ନିଜ ଆଡୁ ମାମଲା ରୁଜୁ କଲେ ଓଏଚ୍‌ଆର୍‌ସି

ଭୁବନେଶ୍ୱର : ଗ୍ୟାଙ୍ଗ୍‍ଷ୍ଟାର ହାଇଦରକୁ ଏନ୍‍କାଉଣ୍ଟର ଘଟଣାରେ ରାଜ୍ୟ ମାନବାଧିକାର କମିଶନ ନିଜ ଆଡ଼ୁ ଏକ ମାମଲା ରୁଜୁ କରିଛନ୍ତି। ଏହି ପ୍ରସଙ୍ଗରେ ପୁଲିସର ଭୂମିକାକୁ ନେଇ କମିଶନ ସନ୍ଦେହପ୍ରକାଶ କରିବା ସହ ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ଡିଜିପି, ଜେଲ ଡିଜି, ପୁଲିସ କମିଶନରଙ୍କୁ ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ରିପୋର୍ଟ ଦାଖଲ ପରେ ସେପ୍ଟେମ୍ବର ୬ରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ। ହାଇଦରକୁ ଏନ୍‍କାଉଣ୍ଟର ପ୍ରସଙ୍ଗରେ ପ୍ରଶ୍ନ […]

ଭୁବନେଶ୍ୱର : ଗ୍ୟାଙ୍ଗ୍‍ଷ୍ଟାର ହାଇଦରକୁ ଏନ୍‍କାଉଣ୍ଟର ଘଟଣାରେ ରାଜ୍ୟ ମାନବାଧିକାର କମିଶନ ନିଜ ଆଡ଼ୁ ଏକ ମାମଲା ରୁଜୁ କରିଛନ୍ତି। ଏହି ପ୍ରସଙ୍ଗରେ ପୁଲିସର ଭୂମିକାକୁ ନେଇ କମିଶନ ସନ୍ଦେହପ୍ରକାଶ କରିବା ସହ ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ଡିଜିପି, ଜେଲ ଡିଜି, ପୁଲିସ କମିଶନରଙ୍କୁ ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ରିପୋର୍ଟ ଦାଖଲ ପରେ ସେପ୍ଟେମ୍ବର ୬ରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ। ହାଇଦରକୁ ଏନ୍‍କାଉଣ୍ଟର ପ୍ରସଙ୍ଗରେ ପ୍ରଶ୍ନ ଉଠାଇଛନ୍ତି ତାଙ୍କର ପତ୍ନୀ। ପୁଲିସ ଜାଣିଶୁଣି ହାଇଦରକୁ ହତ୍ୟା କରିଛନ୍ତି। କାରଣ ପୁଲିସ ଗୁଳି ହାଇଦରର ସାମ୍ନା ପଟେ ବାଜିଛି। ଜଣେ ଫେରାର ହେଲେ ତାର ପଛ ପଟକୁ ପୁଲିସ ଗୁଳି କରିଥାଏ। କିନ୍ତୁ ଏଥିରେ କିଛି ଭିନ୍ନ କଥା ଦେଖିବାକୁ ମିଳିଥିବାରୁ ପୁଲିସର କାର୍ଯ୍ୟ ଉପରେ ହାଇଦରର ପତ୍ନୀ ସନ୍ଦେହ କରିଛନ୍ତି।

About The Author: The Sakala