ସତ ହେଉଛି ପାଞ୍ଜି ଗଣନା: ଦୁଇଟି ସତ ହେଲାଣି, ମହାବନ୍ଯା ଓ ମହାବାତ୍ଯା ନେଇ ବି ପୂର୍ବାନୁମାନ

ଭୁବନେଶ୍ୱର: ଶୁଭାଶୁଭ କାଳ ନିର୍ଣ୍ଣୟ ଠାରୁ ଆରମ୍ଭ କରି ପର୍ବପର୍ବାଣୀ ସମ୍ପର୍କରେ ଜାଣିବା ଲାଗି ଓଡ଼ିଶାର ପ୍ରାୟ ଅନେକ ଲୋକଙ୍କ ଘରେ ପାଞ୍ଜି ବ୍ୟବହାର କରାଯାଇଥାଏ। ପାଞ୍ଜି ଦେଖି ନବଜାତକର ନାମ ବିଚାର ଠାରୁ ଆରମ୍ଭ କରି ଜ୍ୟୋତିଷମାନେ ବି ଗଣନା କରିଥାନ୍ତି। କିଛି ଏହାକୁ ବିଶ୍ବାସ କରନ୍ତି, ଆଉ କିଛି ଏହାକୁ ଅନ୍ଧବିଶ୍ବାସ ବୋଲି ମନେ କରନ୍ତି । ହେଲେ ଏବେ କିନ୍ତୁ ଗୋଟିଏ ଭିନ୍ନ ପ୍ରସଙ୍ଗ ପାଇଁ ପାଞ୍ଜି ଚର୍ଚ୍ଚାକୁ ଆସିଛି। ପାଣିପାଗ ବିଜ୍ଞାନୀମାନେ […]

ଭୁବନେଶ୍ୱର: ଶୁଭାଶୁଭ କାଳ ନିର୍ଣ୍ଣୟ ଠାରୁ ଆରମ୍ଭ କରି ପର୍ବପର୍ବାଣୀ ସମ୍ପର୍କରେ ଜାଣିବା ଲାଗି ଓଡ଼ିଶାର ପ୍ରାୟ ଅନେକ ଲୋକଙ୍କ ଘରେ ପାଞ୍ଜି ବ୍ୟବହାର କରାଯାଇଥାଏ। ପାଞ୍ଜି ଦେଖି ନବଜାତକର ନାମ ବିଚାର ଠାରୁ ଆରମ୍ଭ କରି ଜ୍ୟୋତିଷମାନେ ବି ଗଣନା କରିଥାନ୍ତି। କିଛି ଏହାକୁ ବିଶ୍ବାସ କରନ୍ତି, ଆଉ କିଛି ଏହାକୁ ଅନ୍ଧବିଶ୍ବାସ ବୋଲି ମନେ କରନ୍ତି । ହେଲେ ଏବେ କିନ୍ତୁ ଗୋଟିଏ ଭିନ୍ନ ପ୍ରସଙ୍ଗ ପାଇଁ ପାଞ୍ଜି ଚର୍ଚ୍ଚାକୁ ଆସିଛି। ପାଣିପାଗ ବିଜ୍ଞାନୀମାନେ ରାଜ୍ୟରେ ବର୍ଷା ଓ ବନ୍ୟା ସଂକ୍ରାନ୍ତରେ ଯେଉଁ ପୂର୍ବାନୁମାନ କରୁଛନ୍ତି ତାହା ପାଞ୍ଜିରେ ପ୍ରକାଶିତ ଆକଳନ ସହିତ ପୂରା ମେଳ ଖାଉଛି।

ପାଞ୍ଜି ଗଣନାକୁ ବିଶ୍ବାସକୁ ନେଲେ ଏକଥା ବି କୁହାଯାଇପାରେ ଯେ ମରୁଡ଼ି ତାଡନାରୁ ମୁକୁଳି ଆସି ଓଡ଼ିଶା ଆଗକୁ ବଡ ବନ୍ୟା ଦୁର୍ଦଶା ଭିତରେ ସନ୍ତୁଳି ହେବ। କାରଣ ଗୋଟିଏ ମାସ ମଧ୍ୟରେ ପାଞ୍ଚ ପାଞ୍ଚଟି ଲଘୁଚାପ ସାମ୍ନା କରିବାକୁ ଯାଉଛି ଓଡ଼ିଶା । ଦୁଇଟି ସତ ହେଲାଣି, ଆଉ ତିନିଟି ଆସୁଛି।

ପାଣିପାଗ ଚିତ୍ର ସମ୍ପର୍କରେ ଶ୍ରୀ ରାଧାରମଣ ପ୍ରେସର ବିଶୁଦ୍ଧ ଖଡୀରତ୍ନ ପଞ୍ଜିକା ଆକଳନ କରି କହିଛି ଯେ, ଏହି ମାସ (କନ୍ୟା ସଂକ୍ରାନ୍ତି ଠାରୁ ଏକମାସ)ରେ ରାଜ୍ୟରେ ବାତ୍ୟା ଓ ବନ୍ୟାର ପ୍ରବଳ ଭୟ ରହିଛି। ମାସ ଆରମ୍ଭରେ, ମଧ୍ୟଭାଗରେ ତଥା ମାସ ଶେଷବେଳକୁ ସାଧାରଣ ବୃଷ୍ଟିପାତ, ପବନ ଭୟ ଓ କରକା ପାତ ତଥା ବଜ୍ରପାତର ଭୟ ଜଳ ଜଳ ହୋଇ ଦିଶୁଛି । ଏହି ପାଞ୍ଜି ଓଡ଼ିଶା ସମ୍ପର୍କରେ ବାର୍ଷିକ ଆକଳନ କରିବା ବେଳେ କହିଛି ଯେ ଆଷାଢ ଶ୍ରାବଣ ମାସରେ ଉତ୍ତର ପୂର୍ବ ଉପକୂଳରେ ଅତିସୃଷ୍ଟି, ଝଡ଼ବାତ୍ୟା ଦ୍ବାରା ବ୍ୟାପକ କ୍ଷତି ଆଶଙ୍କା ରହିଛି।

ଅରୁଣୋଦୟ ପ୍ରେସର ନୂତନ ଖଡୀରତ୍ନ ପଞ୍ଜିକା ଦର୍ଶାଇଛି ଯେ, ବଙ୍ଗୋପସାଗରରେ ଘନ ଘନ ଲଘୁଚାପ ସୃଷ୍ଟି ହେତୁ ବ୍ୟାପକ କ୍ଷୟକ୍ଷତିର ଆଶଙ୍କା ହେଉଛି। ଓଡ଼ିଶାର ପୁରୀ, ପାରାଦୀପ, ଗଞ୍ଜାମ, ଚିଲିକା, ମହାନଦୀ ତୀରବର୍ତ୍ତୀ ଅଞ୍ଚଳ, ପାରାଦୀପ, କେନ୍ଦ୍ରାପଡ଼ା, ଯାଜପୁର, ଚାନ୍ଦବାଲି, ବାଲିଆପାଳ, ଧାମରା ଆଦି ସ୍ଥାନରେ ଅତି ବୃଷ୍ଟି କାରଣରୁ କୃଷି ହାନିର ଆଶଙ୍କା ରହିଛି।

ହେଲେ ଅସଲି ଖଡୀରତ୍ନ ପଞ୍ଜିକା ଯେଉଁ ଚିତ୍ର – ଆଙ୍କୁଛି, ତାହା ହୃଦୟ ଥରାଇ ଦେବା ଭଳି । ପଞ୍ଜିକାର । ଦୁଇଟି ପୂର୍ବାନୁମାନ ଇତିମଧ୍ୟରେ ଶହେ ପ୍ରତିଶତ ଶତ ହୋଇଛି। ଏହି ପାଞ୍ଜି ଲେଖୁଥିଲା ଯେ ସେପ୍ଟେମ୍ବର ୧୨ରୁ ୧୫ ମଧ୍ୟରେ ଲଘୁଚାପ ସୃଷ୍ଟି ହୋଇ ଭୀଷଣ ବୃଷ୍ଟି ହେବା କାରଣରୁ ଉପକୂଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ। ଉଭୟ ଉପକୂଳ ଏବଂ ଉତ୍ତର ଓଡ଼ିଶା ଏହାକୁ ଏବେ ଅଙ୍ଗେ ନିଭାଇଛନ୍ତି। କନ୍ୟା ସଂକ୍ରାନ୍ତି ଅବସରରେ ଚଳିକ ମାସ ପାଇଁ ଏହି ପାଞ୍ଜି ଆହୁରି କହିଛି ଯେ ସେପ୍ଟେମ୍ବର ୧୮ରୁ ୨୨ ତାରିଖ ଯାଏ ଲଘୁଚାପ ଓ ଘୂର୍ଣ୍ଣିବଳୟ କାରଣରୁ ବର୍ଷା ହେବ । ଏହା ବି ଶହେ ପ୍ରତିଶତ ସତ ସାବ୍ୟସ୍ତ ହୋଇଛି।

ଆଇଏମଡି ଆକଳନ ଅନୁସାରେ, ଏହି ଘୁର୍ଣ୍ଣିବଳୟ ପ୍ରଭାବରେ ଉତ୍ତର ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି ଓ ଏହା ଆଗକୁ ମଧ୍ୟପ୍ରଦେଶ ଉପରେ କେନ୍ଦ୍ରୀଭୂତ ରହୁଥିବା କାରଣରୁ ହୀରାକୁଦ ଉପରେ ଚାପ ବଢ଼ାଇବ। ଫଳରେ ପୁଣି ଥରେ ମହାନଦୀ ପ୍ରତି ବିପଦ ଘନାଇ ଆସୁଛି ବୋଲି କୁହାଯାଇପାରେ। ଏ ସମ୍ପର୍କରେ ପାଣିପାଗ ବିଜ୍ଞାନୀ ଡ. ସୁରେନ୍ଦ୍ର ନାଥ ପଶୁପାଳକଙ୍କ ପୂର୍ବାନୁମାନ ମଧ୍ୟ କହୁଛି ଯେ ୧୯ ତାରିଖରୁ ୨୪ ତାରିଖ ଯାଏ ରାଜ୍ୟରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ।

ହେଲେ ପାଞ୍ଜିର ଆଉ ଏକ ଆକଳନ ପ୍ରସଙ୍ଗର ଗମ୍ଭୀରତାକୁ ବଢ଼ାଇ ଦେଇଛି। ଏହି ପାଞ୍ଜି ଗଣନା କରି କହିଛି ଯେ ସେପ୍ଟେମ୍ବର ୨୭ ତାରିଖରୁ ଅକ୍ଟୋବର ୩ ତାରିଖ ମଧ୍ୟରେ ଗୋଟିଏ ବଡ ଲଘୁଚାପ ହେବା। ଏହା ସାମୁଦ୍ରିକ ଝଡ଼ର ରୂପ ବି ନେଇପାରେ। ଏଠାରେ ସ୍ମରଣଥାଉକି, ମିଆଁମାର ଉପକୂଳରେ ଗୋଟିଏ ବଡ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞମାନେ ସଙ୍କେତ ଦେଇଛନ୍ତି। ଏହା ବାତ୍ୟା ରୂପ ନେଇପାରେ ବୋଲି ମଧ୍ୟ ବିଦେଶୀ ପାଣିପାଗ ବିଜ୍ଞାନୀ ଆକଳନ କରୁଛନ୍ତି ଓ ଏହା ଉତ୍ତର ଉପକୂଳରେ ସ୍ଥଳଭାଗ ଛୁଇଁପାରେ ବୋଲି ମଧ୍ୟ ପୂର୍ବାନୁମାନ କରାଯାଇଛି। ଏଭଳି ପରିସ୍ଥିତିରେ ପାଞ୍ଜିର ଗଣନା ନେଇ ଏବେ ଗାଁ ଗଣ୍ଡା ସବୁଠାରେ ଚର୍ଚ୍ଚା ଆରମ୍ଭ ହୋଇଛି । ଏହି ପାଞ୍ଜିର ଆକଳନରେ ଆହୁରି କୁହାଯାଇଛି ଯେ ଅକ୍ଟୋବରରୁ ୧୦ ମଧ୍ୟରେ ଏବଂ ଅକ୍ଟୋବର ୧୩ରୁ ୧୬ ମଧ୍ୟରେ ଲଘୁଚାପ ବା ଘୂର୍ଣ୍ଣିବଳୟ ଓଡ଼ିଶାରେ ପ୍ରଭାବ ପକାଇବ ଓ ଏହା ଆଗକୁ ବଢ଼ି ସାମୁଦ୍ରିକ ଝଡ ରୂପ ନେଇପାରେ ।

ପୂରା ଓଡ଼ିଶା ସମ୍ପର୍କରେ ବାର୍ଷିକ ଆକଳନ କରିବା ବେଳେ ପଣ୍ଡିତମାନେ କହିଛନ୍ତି ଯେ, ଚଳିତବର୍ଷ ନଭେମ୍ବର ମାସ ମଧ୍ୟରେ ମହାବନ୍ୟା ଓ ମହାବାତ୍ୟା ଭଳି ପରିସ୍ଥିତି ସୃଷ୍ଟି ହେବ। ପାଞ୍ଜି ଗଣନା ଓ ପାଣିପାଗ ବିଜ୍ଞାନୀଙ୍କ ଆକଳନ ମଧ୍ୟରେ ଯେଭଳି ସମାନତା ଦେଖାଯାଉଛି, ତାହାକୁ ବିଶ୍ଵାସ କଲେ ଏକଥା ଏବେଠାରୁ କହିହେବ ଯେ ଅନାବୃଷ୍ଟି କାରଣରୁ ରାଜ୍ୟରେ ଜୁନରୁ ଅଗଷ୍ଟ ମଧ୍ୟରେ ପାଖାପାଖି ୩୦ ପ୍ରତିଶତ ବର୍ଷା କମ୍ ହୋଇଥିବା ବେଳେ ଏବେ ସେପ୍ଟେମ୍ବର ଓ ଅକ୍ଟୋବରରେ ଅତିବୃଷ୍ଟି କାରଣରୁ ବି ସମସ୍ୟା ବହୁଗୁଣିତ ହୋଇଯାଇପାରେ । କାରଣ, ସେପ୍ଟେମ୍ବର ୧୨ରୁ ମାସେ ମଧ୍ୟରେ ପାଞ୍ଚଟି ଲଘୁଚାପ ବା ଘୂର୍ଣ୍ଣିବଳୟର ପ୍ରଭାବ ଓଡ଼ିଶା ଉପରେ ରହୁଛି ।

ଉଲ୍ଲେଖଯୋଗ୍ୟ, ପରମ୍ପରାଅନୁସାରେ, ପ୍ରତିବର୍ଷ ଦୋଳପୂର୍ଣ୍ଣମୀ ଦିନ ଦୋଳବେଦୀମାନଙ୍କରେ ଠାକୁରଙ୍କ ସାମ୍ନାରେ ପାଞ୍ଜି ପଢ଼ାଯିବାର ପରମ୍ପରା କାହିଁ କେବେଠାରୁ ରହିଆସିଛି। ଭାରତ ଓ ରାଜ୍ୟ (ଓଡ଼ିଶା) ପାଇଁ ପଞ୍ଜିକାରମାନେ ଯେଉଁ ଗଣନା କରିଥାନ୍ତି, ତାହା ଦୋଳବେଦୀ ଉପରେ ପାଠ କରାଯାଇ ରାଜ୍ୟର ମଙ୍ଗଳକାମନା କରାଯାଇଥାଏ | ପରୋକ୍ଷରେ ରାଜ୍ୟର ପାଣିପାଗ ଠାରୁ ଆରମ୍ଭ କରି ବର୍ଷକର ଚିତ୍ର କିଭଳି ରହିବ, ଏହା ମାଧ୍ୟମରେ ରାଜ୍ୟବାସୀଙ୍କୁ ସତର୍କ କରାଯାଇଥାଏ।

About The Author: The Sakala