ଭୁବନେଶ୍ୱର: ରାଜ୍ୟରେ କୋଭିଡ୍ ସଂକ୍ରମଣ ଉଦ୍ବେଗଜନକ ସ୍ଥିତି ଆଡ଼କୁ ଗତି କଲାଣି। ଆଉ ଦିନେ ଦୁଇ ଦିନ ଭିତରେ ଦୈନିକ ସଂକ୍ରମଣ ୫ ହଜାର ଛୁଇଁବ। ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଥିବା ବେଳେ କିଛି ଲୋକଙ୍କ ଅସହଯୋଗ ଫଳରେ ସ୍ଥିତି ବହୁତ ଖରାପ ହେବାରେ ଲାଗିଛି। ଏପରିସ୍ଥଳେ ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ଜିଲ୍ଲାର ଜିଲ୍ଳାପାଳ ଓ ଏସ୍ପିଙ୍କ ସହ ଭିଡ଼ିଓ କନଫରେନ୍ସିଂ ଜରିଆରେ ଆଲୋଚନା କରି କୋଭିଡ୍ ସ୍ଥିତିର ସମୀକ୍ଷା କରିବେ। ଆସନ୍ତା ୨୪ ତାରିଖରୁ ସମଗ୍ର ରାଜ୍ୟର ସହରାଞ୍ଚଳରେ ସପ୍ତାହାନ୍ତ ସଟ୍ଡ଼ାଉନ୍ ଲାଗୁ ହେବାକୁ ଯାଉଥିବା ବେଳେ ଏବଂ ଅନ୍ୟ ଦିନରେ ଚଳିତ ମାସ ୧୭ ତାରିଖରୁ ରାତି କର୍ଫ୍ୟୁ ଲାଗୁ କରାଯାଇଛି।
ଏଥିସହ କୋଭିଡ୍ କଟକଣାକୁ ପୂର୍ବାପେକ୍ଷା ଅଧିକ କଡ଼ାକଡ଼ି କରାଯିବ ବୋଲି ଆଜି ସ୍ୱତନ୍ତ୍ର ରିଲିଫ୍ କମିସନର ଘୋଷଣା କରିଛନ୍ତି। ଏପରିସ୍ଥଳେ ଜିଲ୍ଲା ପ୍ରଶାସନ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରି ସଂକ୍ରମଣ ନିୟନ୍ତ୍ରଣ ପାଇର୍ ବିହିତ ପଦକ୍ଷେପ ନେବା ପାଇଁ ସେମାନଙ୍କୁ ମାର୍ଗଦର୍ଶନ କରିବେ ବୋଲି ଜଣାପଡ଼ିଛି।
ଉଦ୍ବେଗଜନକ ସ୍ଥିତିରେ ସଂକ୍ରମଣ, ଆଜି ମୁଖ୍ୟମନ୍ତ୍ରୀ କରିବେ ସମୀକ୍ଷା
ଭୁବନେଶ୍ୱର: ରାଜ୍ୟରେ କୋଭିଡ୍ ସଂକ୍ରମଣ ଉଦ୍ବେଗଜନକ ସ୍ଥିତି ଆଡ଼କୁ ଗତି କଲାଣି। ଆଉ ଦିନେ ଦୁଇ ଦିନ ଭିତରେ ଦୈନିକ ସଂକ୍ରମଣ ୫ ହଜାର ଛୁଇଁବ। ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଥିବା ବେଳେ କିଛି ଲୋକଙ୍କ ଅସହଯୋଗ ଫଳରେ ସ୍ଥିତି ବହୁତ ଖରାପ ହେବାରେ ଲାଗିଛି। ଏପରିସ୍ଥଳେ ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ଜିଲ୍ଲାର ଜିଲ୍ଳାପାଳ ଓ ଏସ୍ପିଙ୍କ ସହ ଭିଡ଼ିଓ କନଫରେନ୍ସିଂ ଜରିଆରେ ଆଲୋଚନା କରି […]