ଦୁଆରଶୁଣି ଘାଟିରେ ଶହେ ଫୁଟ୍‌ ତଳକୁ ଖସିଲା ଟ୍ରକ୍: ଚାଳକ ମୃତ

ବରିପଦା: ଭାରସାମ୍ୟ ହରାଇ ଘାଟିରେ ଶହେ ଫୁଟ ତଳକୁ ଖସିଗଲା ଟ୍ରକ୍। ରବିବାର ଏହି ଦୁର୍ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଦୁଆରଶୁଣି ଘାଟିରେ। ଏହି ଦୁର୍ଘଟଣାରେ ଟ୍ରକ୍ ଡ୍ରାଇଭରଙ୍କର ମୃତ୍ୟୁ ଘଟିଥିବା ବେଳେ ହେଲ୍‌ପରଙ୍କ ଅବସ୍ଥା ଗୁରୁତର ରହିଛି। ସୂଚନା ଅନୁଯାୟୀ, ଦୁର୍ଘଟଣାଗ୍ରସ୍ତ ଟ୍ରକ୍‌ଟି କେନ୍ଦୁଝରରୁ କୋଲକାତା ଅଭିମୁଖେ ଯାଉଥିଲା। ଏଥିରେ ଲୁହା ପଥର ସହିତ କିଛି କେମିକାଲ୍ ଡିବା ଲୋଡ୍ ହୋଇଥିଲା। ଟ୍ରକ୍‌ଟି ଭୋରରେ ଦୁର୍ଘଟଣାର ଶିକାର ହୋଇଥିଲା। ସକାଳେ ସ୍ଥାନୀୟଲୋକେ […]

ବରିପଦା: ଭାରସାମ୍ୟ ହରାଇ ଘାଟିରେ ଶହେ ଫୁଟ ତଳକୁ ଖସିଗଲା ଟ୍ରକ୍। ରବିବାର ଏହି ଦୁର୍ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଦୁଆରଶୁଣି ଘାଟିରେ। ଏହି ଦୁର୍ଘଟଣାରେ ଟ୍ରକ୍ ଡ୍ରାଇଭରଙ୍କର ମୃତ୍ୟୁ ଘଟିଥିବା ବେଳେ ହେଲ୍‌ପରଙ୍କ ଅବସ୍ଥା ଗୁରୁତର ରହିଛି।

ସୂଚନା ଅନୁଯାୟୀ, ଦୁର୍ଘଟଣାଗ୍ରସ୍ତ ଟ୍ରକ୍‌ଟି କେନ୍ଦୁଝରରୁ କୋଲକାତା ଅଭିମୁଖେ ଯାଉଥିଲା। ଏଥିରେ ଲୁହା ପଥର ସହିତ କିଛି କେମିକାଲ୍ ଡିବା ଲୋଡ୍ ହୋଇଥିଲା। ଟ୍ରକ୍‌ଟି ଭୋରରେ ଦୁର୍ଘଟଣାର ଶିକାର ହୋଇଥିଲା। ସକାଳେ ସ୍ଥାନୀୟଲୋକେ ପାହାଡ଼ ତଳେ ଏକ ଟ୍ରକ୍ ପଡ଼ିଥିବା ଦେଖି ପୁଲିସ୍ ଓ ଦମକଳ ବାହିନୀଙ୍କୁ ଖବର ଦେଇଥିଲେ। ଏହା ସହିତ ସେମାନେ ଗୁରୁତର ଆହତ ଅବସ୍ଥାରେ ପଡ଼ିଥିବା ହେଲ୍‌ପର୍‌ଙ୍କୁ ଉଦ୍ଧାର କରିଥିଲେ। ଖବର ଲେଖାଯିବା ବେଳକୁ ଟ୍ରକ୍ ଡ୍ରାଇଭର ଗାଡ଼ି ଭିତରେ ଚାପି ହୋଇ ରହିଛନ୍ତି। ତାଙ୍କର ମୃତ୍ୟୁ ହୋଇସାରିଛି। ତାଙ୍କୁ ଟ୍ରକ୍‌ ଭିତରେ ବାହାର କରିବାକୁ ପ୍ରକ୍ରିୟା ଆରମ୍ଭ କରାଯାଇଛି।

About The Author: The Sakala