ପାରିବାରିକ ଅଶାନ୍ତି: ମା’ ଉପରେ ରାଗିଯାଇ ଦଉଡି ଲଗାଇ ଆତ୍ମହତ୍ୟା କଲା ପୁଅ

ଯଶିପୁର: ଯଶିପୁର ଥାନା ଅନ୍ତର୍ଗତ ମାଟିଆଗଡ଼ ପଞ୍ଚାୟତର ମାଟିଆଗଡ଼ ଗ୍ରାମର ବାସିନ୍ଦା ଚରଣ ସେଠୀଙ୍କ ନାବାଳକ ପୁଅ ବେକରେ ଦଉଡି ଦେଇ ଘରେ ଆତ୍ମହତ୍ୟା କରିଛି। ଖବର ମୁତାବକ,ମାଆ ଓପୁଅଙ୍କ ମଧ୍ୟରେ କୌଣସି କାରଣରୁ ଯୁକ୍ତିତର୍କ ହୋଇଥିଲା। ଏଥିରେ ରାଗିଯାଇ ନାବାଳକ ପୁଅ ବାଦଲ ସେଠୀ(୧୭)ଘରେ ଦଉଡି ଦେଇ ଆତ୍ମହତ୍ୟା କରିଥିଲା। ଘରଲୋକେ କବାଟ ତାଡି ପଶିଲା ବେଳକୁ ସେ ବେକରେ ଦଉଡି ଦେଇ ଝୁଲି ସାରିଥିଲା। ତୁରନ୍ତ ତାକୁ ଓଲ୍ଲାଇ ଯଶିପୁର ଡାକ୍ତରଖାନାକୁ ଅଣାଯାଇଥିଲା। ହେଲେ […]

ଯଶିପୁର: ଯଶିପୁର ଥାନା ଅନ୍ତର୍ଗତ ମାଟିଆଗଡ଼ ପଞ୍ଚାୟତର ମାଟିଆଗଡ଼ ଗ୍ରାମର ବାସିନ୍ଦା ଚରଣ ସେଠୀଙ୍କ ନାବାଳକ ପୁଅ ବେକରେ ଦଉଡି ଦେଇ ଘରେ ଆତ୍ମହତ୍ୟା କରିଛି।

ଖବର ମୁତାବକ,ମାଆ ଓପୁଅଙ୍କ ମଧ୍ୟରେ କୌଣସି କାରଣରୁ ଯୁକ୍ତିତର୍କ ହୋଇଥିଲା। ଏଥିରେ ରାଗିଯାଇ ନାବାଳକ ପୁଅ ବାଦଲ ସେଠୀ(୧୭)ଘରେ ଦଉଡି ଦେଇ ଆତ୍ମହତ୍ୟା କରିଥିଲା। ଘରଲୋକେ କବାଟ ତାଡି ପଶିଲା ବେଳକୁ ସେ ବେକରେ ଦଉଡି ଦେଇ ଝୁଲି ସାରିଥିଲା। ତୁରନ୍ତ ତାକୁ ଓଲ୍ଲାଇ ଯଶିପୁର ଡାକ୍ତରଖାନାକୁ ଅଣାଯାଇଥିଲା। ହେଲେ ଡାକ୍ତର ପରୀକ୍ଷା କଲା ପରେ ତାକୁ ମୃତ ଘୋଷଣା କରିଥିଲେ। ଖବର ପାଇ ଯଶିପୁର ପୁଲିସ ପହଞ୍ଚି ଶବକୁ ଜବତ କରିବା ସହିତ କେଶ୍ ନମ୍ବର ୩୧/୨୧ରେ ଏକ ମାମଲା ରୁଜ୍ଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ।

About The Author: The Sakala