ପୁରୀ : ଶ୍ରୀମନ୍ଦିରରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଭକ୍ତ ଗର୍ଭଗୃହ ମଧ୍ୟକୁ ଯାଇ ରତ୍ନସିଂହାସନ ଛୁଇଁଛନ୍ତି। କରୋନା ସଂକ୍ରମଣକୁ ନଜରରେ ରଖି ବର୍ତ୍ତମାନ ଶ୍ରୀମନ୍ଦିରରେ କଟକଣାଯୁକ୍ତ ଦର୍ଶନ ଚାଲିଛି। ସକାଳ ୭ଟାରୁ ଆରମ୍ଭ ହେଉଛି ସର୍ବସାଧାରଣ ଦର୍ଶନ। ମଙ୍ଗଳବାର ମଙ୍ଗଳ ଆଳତି ପରେ ଭିତରକାଠ ଦର୍ଶନ ଚାଲିଥିଲା। ଏହି ସମୟରେ ଜଣେ ଭକ୍ତ ଧୁକୁଡି ଦ୍ବାର ମଧ୍ୟ ଦେଇ ଭିତରକୁ ପ୍ରବେଶ କରିଥିଲେ। ପରେ ଦୌଡ଼ି ଦୌଡ଼ି ଯାଇ ଗର୍ଭଗୃହରେ ରତ୍ନସିଂହାସନକୁ ଛୁଇଁ ପ୍ରଣାମ କରିଥିଲେ। ଏହାଦେଖି ସେଠାରେ ଉପସ୍ଥିତ ଥିବା ଜେଟିପି ଓ ପ୍ରତିହାରୀ ସେବକ ତାଙ୍କୁ ଧରି ଗାରଦକୁ ନେଇଛନ୍ତି। ସମ୍ପୃକ୍ତ ବ୍ୟକ୍ତିଙ୍କ ପରିଚୟ ଜଣାପଡି ନାହିଁ।
ଗର୍ଭଗୃହକୁ ପଶି ସିଂହାସନ ଛୁଇଁଲେ ଭକ୍ତ
ପୁରୀ : ଶ୍ରୀମନ୍ଦିରରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଭକ୍ତ ଗର୍ଭଗୃହ ମଧ୍ୟକୁ ଯାଇ ରତ୍ନସିଂହାସନ ଛୁଇଁଛନ୍ତି। କରୋନା ସଂକ୍ରମଣକୁ ନଜରରେ ରଖି ବର୍ତ୍ତମାନ ଶ୍ରୀମନ୍ଦିରରେ କଟକଣାଯୁକ୍ତ ଦର୍ଶନ ଚାଲିଛି। ସକାଳ ୭ଟାରୁ ଆରମ୍ଭ ହେଉଛି ସର୍ବସାଧାରଣ ଦର୍ଶନ। ମଙ୍ଗଳବାର ମଙ୍ଗଳ ଆଳତି ପରେ ଭିତରକାଠ ଦର୍ଶନ ଚାଲିଥିଲା। ଏହି ସମୟରେ ଜଣେ ଭକ୍ତ ଧୁକୁଡି ଦ୍ବାର ମଧ୍ୟ ଦେଇ ଭିତରକୁ ପ୍ରବେଶ କରିଥିଲେ। ପରେ ଦୌଡ଼ି ଦୌଡ଼ି ଯାଇ ଗର୍ଭଗୃହରେ ରତ୍ନସିଂହାସନକୁ ଛୁଇଁ […]