ଭୁବନେଶ୍ବର: ଶଙ୍ଖଭବନରେ ବିଜେଡିର ପ୍ରେସମିଟ। ଓଡ଼ିଆ ଅସ୍ମିତାକୁ ନେଇ ବିଜେପିକୁ ଘେରିଲା ବିଜେଡି। ଭାରତୀୟ ଜନତା ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କ ପ୍ରତିକ୍ରିୟାକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ବିଜେଡି। ବ୍ୟାସ କବି ଫକୀର ମୋହନ ସେନାପତି ଜଣେ ସାହିତ୍ୟର ମହାନ ସ୍ରଷ୍ଟା, କିନ୍ତୁ ଅଭିଳାଷ ପଣ୍ଡା କହିଛନ୍ତି ଯେ ବ୍ୟାସ କବି ବ୍ରିଟିଶଙ୍କ ଚାମଚା । ସେ ତେଲମାଲିସ କରୁଥିଲେ। ଉତ୍କଲ ସମ୍ମିଳନୀକୁ ନେଇ ମଧ୍ୟ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି, ଯାହା ନିନ୍ଦନୀୟ। ବିଜେପି ନେତା ମାନେ ଓଡ଼ିଶାରେ ପଢ଼ିଛନ୍ତି ତ’ ବୋଲି ପ୍ରଶ୍ନ କରିଛନ୍ତି ବିଜେଡି । ଭାରତୀୟ ଜନତା ଯୁବ ମୋର୍ଚ୍ଚା କାହାକୁ ଓଡ଼ିଆ ଅସ୍ମିତା ବୋଲି କହୁଛି।
ସେପଟେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ୨୭୦୦୦ ଶିକ୍ଷକଙ୍କୁ ନିଯୁକ୍ତି କରିବା ପାଇଁ। ହେଲେ ସେହି ଶିକ୍ଷକମାନେ କଣ ପିଲାଙ୍କୁ ଶିଖାଇବେ ଯେ ବ୍ୟାସ କବି କଣ ବ୍ରିଟିଶଙ୍କର ଚାଟୁକାର। ଇତିହାସକୁ କଦର୍ଥ କରୁଛି ବିଜେପି। ଯାହା ସଭ୍ୟ ସଂସ୍କୃତି ଗ୍ରହଣ କରିପାରିବ ନାହିଁ। ଧର୍ମେନ୍ଦ୍ର ପ୍ରଧାନ କଣ କେବଳ ଓଡ଼ିଆ ଅସ୍ମିତା କହି ଖସିବେ ? । ରଥଯାତ୍ରା ଘଟଣାରେ ଏବେ ଯାଏ କାହିଁକି ମୁଁହ ଖୋଲା ଯାଉନାହିଁ ବିଜେପି ତେବେ କାହାକୁ ଓଡ଼ିଆ ଅସ୍ମିତା କହୁଛନ୍ତି ବୋଲି ପ୍ରଶ୍ନ ପଚାରିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି।
ଧର୍ମେନ୍ଦ୍ରଙ୍କୁ ପ୍ରଶ୍ନ କରି ଲେନିନ କହିଛନ୍ତି ଧର୍ମେନ୍ଦ୍ର କେବଳ ଓଡ଼ିଶାରେ ବଡ଼ ପାଟି କରନ୍ତି, କିନ୍ତୁ ଦିଲ୍ଲୀରେ ଲାଙ୍ଗୁଡ ଜାକିକି ରହୁଛନ୍ତି। ଓଡ଼ିଶାରେ ଅଯଥା ରେଭେନ୍ସା ପ୍ରସଙ୍ଗକୁ ଉଠାଉଛନ୍ତି। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାହସ କରି ଓଡିଶା ଆସନ୍ତୁ । ଏଠି ରେଭେନ୍ସା ବିଷୟରେ ଚର୍ଚ୍ଚା କରିବା। ବିଜେଡି ସନ୍ଦେହ କରୁଛି ରତ୍ନ ଭଣ୍ଡାର ପ୍ରସଙ୍ଗକୁ ଏଡେଇବା ପାଇଁ ଧର୍ମେନ୍ଦ୍ର ଏ ପ୍ରସଙ୍ଗ ଉଠାଇଛନ୍ତି। ଇତିହାସ କେବେ କହିବ ନାହିଁ ଧର୍ମେନ୍ଦ୍ର ଭଲ ଶିକ୍ଷାମନ୍ତ୍ରୀ ବୋଲି ଦୃଢ଼ତା ଦେଖାଇଲେ ଲେନିନ୍। ଧର୍ମେନ୍ଦ୍ର ନା ନେତା ଥିଲେ ନା ଆଗକୁ ନେତା ହୋଇପାରିବେ। ହାଉସରେ କେବେ ଓଡିଶା କଥା ଉଠାଉ ନାହାଁନ୍ତି ଧର୍ମେନ୍ଦ୍ର। ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ ବ୍ୟାସ କବି କିଏ ? ମହାନ ସହିତ୍ୟକାର ନା ଚାଟୁକାର ? ଏବେ ସନ୍ଧେହ ହେଉଛି ରେଭାନ୍ସ ପରେ ଫକୀରମୋହନ ପାଳି କି ବୋଲି ପ୍ରଶ୍ନ କରିଛି ବିଜେଡି। କଟକ ସାଂସଦ ଭର୍ତ୍ତୃହରି ମହତାବ ଜ୍ଞାନୀ ଗୁଣି କହୁଛନ୍ତି। ଏବେ ରେଭେନ୍ସା ଓ ଫକୀର ମୋହନଙ୍କ ପ୍ରସଙ୍ଗରେ ତାଙ୍କର ମତ ଜାଣିବା ଦରକାର ବୋଲି କହିଛି ବିଜେଡ଼ି।