ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରି ବନ୍ଧାହେଲେ ଅଧ୍ୟାପକ !

ବାଲେଶ୍ଵର: ଜୈନିକା ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ବାଲେଶ୍ବର ସଦର ଥାନା ପୁଲିସ ଜଣେ ଅଧ୍ୟାପକଙ୍କୁ ଗିରଫ କରିଛି।ଗିରଫ ଅଧ୍ୟାପକ ଜଣକ ହେଉଛନ୍ତି ବାଲେଶ୍ଵର ଆର୍ଟ ଏଣ୍ଡ କ୍ରାଫ୍ଟ କଲେଜର ଇତିହାସ ବିଭାଗର ଅଧ୍ୟାପକ ଶଶାଙ୍କ ଶେଖର ଦାସ। ପ୍ରକାଶଯୋଗ୍ୟ ଯେ ଶ୍ରୀ ଦାସ ସେହି କଲେଜର ଭୋକେସନାଲ ଛାତ୍ରଛାତ୍ରଙ୍କୁ ପାଠ ପଢ଼ାଇବା ସହ ବ୍ୟକ୍ତିଗତ ଭାବେ ଟ୍ୟୁସନ ମଧ୍ୟ କରୁଥିଲେ। ତେବେ ଗତ କିଛି ମାସ ପୂର୍ବରୁ ସେହି କଲେଜରେ ଅଧ୍ୟୟନରତ ଜଣେ ନାବାଳିକା […]

ବାଲେଶ୍ଵର: ଜୈନିକା ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ବାଲେଶ୍ବର ସଦର ଥାନା ପୁଲିସ ଜଣେ ଅଧ୍ୟାପକଙ୍କୁ ଗିରଫ କରିଛି।ଗିରଫ ଅଧ୍ୟାପକ ଜଣକ ହେଉଛନ୍ତି ବାଲେଶ୍ଵର ଆର୍ଟ ଏଣ୍ଡ କ୍ରାଫ୍ଟ କଲେଜର ଇତିହାସ ବିଭାଗର ଅଧ୍ୟାପକ ଶଶାଙ୍କ ଶେଖର ଦାସ।

ପ୍ରକାଶଯୋଗ୍ୟ ଯେ ଶ୍ରୀ ଦାସ ସେହି କଲେଜର ଭୋକେସନାଲ ଛାତ୍ରଛାତ୍ରଙ୍କୁ ପାଠ ପଢ଼ାଇବା ସହ ବ୍ୟକ୍ତିଗତ ଭାବେ ଟ୍ୟୁସନ ମଧ୍ୟ କରୁଥିଲେ। ତେବେ ଗତ କିଛି ମାସ ପୂର୍ବରୁ ସେହି କଲେଜରେ ଅଧ୍ୟୟନରତ ଜଣେ ନାବାଳିକା ଛାତ୍ରୀଙ୍କ ସହ ତାଙ୍କର ଏକ ଅନ୍ତରଙ୍ଗ ମୁହୁର୍ତ୍ତର ଆପତ୍ତିଜନକ ଭିଡିଓ ଭାଇରାଲ ହୋଇଥିଲା।ଏହି ଭିଡିଓ ଭାଇରାଲ ହେବା ପରେ ଛାତ୍ରୀଙ୍କ ବାପା ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୁଲିସ ୨୨୩/୨୦୨୧ ନମ୍ବରର ଏକ ମାମଲା ରୁଜୁ କରିଥିବା ବେଳେ ଅଧ୍ୟାପକଙ୍କୁ ଗିରଫ କରିଛି।ଗିରଫ ପରେ ଅଧ୍ୟାପକଙ୍କୁ କୋର୍ଟକୁ ଚାଲାଣ କରାଯାଇଛି। ଅନ୍ୟପକ୍ଷରେ ଏନେଇ କଲେଜ କର୍ତୁପକ୍ଷଙ୍କ ସହ ଯୋଗାଯୋଗ କଲାରୁ ଗତ କିଛି ମାସ ପୂର୍ବରୁ ଏହି ଅଧ୍ୟାପକ ଜଣକ ସେହି କଲେଜରୁ ଇସ୍ତଫା ଦେଇଥିବାର ସୂଚନା ଦେଇଛନ୍ତି।

About The Author: The Sakala