ରଥଯାତ୍ରା ପାଇଁ ଚାଲିବ ୧୦୦ଟି ସ୍ବତନ୍ତ୍ର ବସ୍‌

କଟକ : ଆସନ୍ତା ଜୁଲାଇ ୧ତାରିଖ ପୁରୀ ରଥଯାତ୍ରା ପାଇଁ କଟକ, ଭୁବନେଶ୍ବର, ପୁରୀ ମଧ୍ୟରେ ନିୟମିତ ବସ୍‌ ବ୍ୟତୀତ ପାଖାପାଖି ୧୦୦ଟି ସ୍ବତନ୍ତ୍ର ବସ ଚଳାଚଳ କରିବ। ଘରୋଇ ବସ୍‌ ମାଲିକ ସଂଘ-ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ସ୍ବତନ୍ତ୍ର ବସ୍‌ସେବା ରଥଯାତ୍ରା ପୂର୍ବଦିନ (ଜୁନ୍ ୩୦ ତାରିଖ), ରଥଯାତ୍ରା ଦିନ(ଜୁଲାଇ ୧ତାରିଖ), ରଥଯାତ୍ରା ପରଦିନ(ଜୁଲାଇ ୨ତାରିଖ), ବାହୁଡା ପୂର୍ବଦିନ(ଜୁଲାଇ ୮ତାରିଖ), ବାହୁଡ଼ା ଦିନ (ଜୁଲାଇ ୯ତାରିଖ), ସୁନାବେଶ(ଜୁଲାଇ ୧୦), […]

କଟକ : ଆସନ୍ତା ଜୁଲାଇ ୧ତାରିଖ ପୁରୀ ରଥଯାତ୍ରା ପାଇଁ କଟକ, ଭୁବନେଶ୍ବର, ପୁରୀ ମଧ୍ୟରେ ନିୟମିତ ବସ୍‌ ବ୍ୟତୀତ ପାଖାପାଖି ୧୦୦ଟି ସ୍ବତନ୍ତ୍ର ବସ ଚଳାଚଳ କରିବ। ଘରୋଇ ବସ୍‌ ମାଲିକ ସଂଘ-ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ସ୍ବତନ୍ତ୍ର ବସ୍‌ସେବା ରଥଯାତ୍ରା ପୂର୍ବଦିନ (ଜୁନ୍ ୩୦ ତାରିଖ), ରଥଯାତ୍ରା ଦିନ(ଜୁଲାଇ ୧ତାରିଖ), ରଥଯାତ୍ରା ପରଦିନ(ଜୁଲାଇ ୨ତାରିଖ), ବାହୁଡା ପୂର୍ବଦିନ(ଜୁଲାଇ ୮ତାରିଖ), ବାହୁଡ଼ା ଦିନ (ଜୁଲାଇ ୯ତାରିଖ), ସୁନାବେଶ(ଜୁଲାଇ ୧୦), ସୁନାବେଶ ପରଦିନ(ଜୁଲାଇ ୧୧) ଏହିପରି ୭ଦିନ ଧରି ଦିନରାତି ଉପଲବ୍ଧ ହେବ। ସମସ୍ତ ବସ୍‌ ପୁରୀର ତାଳବଣିଆଠାରେ ରହିବ।
ଯାତ୍ରୀଙ୍କ ସୁବିଧା ପାଇଁ କଟକ, ପୁରୀ ଓ ଭୁବନେଶ୍ବରରେ ସୂଚନା କେନ୍ଦ୍ର‌ ଖୋଲାଯିବ । ବୈଠକରେ ରାଜ୍ୟ ଘରୋଇ ମାଲିକ ସଂଘ ସାଧାରଣ ସଂପାଦକ ଦେବେନ୍ଦ୍ରନାଥ ସାହୁ, ସଭାପତି ଲୋକନାଥ ପାଣି, କଟକ ଘରୋଇ ବସ୍ ମାଲିକ ସଂଘ ସଭାପତି ପ୍ରିୟବ୍ରତ ତ୍ରିପାଠୀଙ୍କ ସମେତ ଆର୍‌ଟିଓ କଟକ, ଆର୍‌ଟିଓ ଭୁବନେଶ୍ବର, ଆର୍‌ଟିଓ ପୁରୀ, ପୁରୀ ଡିଏସ୍‌ପି, ଭୁବନେଶ୍ବର ଡିଏସ୍‌ପି(ଟ୍ରାଫିକ)ଙ୍କ ସମେତ ବହୁ ବିଭାଗୀୟ ଅଧିକାରୀ ଯୋଗଦେଇଥିଲେ।

About The Author: The Sakala