ଶୋଭାଯାତ୍ରା ଭିତରେ ପିସିଆର୍‌ ଭ୍ୟାନ୍‌ ମାଡ଼ିଗଲା : ୪ ବରଯାତ୍ରୀ ମହିଳା ଗୁରୁତର

ପାରାଦୀପ : ଗତ ରାତି ୧୧ଟା ସମୟରେ କଟକରୁ ପାରାଦୀପ ଜେବିକୁ ଆସିଥିବା ଏକ ବରଯାତ୍ରୀ ଦଳ ପ୍ରସେସନ କରୁଥିବା ବେଳେ ପୁଲିସ ପିସିଆର୍‌ ଭ୍ୟାନ୍‌ ମାଡ଼ିଯିବାରୁ ୪ ଜଣ ମହିଳା ବରଯାତ୍ରୀ ଗୁରୁତର ହୋଇଛନ୍ତି। ଲାଇଟ୍‌ ତାରରେ ଛନ୍ଦି ହୋଇ ମହିଳାମାନେ ଗୁରୁତର ହୋଇଥିଲେ। ଏହାକୁ ନେଇ ପୁଲିସ ଓ ବରଯାତ୍ରୀଙ୍କ ମଧ୍ୟରେ କିଛି ସମୟ ଉତେଜନା ଦେଖାଦେଇଥିଲା।ଦୁର୍ଘଟଣାର ଶିକାର ମହିଳାଙ୍କୁ ମେଡିକାଲ ନେବାପାଇଁ ବରଯାତ୍ରୀ ମାନେ ଅନୁରୋଧ କରିଥିଲେ ମଧ୍ୟ ପୁଲିସ ସେମାନଙ୍କ କଥା […]

ପାରାଦୀପ : ଗତ ରାତି ୧୧ଟା ସମୟରେ କଟକରୁ ପାରାଦୀପ ଜେବିକୁ ଆସିଥିବା ଏକ ବରଯାତ୍ରୀ ଦଳ ପ୍ରସେସନ କରୁଥିବା ବେଳେ ପୁଲିସ ପିସିଆର୍‌ ଭ୍ୟାନ୍‌ ମାଡ଼ିଯିବାରୁ ୪ ଜଣ ମହିଳା ବରଯାତ୍ରୀ ଗୁରୁତର ହୋଇଛନ୍ତି। ଲାଇଟ୍‌ ତାରରେ ଛନ୍ଦି ହୋଇ ମହିଳାମାନେ ଗୁରୁତର ହୋଇଥିଲେ। ଏହାକୁ ନେଇ ପୁଲିସ ଓ ବରଯାତ୍ରୀଙ୍କ ମଧ୍ୟରେ କିଛି ସମୟ ଉତେଜନା ଦେଖାଦେଇଥିଲା।ଦୁର୍ଘଟଣାର ଶିକାର ମହିଳାଙ୍କୁ ମେଡିକାଲ ନେବାପାଇଁ ବରଯାତ୍ରୀ ମାନେ ଅନୁରୋଧ କରିଥିଲେ ମଧ୍ୟ ପୁଲିସ ସେମାନଙ୍କ କଥା ନଶୁଣି ତାଙ୍କୁ ନାଲି ଆଖି ଦେଖେଇଥିବା ଅଭିଯୋଗ ହୋଇଛି।

ବହୁ ଅନୁରୋଧ କରିବା ସତ୍ତ୍ୱେ ପୁଲିସ ପିସିଆର ଭ୍ୟାନଟି ତାଙ୍କୁ ଅଠରବାଙ୍କୀ ମେଡିକାଲ ନେଇ ପ୍ରାଥମିକ ଚିକିତ୍ସା କରାଇ ଆଣିଥିବା ଜଣାପଡିଛି। ବରଯାତ୍ରୀ ମାନଙ୍କ କହିବା ଅନୁଯାୟୀ ପୁଲିସ ପିସିଆର ଭ୍ୟାନ୍‌ଟି ହଠାତ ଜୋରରେ ସାଇରନ ଦେଇ ଆସି ପହଞ୍ଚିଥିଲା। ସେତେବେଳକୁ ଡିଜେ ସମ୍ପୂର୍ଣ୍ଣ ବନ୍ଦ ହୋଇ ଯାଇଥିଲା। ପିସିଆର୍‌ ଗାଡ଼ି ଯୋଗୁଁ ମହିଳା ବରଯାତ୍ରୀ ଲାଇଟ ତାର ଦ୍ୱାରା ଛନ୍ଦି ହୋଇ ଯାଇଥିଲେ ।ଫଳରେ ସେମାନଙ୍କ ଶରୀରରେ ଶକ୍ତ ଆଘାତ ଲାଗିଥିଲା। ଏଭଳି ଦୁର୍ଘଟଣା ପାଇଁ ସମସ୍ତେ ପୁଲିସ ପ୍ରଶାସନକୁ ଦାୟୀ କରିଛନ୍ତି।

About The Author: The Sakala