ପାରାଦୀପରୁ ଉଦ୍ଧାର ସନ୍ଦିଗ୍ଧ ଗୁପ୍ତଚର ପାରାକୁ ନେଇ ବଢୁଛି ସନ୍ଦେହ; ଯାଞ୍ଚ ପାଇଁ ଯିବ ସେଣ୍ଟ୍ରାଲ ଫରେନସିକ ଲ୍ୟାବ

ଭୁବନେଶ୍ୱର: CFSL ଯିବ ସନ୍ଦିଗ୍ଧ ପାରା । କୋଲକାତା କିମ୍ବା ହାଇଦ୍ରାବାଦ CFSL କୁ ଯିବ ପାରା । ପାରାର ହୋଇପାରେ ଡିଏନଏ ପରୀକ୍ଷା। ଡେଣାରେ ଲେଖାଥିବା ଭାଷା Handwritting burou କୁ ପଠାଯାଇଛି। ସେପଟେ ପାରାଦୀପର ମାଛଧରା ଟ୍ରଲର୍ ‘ସାରଥୀ’ରୁ ମିଳିଥିବା ରହସ୍ୟମୟ ଗୁପ୍ତଚର ପାରାର ଗୋଡ଼ରେ କ୍ୟାମେରା ଲେନ୍ସ ଭଳି ଦେଖାଯାଉଥିବା ଯନ୍ତ୍ରାଂଶ ପ୍ରକୃତରେ ଏକ ସୋଲାର ପ୍ୟାନେଲ୍ ଓ ମେମୋରି କାର୍ଡ କୁହାଯାଉଥିବା ଯନ୍ତ୍ରାଂଶ ଟ୍ରାନସମିଟର୍ । କ୍ୟାମେରା ଓ ମେମୋରି କାର୍ଡ […]

ଭୁବନେଶ୍ୱର: CFSL ଯିବ ସନ୍ଦିଗ୍ଧ ପାରା । କୋଲକାତା କିମ୍ବା ହାଇଦ୍ରାବାଦ CFSL କୁ ଯିବ ପାରା । ପାରାର ହୋଇପାରେ ଡିଏନଏ ପରୀକ୍ଷା। ଡେଣାରେ ଲେଖାଥିବା ଭାଷା Handwritting burou କୁ ପଠାଯାଇଛି। ସେପଟେ ପାରାଦୀପର ମାଛଧରା ଟ୍ରଲର୍ ‘ସାରଥୀ’ରୁ ମିଳିଥିବା ରହସ୍ୟମୟ ଗୁପ୍ତଚର ପାରାର ଗୋଡ଼ରେ କ୍ୟାମେରା ଲେନ୍ସ ଭଳି ଦେଖାଯାଉଥିବା ଯନ୍ତ୍ରାଂଶ ପ୍ରକୃତରେ ଏକ ସୋଲାର ପ୍ୟାନେଲ୍ ଓ ମେମୋରି କାର୍ଡ କୁହାଯାଉଥିବା ଯନ୍ତ୍ରାଂଶ ଟ୍ରାନସମିଟର୍ । କ୍ୟାମେରା ଓ ମେମୋରି କାର୍ଡ କୁହାଯାଉଥିବା ଦୁଇ ଯନ୍ତ୍ରାଂଶକୁ ଭୁବନେଶ୍ବର ରସୁଲଗଡ଼ ଫରେନସିକ୍ ସାଇନ୍ସ ଲାବରେଟୋରିରେ ଯାଞ୍ଚ କରାଯିବା ପରେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିଛି।

ତେବେ ଦୁଇ ଡେଣାରେ ଲେଖାଯାଇଥିବା ଅକ୍ଷର ଚାଇନିଜ୍ ବୋଲି ସ୍ପଷ୍ଟ ହୋଇଛି। ଏହାର ଅର୍ଥ ଜାଣିବାକୁ ରାଜ୍ୟ ବାହାରର ଫରେନସିକ୍ ସାଇନ୍ସ ଲାବରେଟୋରିର ବିଶେଷଜ୍ଞଙ୍କ ସହାୟତା ନେବାକୁ ଓଡ଼ିଶା ପୁଲିସର ବରିଷ୍ଠ ଅଧିକାରୀମାନେ ଆଲୋଚନା ଆରମ୍ଭ କରିଥିବା ସୂଚନା ମିଳିଛି।

ମାଛଧରା ଟ୍ରଲର୍ ‘ସାରଥୀ’ରୁ ଗତ ୬ ତାରିଖରେ ଠାବ ହୋଇଥିଲା ଏହି ପାରା। ଟ୍ରଲର କର୍ମଚାରୀ ପାରାକୁ ସାମୁଦ୍ରିକ ଥାନାରେ ଜିମା ଦେବା ପରେ ଗୁରୁବାର ଏଡିଜି କମ୍ୟୁନିକେସନଙ୍କ ଅଧୀନରେ ଥିବା ପାରା ସେବା କେନ୍ଦ୍ରର ଏକ ଟିମ୍ ସହିତ ସାମୁଦ୍ରିକ ଥାନା ଏହି ପାରାକୁ ରସୁଲଗଡ଼ ଫରେନସିକ୍ ସାଇନ୍ସ ଲାବରେଟୋରିକୁ ନିଆଯାଇଥିଲା।

About The Author: The Sakala