍ଷା କରିବାକୁ ପଡ଼ିବ ବୋଲି ଡ. ପଟ୍ଟନାୟକ କହିଛନ୍ତି।

About The Author: The Sakala