ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି: ୪୪ ଡିଗ୍ରୀ ତାପମାତ୍ରା ସହ ବାରିପଦା ପାଲଟିଲା ରାଜ୍ୟର ସବୁଠୁ ଉତ୍ତପ୍ତ ସହର

ଭୁ‌ବନେଶ୍ବର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଜି ବାରିପଦାରେ ସର୍ବାଧିକ ତାପମାତ୍ରା ୪୪ ଡ଼ିଗ୍ରୀ ରେକର୍ଡ ହୋଇଛି। ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏଥିସହ ରାଜ୍ୟର ୨୫ଟି ସହରର ତାପାମାତ୍ରା ୪୦ ଡିଗ୍ରି ଅଥବା ଏଥିରୁ ଊର୍ଦ୍ଧ୍ବ ଡିଗ୍ରୀ ରେକର୍ଡ କରାଯାଇଛି । ରେକର୍ଡ କରାଯାଇଥିବା ତାପମାତ୍ର- ଝାରସୁଗୁଡ଼ାରେ ୪୨.୮, ତାଳଚେର ୪୨.୬, ବୌଦ୍ଧ ଓ ଟିଟିଲାଗଡ଼ ୪୨.୫, ସମ୍ବଲପୁର ଓ ବଲାଙ୍ଗୀର ୪୨.୨ , ଅନୁଗୁଳ ଓ […]

ଭୁ‌ବନେଶ୍ବର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଜି ବାରିପଦାରେ ସର୍ବାଧିକ ତାପମାତ୍ରା ୪୪ ଡ଼ିଗ୍ରୀ ରେକର୍ଡ ହୋଇଛି। ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏଥିସହ ରାଜ୍ୟର ୨୫ଟି ସହରର ତାପାମାତ୍ରା ୪୦ ଡିଗ୍ରି ଅଥବା ଏଥିରୁ ଊର୍ଦ୍ଧ୍ବ ଡିଗ୍ରୀ ରେକର୍ଡ କରାଯାଇଛି ।

ରେକର୍ଡ କରାଯାଇଥିବା ତାପମାତ୍ର- ଝାରସୁଗୁଡ଼ାରେ ୪୨.୮, ତାଳଚେର ୪୨.୬, ବୌଦ୍ଧ ଓ ଟିଟିଲାଗଡ଼ ୪୨.୫, ସମ୍ବଲପୁର ଓ ବଲାଙ୍ଗୀର ୪୨.୨ , ଅନୁଗୁଳ ଓ ସୁବର୍ଣ୍ଣପୁର ୪୨.୧ ,ସୁନ୍ଦରଗଡ଼ ୪୨, ରାଉରକେଲା ୪୧.୮, ଭବନୀପଟଣା ୪୧.୫, କଟକ ଓ କେନ୍ଦୁଝର ୪୧.୨ , ହୀରାକୁଦ ଓ ଭୁବନେଶ୍ବର ୪୦.୬. ଢେଙ୍କାନାଳ ୪୦.୫, ଚାନ୍ଦବାଲି ୪୦.୩, ନୂଆପଡ଼ା ୪୦.୨, ପରଳାଖେମୁଣ୍ଡି ୪୦.୧, ଜଗତସିଂହପୁର, ନୟାଗଡ଼, ଯାଜପୁର, ଭଦ୍ରକ ଓ ବରଗଡ଼ର ତାପମାତ୍ରା ୪୦ ଡିଗ୍ରୀ ଲେଖାଏଁ ତାପମାତ୍ରା ରେକର୍ଡ କରାଯାଇଛି।

 

About The Author: The Sakala