ଆଜି ୧୨ ଘଣ୍ଟିଆ ବୀରମହାରାଜପୁର ବନ୍ଦ, ପ୍ରଭୁ ଶ୍ରୀରାମଙ୍କ ଫୋଟୋକୁ ଅପମାନ ଅଭିଯୋଗ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ କରୁଛି । ବଜରଙ୍ଗ ଦଳ ଓ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ଏଥିରେ ଗାଡ଼ି ମଟର, ସରକାରୀ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି । ଗତ ପଣା ସଂକ୍ରାନ୍ତି ଓ ଓଡିଆ ନବବର୍ଷ ଦିନ ଭୀମ ଆର୍ମି ଦ୍ୱାରା ପ୍ରଭୁ ଶ୍ରୀରାମଙ୍କ ଫୋଟୋକୁ ଅପମାନକୁ ନେଇ ଏହି ବନ୍ଦ ପାଳନ। ଏନେଇ ଵଜରଙ୍ଗ ଦଳ ପକ୍ଷରୁ ଏହାକୁ ନିନ୍ଦା କରାଯିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ବୀରମହାରାଜପୁର ଥାନାରେ ଏକ ମାମଲା ମଧ୍ୟ ଦାୟର କରାନେଇଥିଲା ଲ

ଆଜି ଵଜରଙ୍ଗ ଦଳ ପକ୍ଷରୁ ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି l ବନ୍ଦ ଡାକରାର ପ୍ରଭାବରେ ବୀରମହାରାଜପୁର ଦୋକାନ ବଜାର, ସ୍କୁଲ କଲେଜ, ସରକାରୀ ବେସରକାରୀ କାର୍ଯ୍ୟାଳୟ ସମେତ ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି l ବଜରଙ୍ଗ ଦଳର କର୍ମକର୍ତ୍ତାମାନେ ବିଭିନ୍ନ ସ୍ଥାନରେ ପିକେଟିଙ୍ଗ କରୁଥିବା ଦେଖିବାକୁ ମିଳିଛି l

About The Author: Madhusudan Das