ମାଲିକ ନିଖୋଜ; ଥାନାରେ କୁକୁର

ଭୁବନେଶ୍ୱର : କୁକୁର ନିେଖାଜ ହେବା କଥା ଆପଣମାନେ ଆଗରୁ ଶୁଣିଥିବେ। ହେଲେ ଆଜି ନୂଆପଲ୍ଲୀ ଥାନା ଅନ୍ତର୍ଗତ ସିଆର୍‍ପି ଅଞ୍ଚଳରେ ଏକ କୁକୁରର ମାଲିକ ନିଖୋଜ ହୋଇ ଯାଇଥିବା ଦେଖିବାକୁ ମିଳିଛି। ପୋଷା କୁକୁରକୁ ରୋଗ ହେଲାବୋଲି ମାଲିକ ତାକୁ ରାସ୍ତାରେ ଛାଡ଼ି ଚାଲିଗଲା। ସିଆର୍‍ପି ଛକରେ ଏପଟସେପଟ ହେଉଥିବା ବେଳେ ବୁଧବାର ପୂର୍ବାହ୍ଣରେ ନୂଆପଲ୍ଲୀ ଥାନା ପୁଲିସ ଜଣେ ଯୁବକଙ୍କ ସହାୟତାରେ ଉକ୍ତ କୁକୁରଟିକୁ ଉଦ୍ଧାର କରି ଥାନାରେ ରଖିଛି। ପୁଲିସ ବିଭିନ୍ନ ଲୋକଙ୍କ […]

ଭୁବନେଶ୍ୱର : କୁକୁର ନିେଖାଜ ହେବା କଥା ଆପଣମାନେ ଆଗରୁ ଶୁଣିଥିବେ। ହେଲେ ଆଜି ନୂଆପଲ୍ଲୀ ଥାନା ଅନ୍ତର୍ଗତ ସିଆର୍‍ପି ଅଞ୍ଚଳରେ ଏକ କୁକୁରର ମାଲିକ ନିଖୋଜ ହୋଇ ଯାଇଥିବା ଦେଖିବାକୁ ମିଳିଛି। ପୋଷା କୁକୁରକୁ ରୋଗ ହେଲାବୋଲି ମାଲିକ ତାକୁ ରାସ୍ତାରେ ଛାଡ଼ି ଚାଲିଗଲା। ସିଆର୍‍ପି ଛକରେ ଏପଟସେପଟ ହେଉଥିବା ବେଳେ ବୁଧବାର ପୂର୍ବାହ୍ଣରେ ନୂଆପଲ୍ଲୀ ଥାନା ପୁଲିସ ଜଣେ ଯୁବକଙ୍କ ସହାୟତାରେ ଉକ୍ତ କୁକୁରଟିକୁ ଉଦ୍ଧାର କରି ଥାନାରେ ରଖିଛି। ପୁଲିସ ବିଭିନ୍ନ ଲୋକଙ୍କ ସହାୟତାରେ କୁକୁରର ମାଲିକଙ୍କୁ ଖୋଜୁଛି। ପୁଲିସର କହିବାନୁଯାୟୀ କୁକୁର ଦେହରେ ରୋଗ ଥିବା ଯୋଗୁଁ ମାଲିକ ରାସ୍ତାରେ ଛାଡ଼ି ପଳାଇଥିବା ସନ୍ଦେହ କରାଯାଉଛି। ଏଥିସହିତ କୁକୁର ମାଲିକ ନ ମିଳିବା ଯାଏଁ ଥାନାରେ କୁକୁରକୁ ରଖାଯାଇ ସେବା କରାଯିବ ବୋଲି ଥାନା ଅଧିକାରୀ ଶରତ ସାହୁ ସୂଚନା ଦେଇଛନ୍ତି।

About The Author: The Sakala