କାଞ୍ଜିପାଣି ଘାଟିରେ ଜଳିଗଲା ବସ, ସର୍ଟ ସର୍କିଟ ରୁ ଅଗ୍ନିକାଣ୍ଡ ସୂଚନା

ତେଲକୋଇ : କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ 49 ର କାଞ୍ଜିପାଣି ଘାଟିରେ ଶନିବାର ଭୋର ସମୟରେ ଏକ ଯାତ୍ରୀବାହୀ ବସରେ ସର୍ଟସର୍କିଟ କାରଣରୁ ଜଳି ଯାଇଥିବା ଜଣା ପଡ଼ିଛି। ହେଲେ ବସ ର କର୍ମଚାରୀ ଏବଂ ସମସ୍ତ ଯାତ୍ରୀ ଦୁର୍ଘଟଣା ରୁ ବର୍ତି ଯାଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ ରାଉରକେଲା ରୁ କେନ୍ଦୁଝର ଆସୁଥିବା (ଓଆର05ଏନ୧୬୦୭) ନମ୍ବର ବିଶିଷ୍ଟ ପାଢ଼ୀ କୋଚ୍ ବସ କାଞ୍ଜିପାଣି ଘାଟିରେ ପହଁଚିବା ବେଳେ ଭୋର 3 […]

ତେଲକୋଇ : କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ 49 ର କାଞ୍ଜିପାଣି ଘାଟିରେ ଶନିବାର ଭୋର ସମୟରେ ଏକ ଯାତ୍ରୀବାହୀ ବସରେ ସର୍ଟସର୍କିଟ କାରଣରୁ ଜଳି ଯାଇଥିବା ଜଣା ପଡ଼ିଛି। ହେଲେ ବସ ର କର୍ମଚାରୀ ଏବଂ ସମସ୍ତ ଯାତ୍ରୀ ଦୁର୍ଘଟଣା ରୁ ବର୍ତି ଯାଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ ରାଉରକେଲା ରୁ କେନ୍ଦୁଝର ଆସୁଥିବା (ଓଆର05ଏନ୧୬୦୭) ନମ୍ବର ବିଶିଷ୍ଟ ପାଢ଼ୀ କୋଚ୍ ବସ କାଞ୍ଜିପାଣି ଘାଟିରେ ପହଁଚିବା ବେଳେ ଭୋର 3 ଟା ସମୟରେ ହଟାଥ ନିଆଁ ଲାଗିଗଲା। ଫଳରେ ବସ ରେ ଥିବା ସମସ୍ତ କର୍ମଚାରୀ ଏବଂ ଯାତ୍ରୀ ଆତଙ୍କିତ ହୋଇଥିଲେ। ସମସ୍ତେ ଗାଡିରୁ ଓହ୍ଲାଇ ପଡିବାରୁ ଦୁର୍ଘଟଣା ରୁ ବର୍ତି ଥିଲେ। ପରେ ବସ ଟି ରାସ୍ତାରେ ହୁହୁ ହୋଇ ଜଳିଯାଇଥିଲା। ଖବରପାଇ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ ମଧ୍ୟ ବସ ଟି ସମ୍ପୁର୍ଣ୍ଣ ଜଳି ଯାଇଛି।

About The Author: The Sakala