ଆସିଷ୍ଟାଣ୍ଟ କଲେକ୍ଟରଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ରାଉରକେଲା : ଆସିଷ୍ଟାଣ୍ଟ କଲେକ୍ଟରଙ୍କ ସନ୍ଦେହଜନକ ମୃତ୍ୟୁ। ପୋଖରୀରୁ ଉଦ୍ଧାର ହେଲା ମୃତଦେହ। ରାଉରକେଲା RSP ପ୍ରଶାସନିକ ଭବନ ନିକଟସ୍ଥ ସେନ୍ସରି ପାର୍କ ପୋଖରୀରୁ ମୃତଦେହ ଉଦ୍ଧାର ହୋଇଛି। ମୃତ ମହିଳା ଜଣକ ରାଉରକେଲାର ସୁସ୍ମିତା ମିଞ୍ଜ (୩୫)। ଆସିଷ୍ଟାଣ୍ଟ କଲେକ୍ଟର ଭଳି ଜଣେ ଉଚ୍ଚପଦବୀରେ ଥିବା ମହିଳା ଅଧିକାରୀଙ୍କ ମୃତ୍ୟୁକୁ ନେଇ ସହରରେ ଆଲୋଡ଼ନ ସୃଷ୍ଟି ହୋଇଥିବାବେଳେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ଏପରି କି ଏହି ଘଟଣାରେ ନିର୍ଦ୍ଦିଷ୍ଟ ଦୁଇ ବରିଷ୍ଠ […]

ରାଉରକେଲା : ଆସିଷ୍ଟାଣ୍ଟ କଲେକ୍ଟରଙ୍କ ସନ୍ଦେହଜନକ ମୃତ୍ୟୁ। ପୋଖରୀରୁ ଉଦ୍ଧାର ହେଲା ମୃତଦେହ। ରାଉରକେଲା RSP ପ୍ରଶାସନିକ ଭବନ ନିକଟସ୍ଥ ସେନ୍ସରି ପାର୍କ ପୋଖରୀରୁ ମୃତଦେହ ଉଦ୍ଧାର ହୋଇଛି। ମୃତ ମହିଳା ଜଣକ ରାଉରକେଲାର ସୁସ୍ମିତା ମିଞ୍ଜ (୩୫)। ଆସିଷ୍ଟାଣ୍ଟ କଲେକ୍ଟର ଭଳି ଜଣେ ଉଚ୍ଚପଦବୀରେ ଥିବା ମହିଳା ଅଧିକାରୀଙ୍କ ମୃତ୍ୟୁକୁ ନେଇ ସହରରେ ଆଲୋଡ଼ନ ସୃଷ୍ଟି ହୋଇଥିବାବେଳେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ଏପରି କି ଏହି ଘଟଣାରେ ନିର୍ଦ୍ଦିଷ୍ଟ ଦୁଇ ବରିଷ୍ଠ ଅଧିକାରୀ ସମ୍ପୃକ୍ତ ଥିବା ସେମାନେ କହିଛନ୍ତି । ଅନ୍ୟପଟେ ପୁଲିସ୍‌ ଉକ୍ତ ଘଟଣାକୁ ଗୁରୁତ୍ୱର ସହ ନେଇ ଖୋଳତାଡ଼ ଆରମ୍ଭ କରିଛି ।

ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ରାମାବାହାଲର ମୂଳବାସିନ୍ଦା ସୁସ୍ମିତା ପ୍ରଥମେ ବଣାଇଁ ଏବଂ ପରେ ସୁନ୍ଦରଗଡ଼ରେ କିଛିବର୍ଷ ଧରି କାର୍ଯ୍ୟ କରିଥିଲେ । ଗତ ଦେଢ଼ବର୍ଷ ହେବ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆସିଷ୍ଟାଣ୍ଟ କଲେକ୍ଟର ଭାବେ ଯୋଗ ଦେଇଥିଲେ। ମୃତ ସୁସ୍ମିତାଙ୍କ ଭାଇ ସନ୍ଦୀପ ମିଞ୍ଜଙ୍କ କହିବା କଥା, ପ୍ରାୟ ମାସେ ହେଲା ଭଉଣୀ ମାନସିକ ଅବସାଦରେ ରହୁଥିଲେ । ଗତ ୧୬ ତାରିଖରେ ସୁନ୍ଦରଗଡ଼ ଜିଲ୍ଲାର ବିଡିଓ ଏବଂ ତହସିଲଦାରଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ସୁସ୍ମିତାଙ୍କ ମାନସିକ ସ୍ଥିତି ଠିକ୍‌ ନାହିଁ ଏବଂ ଏ ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ କହିଥିଲେ । ୧୭ ତାରିଖ (ରବିବାର) ଗୁରୁଣ୍ଡିଆ ବିଡିଓ ସୁସ୍ମିତାଙ୍କ ଘରକୁ ଯାଇ ତାଙ୍କ ମାଆଙ୍କୁ ଏ ବିଷୟରେ ଜଣାଇଥିଲେ ।

ଏପରି କି ୧୬ରୁ ୧୭ ତାରିଖ ସକାଳ ପ୍ରାୟ ସାଢ଼େ ୧୦ଟା ମଧ୍ୟରେ ଭଉଣୀଙ୍କୁ ମା’ ଏବଂ ସନ୍ଦୀପ ଅନେକ ଥର ଫୋନ୍‌ କରିଥିଲେ । ତେବେ ସେ ଉଠାଇ ନ ଥିଲେ । ଫଳରେ ତାଙ୍କ ସମ୍ପର୍କରେ କୌଣସି ସୂଚନା ମିଳି ନ ଥିଲା । ୧୭ ତାରିଖରେ ଉଦିତ୍‌ନଗର ଥାନାରେ ପହଞ୍ଚି ଭଉଣୀ ନିଖୋଜ ଥିବା ନେଇ ଅଭିଯୋଗ କରାଯାଇଥିଲା । ସେହିଦିନ ରାତି ପ୍ରାୟ ସାଢ଼େ ୯ଟାରେ ଭଉଣୀଙ୍କ ସନ୍ଧାନ ମିଳିଥିଲା । ମଙ୍ଗଳବାର ସନ୍ଧ୍ୟାରେ ସୁସ୍ମିତାଙ୍କ ମୃତଦେହ ସେନ୍‌ସୋରୀ ପାର୍କ ପୋଖରୀରୁ ଉଦ୍ଧାର କରାଯାଇଥିବା ପୁଲିସ୍‌ କହିଥିଲା । ହେଲେ ସେ ହୋଟେଲରୁ ବାହାରି ପାର୍କକୁ କିପରି ଗଲେ ଏବଂ ସେ ସମ୍ପର୍କରେ ସମ୍ପୃକ୍ତ ପୁଲିସ୍‌ କର୍ମଚାରୀ କିପରି ଜାଣିପାରିଲେ ନାହିଁ ବୋଲି ସନ୍ଦୀପ ପ୍ରଶ୍ନ କରିଛନ୍ତି ।

About The Author: The Sakala