ପ୍ରତିଶ୍ରୁତି ରଖିଲେ ମହାମହିମ ରାଜ୍ୟପାଳ : ଅଚାନକ ନର୍ସଙ୍କ ଘରେ ପହଞ୍ଚିଲେ, ଗାଁ ବୁଲିଲେ

କୁଆଖିଆ : କଥା ଦେଇ ରଖିଲେ ମହାମହିମ ରାଜ୍ୟପାଳ। ତାଙ୍କୁ ସେବା ଯୋଗାଉଥିବା ଜଣେ ନର୍ସଙ୍କ ଘରେ ଆଜି ଅଚାନକ ପହଞ୍ଚି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଖଇରାବାଦ ଗାଁରେ ଆଜି ସକାଳୁ ହଠାତ୍ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ପହଞ୍ଚି ଯାଇଥିଲେ। ଗାଁର ଗୋପୀନାଥ ବେହେରାଙ୍କ ଘରେ ପହଞ୍ଚି ତାଙ୍କ ଘରେ ପଇଡ ପାଣି ମଧ୍ୟ ଗ୍ରହଣ କରିଥିଲେ। ସୂଚନା ମୁତାବକ ଗୋପୀନାଥଙ୍କ ଝିଅ ସାଗରିକା ପେଶାରେ ଜଣେ ନର୍ସ । ସେ […]

କୁଆଖିଆ : କଥା ଦେଇ ରଖିଲେ ମହାମହିମ ରାଜ୍ୟପାଳ। ତାଙ୍କୁ ସେବା ଯୋଗାଉଥିବା ଜଣେ ନର୍ସଙ୍କ ଘରେ ଆଜି ଅଚାନକ ପହଞ୍ଚି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଖଇରାବାଦ ଗାଁରେ ଆଜି ସକାଳୁ ହଠାତ୍ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ପହଞ୍ଚି ଯାଇଥିଲେ। ଗାଁର ଗୋପୀନାଥ ବେହେରାଙ୍କ ଘରେ ପହଞ୍ଚି ତାଙ୍କ ଘରେ ପଇଡ ପାଣି ମଧ୍ୟ ଗ୍ରହଣ କରିଥିଲେ।

ସୂଚନା ମୁତାବକ ଗୋପୀନାଥଙ୍କ ଝିଅ ସାଗରିକା ପେଶାରେ ଜଣେ ନର୍ସ । ସେ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ ଚାକିରି କରନ୍ତି। ଗତ କୋଭିଡ୍ ସମୟରେ ସାଗରିକାଙ୍କ ଡ୍ୟୁଟି ରାଜଭବନରେ ପଡ଼ିଥିଲା। ସେହି ସମୟରେ ରାଜ୍ୟପାଳଙ୍କୁ ସେବା ଶୁଶ୍ରୁଶା କରି ସାଗରିକା ବେଶ ପ୍ରଶଂସା ପାଇଥିଲେ । ଏଥିପାଇଁ ସାଗରିକା ନିଜ ଘରକୁ ରାଜ୍ୟପାଳଙ୍କୁ ନିମନ୍ତ୍ରଣ କରିଥିଲେ। ଆଜି ରାଜ୍ୟପାଳଙ୍କର ବାଲେଶ୍ୱର ଗସ୍ତ ଥିବା ସମୟରେ ସେ ସାଗରିକାଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ରକ୍ଷା କରିବା ପାଇଁ ତାଙ୍କ ଗାଁରେ ପହଞ୍ଚି ଥିଲେ।

ରାଜ୍ୟପାଳଙ୍କୁ ଗାଁରେ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ରାଜ୍ୟପାଳ କିଛି ସମୟ ସାଗରିକାଙ୍କ ପରିବାର ସହିତ ସମୟ କଟାଇବା ସହିତ ଫଟୋ ଉଠାଇଥିଲେ। ଏହି ଅବସରରେ ବିଶିଷ୍ଟ ଛାୟାଚିତ୍ର ଶିଳ୍ପୀ ବିଶ୍ୱନାଥ ମହାରଣା ରାଜ୍ୟପାଳଙ୍କୁ ନିଜ ହାତ ତିଆରି କଠଉ ଉପହାର ଦେଇଥିଲେ। ରାଜ୍ୟପାଳ ଏଭଳି ଆତିଥ୍ୟରେ ବେଶ ଖୁସି ଅନୁଭବ କରିଥିଲେ। ରାଜ୍ୟପାଳଙ୍କ ଏଭଳି ଗୋପନ ଗସ୍ତ ପାଇଁ ମଧ୍ୟ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

About The Author: The Sakala