ଆଦର୍ଶ ଥାନାରେ ପ୍ରେମୀ ଯୁଗଳଙ୍କ ବିବାହ: ଉଭୟ ପରିବାରଙ୍କୁ ଡାକି ପୁଲିସର ବୁଝାସୁଝା ପରେ ହେଲା ବିବାହ

ସୁବଳୟା: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଆଦର୍ଶ ଥାନା ପରିସରରେ ପ୍ରେମୀ ଯୁଗଳଙ୍କ ବିବାହ ସମ୍ପନ୍ନ ହୋଇଛି। ସୂଚନା ଅନୁଯାୟୀ, ବୀରମହାରାଜପୁର ଥାନା ଅନ୍ତର୍ଗତ ବହପଦର ପଞ୍ଚାୟତ ଗୌଡଗାଡ ଗ୍ରାମର ଯଦୁ ସାହୁଙ୍କ ବଡ଼ପୁଅ ସୁଶୀଳ (୨୮) ଓ ମୁର୍ଷୁଣ୍ଢୀ ଗ୍ରାମର ହିମାଂଶୁ ସାହୁଙ୍କ ଝିଅ ଲିପସା (୨୦)ଙ୍କ ମଧ୍ୟରେ ଦୀର୍ଘ ବର୍ଷ ହେଲା ପ୍ରେମ ସମ୍ପର୍କ ରହିଥିଲା।‌ ପ୍ରେମିକ ସୁଶୀଳ ପ୍ରେମିକା ଲିପସାଙ୍କ ନିଜ ମାମୁଁ ପୁଅ ଭାଇ। ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ […]

ସୁବଳୟା: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଆଦର୍ଶ ଥାନା ପରିସରରେ ପ୍ରେମୀ ଯୁଗଳଙ୍କ ବିବାହ ସମ୍ପନ୍ନ ହୋଇଛି। ସୂଚନା ଅନୁଯାୟୀ, ବୀରମହାରାଜପୁର ଥାନା ଅନ୍ତର୍ଗତ ବହପଦର ପଞ୍ଚାୟତ ଗୌଡଗାଡ ଗ୍ରାମର ଯଦୁ ସାହୁଙ୍କ ବଡ଼ପୁଅ ସୁଶୀଳ (୨୮) ଓ ମୁର୍ଷୁଣ୍ଢୀ ଗ୍ରାମର ହିମାଂଶୁ ସାହୁଙ୍କ ଝିଅ ଲିପସା (୨୦)ଙ୍କ ମଧ୍ୟରେ ଦୀର୍ଘ ବର୍ଷ ହେଲା ପ୍ରେମ ସମ୍ପର୍କ ରହିଥିଲା।‌ ପ୍ରେମିକ ସୁଶୀଳ ପ୍ରେମିକା ଲିପସାଙ୍କ ନିଜ ମାମୁଁ ପୁଅ ଭାଇ। ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଲିପସାଙ୍କ ପରିବାର ଲୋକେ ତାଙ୍କ ବିବାହ ବଲାଙ୍ଗୀର ଅଞ୍ଚଳରେ ଚୁଡାନ୍ତ କରି ନିର୍ବନ୍ଧ କରିଥିଲେ। ପ୍ରେମୀ ଯୁଗଳ ସାବାଳକ ହୋଇଥିବାରୁ ବୀରମହାରାଜପୁର ଥାନାର ଦ୍ବାରସ୍ଥ ହୋଇଥିଲେ। ପରେ ଥାନା ଅଧିକାରୀ ପଦ୍ମାସିନୀ ମେହେର ଉଭୟ ପରିବାରଙ୍କୁ ଥାନାକୁ ଡ଼ାକି ବୁଝାସୁଝା କରିଥିଲେ। ଶେଷରେ ଉଭୟ ପରିବାରଙ୍କ ସହମତିରେ ଥାନ ପରିସରରେ ପ୍ରେମୀ ଯୁଗଳ ବିବାହ ସମ୍ପନ୍ନ ହୋଇଥିଲା। ଉପଖଣ୍ଡ ପୋଲିସ ଅଧିକାରୀ ଡୋଳାମଣି ଭୋଇ ଓ ଥାନ ଅଧିକାରୀ ଶ୍ରୀମତୀ ମେହେରଙ୍କ ଉପସ୍ଥିତ ରେ ଉଭୟ ପ୍ରେମୀ ଯୁଗଳ ପରସ୍ପର ଫୁଳମାଳ ପିନ୍ଧାଇ ଥିଲେ। ପରେ ନବ ବିବାହିତା ପ୍ରେମୀ ଯୁଗଳ ପରିବାରବର୍ଗଙ୍କ ଆର୍ଶୀବାଦ ନେଇଥିଲେ।

About The Author: The Sakala