ଦିନ ୧୧ ଟା ୩୦ ସୁଦ୍ଧା ୪୧ ଡିଗ୍ରୀ ପାର କଲା ଝାରସୁଗୁଡା ଓ ଭୁବନେଶ୍ୱରର ତାପମାତ୍ରା

ଭୁବନେଶ୍ବର: ସକାଳୁ ଆରମ୍ଭ ହୋଇଛି ଅସହ୍ୟ ତାତି। ପ୍ରବଳ ଗୁଳୁଗୁଳି ସାଙ୍ଗକୁ ମୁଣ୍ଡ ଫଟା ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ୪୧ ଡିଗ୍ରୀ ଉପରେ ରହିଛି୨ ସହରର ତାପମାତ୍ରା। ୪୧.୪ ଡିଗ୍ରୀ ତାପମାତ୍ରା ସହ ଝାରସୁଗୁଡା ଦିନ ୧୧ଟା ୩୦ ସୁଦ୍ଧା ସବୁଠୁ ଉତ୍ତପ୍ତ ସହର ପାଲଟିଛି। ସେହିପରି ଭୁବନେଶ୍ୱରର ତାପମାତ୍ରା ୪୧.୨ ଡିଗ୍ରୀ ରେକର୍ଡ କରାଯାଇଛି।  ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ରିପୋର୍ଟ ଅନୁଯାୟୀ, […]

ଭୁବନେଶ୍ବର: ସକାଳୁ ଆରମ୍ଭ ହୋଇଛି ଅସହ୍ୟ ତାତି। ପ୍ରବଳ ଗୁଳୁଗୁଳି ସାଙ୍ଗକୁ ମୁଣ୍ଡ ଫଟା ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ୪୧ ଡିଗ୍ରୀ ଉପରେ ରହିଛି୨ ସହରର ତାପମାତ୍ରା। ୪୧.୪ ଡିଗ୍ରୀ ତାପମାତ୍ରା ସହ ଝାରସୁଗୁଡା ଦିନ ୧୧ଟା ୩୦ ସୁଦ୍ଧା ସବୁଠୁ ଉତ୍ତପ୍ତ ସହର ପାଲଟିଛି। ସେହିପରି ଭୁବନେଶ୍ୱରର ତାପମାତ୍ରା ୪୧.୨ ଡିଗ୍ରୀ ରେକର୍ଡ କରାଯାଇଛି।  ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ରିପୋର୍ଟ ଅନୁଯାୟୀ, ଆଜି ଦିନ ୧୧ ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା-

ଝାରସୁଗୁଡା: ୪୧.୪°C
ଭୁବନେଶ୍ୱର: ୪୧.୨°C
କେନ୍ଦୁଝର: ୪୦.୬°C
ବାଲେଶ୍ୱର: ୪୦.୧°C
ସମ୍ବଲପୁର: ୪୦°C
ଚାନ୍ଦବାଲି: ୩୯.୬°C
ହୀରାକୁଦ: ୩୯°C
ରାଉରକେଲା: ୩୮.୬°C
ଗୋପାଳପୁର: ୩୪.୪°C
ପୁରୀ: ୩୪.୪°C
ପାରାଦୀପ: ୩୩.୫°C

About The Author: The Sakala