ବିଜେଡି ମିଡିଆ ସେଲ୍‌ ପୁନର୍ଗଠିତ, ୧୦ ଜାତୀୟ ମୁଖପାତ୍ରଙ୍କ ସହ ମୋଟ୍‌ ୧୦୫ ଜଣଙ୍କୁ ଦାୟିତ୍ୱ

ଭୁବନେଶ୍ୱର: ବିଜୁ ଜନତା ଦଳର ମିଡିଆ ସେଲ୍‌କୁ ପୁନର୍ଗଠନ କରାଯାଇଛି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ପୂର୍ବରୁ ଜାରି ସମସ୍ତ ନିର୍ଦ୍ଦେଶନାମାକୁ ରଦ୍ଦ କରି ନୂଆ ମିଡିଆ ସେଲ୍‌ ଗଠନ କରାଯାଇଛି। ମିଡିଆ ସେଲ୍‌କୁ ପ୍ରଭାବୀ କରିବା ପାଇଁ ବୈଦୁତ୍ୟତିକ ଗଣମାଧ୍ୟମ, ଛାପା ଗଣମାଧ୍ୟମ ଓ ସୋସିଆଲ୍‌ ମିଡିଆ ଟିମ୍‌କୁ ପୃଥକ ପୃଥକ ନେତୃବୃନ୍ଦଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ଏହି ଟିମ୍‌ରେ ଅଭିଜ୍ଞ ଓ ବରିଷ୍ଠ ରାଜନେତାଙ୍କ ସମେତ ଯୁବ ଚେହେରାଙ୍କୁ ମଧ୍ୟ ସ୍ଥାନ ଦିଆଯାଇଛି। ଏହାସତିତ ଦଳର ୫ ଜଣ ରାଜ୍ୟସଭା ସାଂସଦଙ୍କ ସମେତ ମୋଟ୍‌ ୧୦ ଜଣଙ୍କୁ ଜାତୀୟ ମୁଖପାତ୍ର ଭାବେ ଦାୟିତ୍ୱ ଦିଆଯାଇଛି। ମିଡିଆ ସେଲ୍‌କୁ ୮ ଟି ଶାଖାରେ ବିଭକ୍ତ କରାଯାଇଥିବା ବେଳେ ଏଥିରେ ମୋଟ୍‌ ୧୦୫ ଜଣଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି।   

ଦଳ ପକ୍ଷରୁ ଜାରି ବିଜ୍ଞପ୍ତିରେ ଦର୍ଶାଯାଇଛି, “ଇଲେକ୍ଟ୍ରୋନିକ୍‌ ମିଡିଆ” ପାଇଁ ଡଃ ଅରୁଣ କୁମାର ସାହୁ ମୁଖ୍ୟ ସଂଯୋଜକ ନିଯୁକ୍ତ ହୋଇଛନ୍ତି। ଏହାସହିତ ବରିଷ୍ଠ ସଂଯୋଜକ ଭାବେ ଦେବେଶ ଆଚାର୍ଯ୍ୟ ଏବଂ ସଂଯୋଜକ ଭାବେ ଲେନିନ ମହାନ୍ତି ନିଯୁକ୍ତ ହୋଇଛନ୍ତି। ସେହିପରି “ପ୍ରିଣ୍ଟ ମିଡିଆ” ପାଇଁ ସଞ୍ଜୟ କୁମାର ଦାସବର୍ମାଙ୍କୁ ମୁଖ୍ୟ ସଂଯୋଜକ ନିଯୁକ୍ତ କରାଯାଇଥିବା ବେଳେ ଗୌତମ ବୁଦ୍ଧ ଦାସଙ୍କୁ ବରିଷ୍ଠ ସଂଯୋଜକ ଓ ପ୍ରିୟବ୍ରତ ମାଝୀଙ୍କୁ ସଂଯୋଜକ ଭାବେ ଦାୟିତ୍ୱ ଦିଆଯାଇଛି। “ସୋସିଆଲ୍‌ ମିଡିଆ ଓ ଆଇଟି” ପାଇଁ ପ୍ରତାପ ଜେନା ମୁଖ୍ୟ ସଂଯୋଜକ ନିଯୁକ୍ତ ହୋଇଥିବା ବେଳେ ପ୍ରଣବ କୁମାର ବଳବନ୍ତରାୟ ବରିଷ୍ଠ ସଂଯୋଜକ ନିଯୁକ୍ତ ହୋଇଛନ୍ତି। ଏହାସହିତ ସ୍ୱୟଂ ପ୍ରକାଶ ମହାପାତ୍ର ସୋସିଆଲ୍‌ ମିଡିଆ ସଂଯୋଜକ ଏବଂ ଅମରେଶ ପତ୍ରି ଆଇଟି ସଂଯୋଜକ ଭାବେ ନିଯୁକ୍ତି ପାଇଛନ୍ତି।  ସେହିପରି ୧୦ ଜଣ ଜାତୀୟ ମୁଖପାତ୍ରଙ୍କ ମଧ୍ୟରେ ଡଃ ସନ୍ତୃପ୍ତ ମିଶ୍ର, ଡଃ ସସ୍ମିତ ପାତ୍ର, ମାନସ ମଙ୍ଗରାଜ, ସୁଲତା ଦେଓ, ସୁଭାଶିଷ ଖୁଣ୍ଟିଆ, କଳିକେଶ ନାରାୟଣ ସିଂହଦେଓ, ଚିରଞ୍ଜୀବ ବିଶ୍ୱାଳ, ପ୍ରଦୀପ ମାଝୀ, ଡଃ ଲେଖାଶ୍ରୀ ସାମନ୍ତସିଂହାର ଏବଂ ଭୃଗୁ ବକ୍ସିପାତ୍ର ରହିଛନ୍ତି। 

ସେହିପରି ଓଡ଼ିଶା ପାଇଁ ରାଜ୍ୟ ମୁଖପାତ୍ର ଭାବେ ୩୦ ଜଣ ନେତା ଓ ନେତ୍ରୀଙ୍କୁ ଦାୟିତ୍ୱ ମିଳିଛି। ଏମାନଙ୍କ ମଧ୍ୟରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରସନ୍ନ ଆଚାର୍ଯ୍ୟ, ବଦ୍ରିନାରାୟଣ ପାତ୍ର, ଦେବୀ ପ୍ରସାଦ ମିଶ୍ର, ପ୍ରମିଳା ମଲ୍ଲିକ, ଅଶ୍ୱିନୀ କୁମାର ପାତ୍ର, ପ୍ରତାପ କେଶରୀ ଦେବ, ଅତନୁ ସବ୍ୟସାଚୀ ନାୟକ, ନିରଞ୍ଜନ ପୂଜାରୀ, ପ୍ରଦୀପ କୁମାର ଅମାତ, ଅଶୋକ ଚନ୍ଦ୍ର ପଣ୍ଡା, ପ୍ରଣବ ପ୍ରକାଶ ଦାସ, ଚନ୍ଦ୍ରଶେଖର ସାହୁ, ସୁଦାମ ମାର୍ଣ୍ଡି, ଦିବ୍ୟଶଙ୍କର ମିଶ୍ର, ଶାରଦା ପ୍ରସାଦ ନାୟକ, ରମେଶ ମାଝୀ, ପ୍ରୀତିରଞ୍ଜନ ଘଡ଼ାଇ, ଟୁକୁନି ସାହୁ, ସ୍ନେହାଙ୍ଗିନୀ ଛୁରିଆ, ରୋହିତ ପୂଜାରୀ, ରାଜେନ୍ଦ୍ର କୁମାର ସାହୁ, ବ୍ୟୋମକେଶ ରାୟ, ସୁଲୋଚନା ଦାସ, ସୁବାସ ସିଂହ, ସର୍ମିଷ୍ଠା ସେଠୀ, ଲୋପାମୁଦ୍ରା ବକ୍ସିପାତ୍ର, ରଞ୍ଜିତା ସାହୁ, ଚିନ୍ମୟ ସାହୁ ଓ ଇପ୍ସିତା ସାହୁ ନିଯୁକ୍ତ ହୋଇଛନ୍ତି। 

୨୦ ବରିଷ୍ଠ ପ୍ୟାନେଲିଷ୍ଟ ଭାବେ ନିଯୁକ୍ତି ପାଇଥିବା ବେଳେ ଏମାନଙ୍କ ମଧ୍ୟରେ ଗଣେଶ୍ୱର ବେହେରା, ଧ୍ରୁବ ଚରଣ ସାହୁ, ମହେଶ ସାହୁ, ରବି ନାରାୟଣ ନନ୍ଦ, ପୁଷ୍ପେନ୍ଦ୍ର ସିଂହଦେଓ, ପ୍ରଶାନ୍ତ କୁମାର ମୁଦୁଲି, ଜଗନ୍ନାଥ ସାରକା, ସୁଧୀର କୁମାର ସାମଲ, ମାଧବ ସର୍ଦ୍ଦାର, ଉମାକାନ୍ତ ସାମନ୍ତରାୟ, ଶ୍ରୀକାନ୍ତ ସାହୁ, ଶାରଦା ପ୍ରସନ୍ନ ଜେନା, ମାନସ ମାଡକାମୀ, ପ୍ରଦୀପ କୁମାର ଦିଶାରୀ, ପ୍ରଦୀପ କୁମାର ସାହୁ, ବିଜୟ ନାୟକ, ମିନତୀ ବେହେରା, ତୁମ୍ୱନାଥ ପଣ୍ଡା, ନାରାୟଣ ଜେନା ଓ ମିହିର ରାୟ ରହିଛନ୍ତି। ବିଜେଡି “ସୋସିଆଲ୍‌ ମିଡିଆ ଷ୍ଟିୟରିଂ କମିଟ”ରେ ପ୍ରୀତିରଞ୍ଜନ ଘଡ଼ାଇ, ସୁଲତା ଦେଓ, ବ୍ୟୋମକେଶ ରାୟ, ସ୍ୱରୂପ ଦାସ, ଅନନ୍ତ ନାରାୟଣ ଜେନା, ନଳିନୀକାନ୍ତ ପ୍ରଧାନ, ରୁପେଶ କୁମାର ପାଣିଗ୍ରାହୀ, ଚିନ୍ମୟାନନ୍ଦ ଶ୍ରୀରୂପ ଦେବ, ବର୍ଷା ସିଂହ ବରିହା, ସୁନୀଲ ମହାନ୍ତି, ସୁଦର୍ଶନ ହରିପାଲ, ସଞ୍ଜୀବ ମଲ୍ଲିକ, ରଞ୍ଜିତା ସାହୁ, ମନ୍ମଥ ରାଉତରାୟ, ଅବିନାଶ ସାମଲ, ସୁଜାତା ସାହୁ, ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ସରୋଜ ମେହେର, ମୁକେଶ କୁମାର ପାଲ ଓ ରୁଦ୍ର ପ୍ରତାପ ମହାରଥୀ ପ୍ରମୁଖ ରହିଛନ୍ତି। ସେହିପରି ବିଜେଡି “ଆଇଟି ଷ୍ଟିୟରିଂ କମିଟି”ରେ ତୁଷାରକାନ୍ତି ବେହେରା, ଚନ୍ଦ୍ର ସାରଥି ବେହେରା, ସୁଶାନ୍ତ ରାଉତ, ବିଭୂତି ଭୂଷଣ ବଳବନ୍ତରାୟ, ଅଧିରାଜ ପାଣିଗ୍ରାହୀ, ମାଧବ ଧଡ଼ା, ସୁକାନ୍ତ ନାୟକ, ଅଭିମନ୍ୟୁ ସେଠୀ, ପ୍ରଶାନ୍ତ ବେହେରା, ବିଶ୍ୱରଞ୍ଜନ ମଲ୍ଲିକ, ରୋହିତ ଜୋସେଫ ତିର୍କୀ, ମନୋରମା ମହାନ୍ତି, ସୁଲକ୍ଷଣା ଗୀତାଞ୍ଜଳି ଦେବୀ, ବିପ୍ଲବ ପାତ୍ର ଓ ବିଷ୍ଣୁବ୍ରତ ରାଉତରାୟ ପ୍ରମୁଖ ରହିଛନ୍ତି। ଏହି ନୂଆ ମିଡିଆ ସେଲ୍‌ ନେଇ ଜାରି ବିଜ୍ଞପ୍ତି ତକ୍ରାଳ ପ୍ରଭାବରେ କାର୍ଯ୍ୟକାରୀ ହେବ ବୋଲି ଦଳ ପକ୍ଷରୁ କୁହାଯାଇଛି।

About The Author: Madhusudan Das