ସୁନାବେଶରେ ଶ୍ରୀଜିଉ; ସ୍ଵର୍ଣ୍ଣ ଆଭୂଷଣରେ ସୁସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ରଥାରୁଢ଼ ତିନି ଠାକୁର

ପୁରୀ: ସୁନାବେଶରେ ଝଟକୁଛନ୍ତି ରଥାରୁଢ଼ ଠାକୁର । ମହଣ ମହଣ ସ୍ୱର୍ଣ୍ଣାଳଙ୍କାରରେ ସଜେଇ ହୋଇ ବଡ଼ଦାଣ୍ଡରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା । ଆଉ ତିନିଠାକୁରଙ୍କ ଏହି ସୁନାବେଶକୁ ଦେଖିବାକୁ ଲୋକାରଣ୍ୟ ହୋଇପଡିଛି ଶ୍ରୀକ୍ଷେତ୍ର । ସୁନାବେଶରେ ଶ୍ରୀଜୀଉଙ୍କ ଟିକିଏ ଝଲକ ଦେଖିବାକୁ ପୁରୀରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ । ଜୟ ଜଗନ୍ନାଥ ଧ୍ୱନୀରେ କମ୍ପୁଛି ବଡ଼ଦାଣ୍ଡ । ସୁନାବେଶ ଦେଖି ଆତ୍ମ ବିଭୋର ହେଉଛନ୍ତି ଭକ୍ତ । […]

ପୁରୀ: ସୁନାବେଶରେ ଝଟକୁଛନ୍ତି ରଥାରୁଢ଼ ଠାକୁର । ମହଣ ମହଣ ସ୍ୱର୍ଣ୍ଣାଳଙ୍କାରରେ ସଜେଇ ହୋଇ ବଡ଼ଦାଣ୍ଡରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା । ଆଉ ତିନିଠାକୁରଙ୍କ ଏହି ସୁନାବେଶକୁ ଦେଖିବାକୁ ଲୋକାରଣ୍ୟ ହୋଇପଡିଛି ଶ୍ରୀକ୍ଷେତ୍ର । ସୁନାବେଶରେ ଶ୍ରୀଜୀଉଙ୍କ ଟିକିଏ ଝଲକ ଦେଖିବାକୁ ପୁରୀରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ । ଜୟ ଜଗନ୍ନାଥ ଧ୍ୱନୀରେ କମ୍ପୁଛି ବଡ଼ଦାଣ୍ଡ । ସୁନାବେଶ ଦେଖି ଆତ୍ମ ବିଭୋର ହେଉଛନ୍ତି ଭକ୍ତ ।

ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କର ସର୍ବମୋଟ ୫ଥର ସୁନାବେଶ ହୋଇଥାଏ । ବର୍ଷସାରା କରାଯାଉଥିବା ସୁନାବେଶ ମଧ୍ୟରୁ ରଥ ଉପରେ କରାଯାଉଥିବା ସୁନାବେଶ ସବୁଠୁ ବଡ଼ । ଶ୍ରୀମନ୍ଦିର ରତ୍ନସିଂହାସନ ଉପରେ ଶ୍ରୀବିଗ୍ରହମାନେ ମାଘପୂର୍ଣ୍ଣିମା, କାର୍ତ୍ତିକ ପୂର୍ଣ୍ଣିମା, ପୌଷ ପୂର୍ଣ୍ଣିମା ଏବଂ ଦଶହରା ଅବସରରେ ରାଜରାଜେଶ୍ବର ବେଶ ବା ସୁନାବେଶରେ ଦର୍ଶନ ଦେଇଥାନ୍ତି ଚତୁର୍ଦ୍ଧାମୂର୍ତ୍ତି । ତେବେ ଶ୍ରୀମନ୍ଦିର ଭିତରେ ଯେହେତୁ ସବୁବର୍ଗର ଭକ୍ତ ଦର୍ଶନ କରିପାରନ୍ତି ନାହିଁ ତେଣୁ ରଥଯାତ୍ରା ସମୟରେ ରଥ ଉପରେ ଶ୍ରୀଜିଉମାନଙ୍କର ଏହି ଦୁର୍ଲଭ ଓ ଆକର୍ଷଣୀୟ ସୁନାବେଶ କରାଯାଏ । ଯାହାକୁ ସମସ୍ତେ ଦର୍ଶନ କରିବାର ସୁଯୋଗ ପାଇଥାନ୍ତି ।

ରଥ ଉପରେ ହେଉଥିବା ଏହି ବେଶକୁ ବଡ଼ତଡାଉ ବେଶ ମଧ୍ୟ କୁହାଯାଏ। ଗଜପତି ମହାରାଜା କପିଳେନ୍ଦ୍ର ଦେବଙ୍କ ସମୟରୁ ଏହି ବେଶ ହୋଇଆସୁଥିବା ଶୁଣିବାକୁ ମିଳେ। ତେବେ ଏହି ଅପୂର୍ବ ବେଶ ଲାଗି ଶ୍ରୀମନ୍ଦିର ଭଣ୍ଡାର ଘରୁ ମହଣ ମହଣ ସୁନା ଓ ରୁପା ଅଳଙ୍କାର ବାହାର କରାଯାଇଛି । ବହୁବିଧ ରତ୍ନଅଳଙ୍କାର ଲାଗି ହୋଇ ରଥ ଉପରେ ଝଲସୁଛନ୍ତି ଦାରୁଦିଅଁ।

About The Author: The Sakala