ଆକାଉଣ୍ଟକୁ ଯାଇନି ‘ସୁଭଦ୍ରା’ ୧ ଟଙ୍କା, ମିଛ ଖବରରେ ଭ୍ରମିତ ନ ହେବାକୁ ପରାମର୍ଶ…

ଭୁବନେଶ୍ବର: ଆକାଉଣ୍ଟକୁ ୧ ଟଙ୍କା ଯାଇନି । ‘ସୁଭଦ୍ରା’ ଟଙ୍କା ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ହିତାଧିକାରୀଙ୍କ ଖାତାକୁ ୧ଟଙ୍କା ଯିବା ଖବରକୁ ଖଣ୍ଡନ କରିଛି ବିଭାଗ। ସୋସିଆଲ ମିଡିଆରେ ଚାଳିଥିବା ଖବରରେ ଭ୍ରମିତ ନ ହେବାକୁ ପରାମର୍ଶ ଦିଆଯାଇଛି। ଏପରି କୌଣସି ବ୍ୟବସ୍ଥା କରାଯାଇ ନ ଥିବା ବିଭାଗ ସ୍ପଷ୍ଟୀକରଣ କରିଛି। ପ୍ରଥମ ପର୍ଯ୍ୟାୟରେ ପରୀକ୍ଷାମୂଳକ ଭାବେ ୧ ଟଙ୍କା ପଠାଯାଇଥିଲା। କିନ୍ତୁ ୨ ୟ ପର୍ଯ୍ୟାୟରେ ଏଭଳି କୌଣସି […]

ଭୁବନେଶ୍ବର: ଆକାଉଣ୍ଟକୁ ୧ ଟଙ୍କା ଯାଇନି । ‘ସୁଭଦ୍ରା’ ଟଙ୍କା ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ହିତାଧିକାରୀଙ୍କ ଖାତାକୁ ୧ଟଙ୍କା ଯିବା ଖବରକୁ ଖଣ୍ଡନ କରିଛି ବିଭାଗ। ସୋସିଆଲ ମିଡିଆରେ ଚାଳିଥିବା ଖବରରେ ଭ୍ରମିତ ନ ହେବାକୁ ପରାମର୍ଶ ଦିଆଯାଇଛି। ଏପରି କୌଣସି ବ୍ୟବସ୍ଥା କରାଯାଇ ନ ଥିବା ବିଭାଗ ସ୍ପଷ୍ଟୀକରଣ କରିଛି। ପ୍ରଥମ ପର୍ଯ୍ୟାୟରେ ପରୀକ୍ଷାମୂଳକ ଭାବେ ୧ ଟଙ୍କା ପଠାଯାଇଥିଲା। କିନ୍ତୁ ୨ ୟ ପର୍ଯ୍ୟାୟରେ ଏଭଳି କୌଣସି ବ୍ୟବସ୍ଥା ଏଯାବତ୍ ଗ୍ରହଣ କରାଯାଇ ନାହିଁ। ‘ସୁଭଦ୍ରା’ର ଅଫିସିଆଲ ୱେବସାଇଟ ଅନୁକରଣ କରିବାକୁ ବିଭାଗ ପକ୍ଷରୁ ଅପିଲ କରାଯାଇଛି। ଟୋଲ ଫ୍ରି ନମ୍ବର ୧୪୬୭୮କୁ କଲ କରିବାକୁ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

About The Author: The Sakala