ରାଜ୍ୟରେ ବଢ଼ିଲା ତାତି: ୩୬ ଡିଗ୍ରୀ ଉପରେ ୩ ସ୍ଥାନର ତାପମାତ୍ରା

ଭୁବନେଶ୍ୱର: ଫେବ୍ରୁଆରୀ ଆରମ୍ଭରୁ ଶୀତ ଉଭାନ ହୋଇଥିବା ଯୋଗୁଁ ରାତିରେ ବି ଆଉ ଥଣ୍ଡା ହେଉନାହିଁ। ଏବେଠାରୁ ଟାଣ ଖରା ଆରମ୍ଭ ହୋଇଯାଇଥିବା ବେଳେ ଉଭୟ ଦିନ ଓ ରାତିରେ ଏବେଠାରୁ ଫ୍ୟାନ/ଏସି ଲୋଡ଼ା ପଡ଼ିଲାଣି। ଖରାର ପ୍ରକୋପ ଯୋଗୁଁ ବର୍ତ୍ତମାନ ଅଧିକାଂଶ ସ୍ଥାନରେ ତାପମାତ୍ରା ୩୬ ଡିଗ୍ରୀ ଉପରେ ରହିଛି। ବୁଧବାର ରାଜ୍ୟର ଅଧିକାଂଶ ସ୍ଥାନରେ ଟାଣଖରା ଅନୁଭୂତ ହୋଇଛି। ରାଜ୍ୟର ୩ଟି ସ୍ଥାନରେ ତାପମାତ୍ରା ୩୬ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଭୁବନେଶ୍ବର ସର୍ବାଧିକ ୩୬.୪ […]

ଭୁବନେଶ୍ୱର: ଫେବ୍ରୁଆରୀ ଆରମ୍ଭରୁ ଶୀତ ଉଭାନ ହୋଇଥିବା ଯୋଗୁଁ ରାତିରେ ବି ଆଉ ଥଣ୍ଡା ହେଉନାହିଁ। ଏବେଠାରୁ ଟାଣ ଖରା ଆରମ୍ଭ ହୋଇଯାଇଥିବା ବେଳେ ଉଭୟ ଦିନ ଓ ରାତିରେ ଏବେଠାରୁ ଫ୍ୟାନ/ଏସି ଲୋଡ଼ା ପଡ଼ିଲାଣି। ଖରାର ପ୍ରକୋପ ଯୋଗୁଁ ବର୍ତ୍ତମାନ ଅଧିକାଂଶ ସ୍ଥାନରେ ତାପମାତ୍ରା ୩୬ ଡିଗ୍ରୀ ଉପରେ ରହିଛି।

ବୁଧବାର ରାଜ୍ୟର ଅଧିକାଂଶ ସ୍ଥାନରେ ଟାଣଖରା ଅନୁଭୂତ ହୋଇଛି। ରାଜ୍ୟର ୩ଟି ସ୍ଥାନରେ ତାପମାତ୍ରା ୩୬ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଭୁବନେଶ୍ବର ସର୍ବାଧିକ ୩୬.୪ ଡିଗ୍ରୀ ରେକର୍ଡ କରାଯାଇଛି। ଏହା ତଳକୁ ଟିଟଲାଗଡ଼ ଓ ଭବାନୀପାଟଣାର ତାପମାତ୍ରା ୩୬ ଡିଗ୍ରୀ ଲେଖାଏଁ ରେକର୍ଡ କରାଯାଇଛି।

ସେହିପରି ଚାନ୍ଦବାଲି ଓ ଭଦ୍ରକ ୩୫.୮ ଡିଗ୍ରୀ ରେକର୍ଡ କରାଯାଇଛି। ଝାରସୁଗୁଡ଼ା ୩୫.୬ ଡିଗ୍ରୀ, ସୋନପୁର ୩୫.୫ ଡିଗ୍ରୀ, ବୌଦ୍ଧ ୩୫.୫ ଡିଗ୍ରୀ, ନୟାଗଡ଼ ଓ ବଲାଙ୍ଗୀର ୩୫.୪ ଡିଗ୍ରୀ ରେକର୍ଡ କରାଯାଇଛି।   କଟକ, ଅୁଗୁଳ, ମାଲକାନଗିରି ଓ ତାଳଚେରର ତାପମାତ୍ରା ୩୫ ଡିଗ୍ରୀ ରେକର୍ଡ କରାଯାଇଛି।

 

About The Author: The Sakala