ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ଏଏସଆଇ ବୁଦୁ ଭୋଇ। ଏକ ଦୁର୍ଘଟଣା ମାମଲାରେ ଜବତ ହୋଇଥିବା ମୋଟରସାଇକେଲକୁ ଛାଡିବା ପାଇଁ ଜଣେ ଅଭିଯୋଗକାରୀଙ୍କୁ ୬ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଆଜି ଏହି ଲାଞ୍ଚ ଟଙ୍କା ନେଉଥିବାବେଲେ ମାଡିବସିଥିଲା ଭିଜିଲାନ୍ସ।
ଖବର ଅନୁଯାୟୀ, ଗତ ଏକ ମାସ ଧରି ଅଭିଯୋଗକାରୀ ଏଏସଆଇ ବୁଦୁ ଭାଇଙ୍କୁ ତାଙ୍କ ମୋଟରସାଇକେଲ ଛାଡିବା ପାଇଁ ଅନୁରୋଧ କରି ଆସୁଥିଲେ। କିନ୍ତୁ ବୁଦୁ ଭୋଇ ଏହାକୁ ଛାଡିବା ପାଇଁ ୬ ହଜାର ଟଙ୍କା ଲାଞ୍ଚ ମାଗୁଥିଲେ। ଏହାପରେ ଅଭିଯୋଗକାରୀ ଜଣଙ୍କ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ। ଭିଜିଲାନ୍ସ ଆଜି ଅଭିଯୋଗକାରୀଙ୍କଠାରୁ ୬ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଅଭିଯୁକ୍ତ ଏଏସଆଇ ବୁଦୁ ଭୋଇଙ୍କୁ ଗିରଫ କରିଛି। ତାଙ୍କଠାରୁ ସମସ୍ତ ଲାଞ୍ଚ ଟଙ୍କା ଉଦ୍ଧାର କରାଯାଇ ଜବତ କରାଯାଇଛି। ଏହାପରେ ତାଙ୍କର ଏକକାଳୀନ ୨ ସ୍ଥନାରେ ଚଢାଉ ଜାରି ରହିଥିବା ସୂଚନା ।