ଶ୍ରୀକ୍ଷେତ୍ରରେ ଭଉଁରୀ ନୀତି : ଆସିଲା ଆଜ୍ଞାମାଳ, ରଥଖଳାରେ ଡେରା ହେଲା ୬ ନାହାକା ଚକ

ପୁରୀ : ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ ଉତ୍ସବ ଅବସରରେ ଗୁରୁବାର ରଥଖଳାରେ ଚକ ଡେରା ନୀତି ସମ୍ପନ୍ନ ହୋଇଛି। ସକାଳେ ରଥଖଳାରେ ୬ଟି ନାହାକା ଚକର ପନ୍ଦାରୀରେ ଜୋକିଆ କଣ୍ଟା ବାଡା ଯାଇଥିଲା। ୩ଟି ନାହାକା ଅଖ ଏବଂ ୬ଟି ଚକରେ ଅଖ ବିନ୍ଧରେ ତେଲ ଦିଆଯାଇଥିଲା। ସକାଳ ଧୂପ ପରେ ତିନିବାଡର ପୂଜାପଣ୍ଡା ସାମନ୍ତ ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ୩ଟି ଆଜ୍ଞାମାଳ ଆଣି ରଥଖଳାରେ ପହଞ୍ଚିଥିଲେ। ଏହାପରେ ଭୋଇ ସେବକମାନେ ପ୍ରଥମେ ତାଳଧ୍ଵଜ ରଥର ଚକ ସହିତ […]

ପୁରୀ : ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ ଉତ୍ସବ ଅବସରରେ ଗୁରୁବାର ରଥଖଳାରେ ଚକ ଡେରା ନୀତି ସମ୍ପନ୍ନ ହୋଇଛି। ସକାଳେ ରଥଖଳାରେ ୬ଟି ନାହାକା ଚକର ପନ୍ଦାରୀରେ ଜୋକିଆ କଣ୍ଟା ବାଡା ଯାଇଥିଲା। ୩ଟି ନାହାକା ଅଖ ଏବଂ ୬ଟି ଚକରେ ଅଖ ବିନ୍ଧରେ ତେଲ ଦିଆଯାଇଥିଲା। ସକାଳ ଧୂପ ପରେ ତିନିବାଡର ପୂଜାପଣ୍ଡା ସାମନ୍ତ ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ୩ଟି ଆଜ୍ଞାମାଳ ଆଣି ରଥଖଳାରେ ପହଞ୍ଚିଥିଲେ। ଏହାପରେ ଭୋଇ ସେବକମାନେ ପ୍ରଥମେ ତାଳଧ୍ଵଜ ରଥର ଚକ ସହିତ ଅଖ ସଂଯୋଗ କରି ଡେରିଥିଲେ। ପରେ ନନ୍ଦିଘୋଷ ଓ ଶେଷରେ ଦର୍ପଦଳନ ରଥର ଚକ ଡେରା ନୀତି ଶେଷ ହୋଇଥିଲା। ଚକ ଡେରା ସରିବା ପରେ ବଡ଼ବାଡର ପୂଜାପଣ୍ଡା ତାଳଧ୍ଵଜ ରଥର ଡେରା ଯାଇଥିବା ଚକରେ ଆଜ୍ଞାମାଳ ପ୍ରଦାନ କରିଥିଲେ। ପରେ ଶ୍ରୀଜଗନ୍ନାଥଙ୍କ ବାଡର ପୂଜାପଣ୍ଡା ନନ୍ଦିଘୋଷ ରଥ ଚକରେ ଏବଂ ଶେଷରେ ସୁଭଦ୍ରାଙ୍କ ବାଡର ପୂଜାପଣ୍ଡା ଦର୍ପଦଳନ ରଥ ଚକରେ ଆଜ୍ଞାମାଳ ପ୍ରଦାନ କରିଥିଲେ। ଏହାପରେ ତିନିବାଡର ମୁଖ୍ୟ ବିଶ୍ବକର୍ମା ମହାପ୍ରଭୁଙ୍କୁ ପ୍ରଣାମ କରି ରଥ ଚକରେ ଲାଗି ହୋଇଥିବା ଆଜ୍ଞାମାଳକୁ କାଢି ରଥଖଳା ସମ୍ମୁଖରେ ଥିବା ମା ଚର୍ଚ୍ଚିକାଙ୍କ ପୀଠକୁ ନେଇଥିଲେ। ତିନୋଟି ଆଜ୍ଞାମାଳ ମା ଚର୍ଚ୍ଚିକାଙ୍କୁ ଲାଗି ହୋଇଥିଲା।

About The Author: The Sakala