ଶତାଧିକ ସାପ ଧରି ଚର୍ଚ୍ଚାରେ ପୁଲିସ୍ ବାବୁ, ସାପ ବାହାରିଛି ଖବର ପାଇଲେ ପହଞ୍ଚି ଯାଆନ୍ତି ନିଜ ସରଞ୍ଜାମ ଧରି ….

ସୋନପୁର: ସେ ଯେତେ କ୍ଳାନ୍ତରେ ଥାଆନ୍ତୁ କି ଯେତେ ରାତି ହୋଇଥାଉ ସାପ ବାହାରିଛି ବୋଲି  ଫୋନ୍ କଲଟିଏ ପାଇଲେ ତତକ୍ଷଣାତ୍ ସେହି ସ୍ଥାନକୁ ପହଞ୍ଚି ସାପ ଧରିଥାନ୍ତି । ଶତାଧିକ ସାପ ଧରି ଚର୍ଚ୍ଚାରେ ପୁଲିସ୍ କନଷ୍ଟେବଲ ପ୍ରମୋଦ ଦାସିଆ। ସେ ନିଜ ଡ୍ୟୁଟି ସାରି କ୍ଳାନ୍ତ ହୋଇ ଘରକୁ ଫେରିଥିବା ସମୟରେ ସାପ ବାହାରିଛି ବୋଲି ଖବର ପାଇଗଲେ ନିଜ ସରଞ୍ଜାମ ଧରି ପହଞ୍ଚି ଯାଆନ୍ତି। ଯେତେ ରାତି ହୋଇଥାଉ ସାପ ବାହାରିଥିବା ଘରେ […]

ସୋନପୁର: ସେ ଯେତେ କ୍ଳାନ୍ତରେ ଥାଆନ୍ତୁ କି ଯେତେ ରାତି ହୋଇଥାଉ ସାପ ବାହାରିଛି ବୋଲି  ଫୋନ୍ କଲଟିଏ ପାଇଲେ ତତକ୍ଷଣାତ୍ ସେହି ସ୍ଥାନକୁ ପହଞ୍ଚି ସାପ ଧରିଥାନ୍ତି । ଶତାଧିକ ସାପ ଧରି ଚର୍ଚ୍ଚାରେ ପୁଲିସ୍ କନଷ୍ଟେବଲ ପ୍ରମୋଦ ଦାସିଆ। ସେ ନିଜ ଡ୍ୟୁଟି ସାରି କ୍ଳାନ୍ତ ହୋଇ ଘରକୁ ଫେରିଥିବା ସମୟରେ ସାପ ବାହାରିଛି ବୋଲି ଖବର ପାଇଗଲେ ନିଜ ସରଞ୍ଜାମ ଧରି ପହଞ୍ଚି ଯାଆନ୍ତି। ଯେତେ ରାତି ହୋଇଥାଉ ସାପ ବାହାରିଥିବା ଘରେ ପହଞ୍ଚି ସାପକୁ ଉଦ୍ଧାର କରି ଜଙ୍ଗଲରେ ଛାଡନ୍ତି। ଏକ ସେବା ଭାବରେ ନେଇ ପ୍ରମୋଦ ସାପ ଧରିବା ଜାରି ରଖିଛନ୍ତି ।

ସାପକୁ ଦେଖିଲେ ସାଧାରଣ ଲୋକ ଭୟଭୀତ ହୋଇ ମାରି ଦିଅନ୍ତି। ବର୍ଷା ଦିନରେ ବିଷଧର ସାପ ଗୁଡିକ ଘର ଭିତରକୁ ଚାଲି ଆସିଥାନ୍ତି। ବେଳେବେଳେ ସାପ କାମୁଡାରେ ମଧ୍ୟ ଲୋକେ ମୃତ୍ୟୁ ମୁଖରେ ପଡୁଥିବା ନଜିର ରହିଛି। ଲୋକଙ୍କ ଜୀବନ ରକ୍ଷା ସହ ସାପକୁ ବଞ୍ଚାଇବା ପାଇଁ ପଣ କରିଛନ୍ତି ପ୍ରମୋଦ। ପ୍ରମୋଦ ସାପ ଧରିବା ପ୍ରଶିକ୍ଷଣ ନେଇ ସାପ ଧରି ସାଧାରଣ ଜୀବନ ରକ୍ଷା କରିବା ସହିତ ସାପକୁ ନ ମାରି ଜଙ୍ଗଲରେ ଛାଡି ଏହି ପ୍ରଜାତିର ରକ୍ଷା କରୁଛନ୍ତି। ପ୍ରମୋଦଙ୍କ ମହତ କାମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକ ରାମପୁରର ବାସିନ୍ଦା ହେଉଛନ୍ତି ପ୍ରମୋଦ କୁମାର ଦାସିଆ। ସେ ସୋନପୁର ପୁଲିସରେ କନଷ୍ଟେବଳ ଭାବେ କାର୍ଯ୍ୟ କରୁଛନ୍ତି। ଜିଲ୍ଲା ତଥା ପଡୋଶୀ ଜିଲ୍ଲା ବୌଦ୍ଧର ମନମୁଣ୍ଡା ଅଞ୍ଚଳରେ ଯେଉଁଠି ବି ସାପ କାହା ଘରକୁ ପଶିଥିବାର ଖବରେ ପାଆନ୍ତି ପ୍ରମୋଦ ତୁରନ୍ତ  ବାହାରି ପଡନ୍ତି ସାପ ଧରିବାକୁ ।ବୃତ୍ତିରେ ପୁଲିସ୍ ଚାକିରି ହୋଇଥିବା ବେଳେ ସାପ ଧରିବା ପେଶା ଜାରି ରଖିଛନ୍ତି ପ୍ରମୋଦ । ପ୍ରମୋଦଙ୍କ କହିବା ଅନୁସାରେ ଆମ ଅଞ୍ଚଳରେ ଯେତେ ସବୁ ବି ସାପ ବାହାରୁଛନ୍ତି ଗୋଟେ ଦୁଇଟି ପ୍ରଜାତିର ସାପ ବିଷଧର ହୋଇଥିବା ବେଳେ ଅନ୍ୟ ସବୁ ପ୍ରଜାତିର ସାପ ବିଷଧର ନୁହନ୍ତି  ସାପ ମାନେ ବିଶେଷତଃ ବର୍ଷା ଦିନେ ବେଙ୍ଗ, ମୂଷା ଖାଇବା ପାଇଁ ଘରମୁହାଁ ହୋଇଥାନ୍ତି। ତେଣୁ ସାପ ବାହାରିଲେ ଭୟଭୀତ ନ ହୋଇ ସ୍ନେକ ହେଲ୍ପ ଲାଇନକୁ ଖବର ଦେବା କିମ୍ବା ତାଙ୍କୁ ଫୋନ କରିବା ପାଇଁ  କହିଛନ୍ତି ପ୍ରମୋଦ।

ପ୍ରମୋଦ କୁମାର ଦାସିଆ ବିଗତ ୩୦ ବର୍ଷ ହେଲା ସାପ ଧରିବା ପ୍ରଶିକ୍ଷଣ ନେଇ ସାପ ଧରି ଆସୁଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲା ସମେତ ବୌଦ୍ଧ ଜିଲ୍ଲା ତଥା ବରଗଡ, ସମ୍ବଲପୁର, ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଶହ ଶହ ସାପ ଧରି ସାରିଛନ୍ତି। ସାପ ଧରିବା ପାଇଁ ଚମଡା ଗ୍ଲୋବ୍ସ ସହ ସ୍ନେକ କ୍ୟାଚର ବାଡି ତଥା ଅନ୍ୟାନ୍ୟ ଉପକରଣ ରଖିଥିବା ବେଳେ ସାପ ଧରିବା ସମୟରେ ସେ ଖୁବ୍ ସତର୍କତା ଅବଲମ୍ବ ନକରିଥାନ୍ତି। ସାଧାରଣତଃ ପୁଲିସ୍ କର୍ମଚାରୀଙ୍କ ଉପରେ ସାଧାରଣ ଲୋକଙ୍କ ଅଲଗା ଧାରଣା ଥିବା ବେଳେ ପ୍ରମୋଦ ଦାସିଆ ଜନହିତକର କାମରେ ଲାଗି ଥିବାରୁ ସହରବାସୀଙ୍କ ଅତି ନିଜର ହୋଇ ଯାଇଛନ୍ତି। ତେବେ ପ୍ରମୋଦଙ୍କ ଏଭଳି କାମକୁ ସାଧାରଣ ଲୋକ ପ୍ରଶଂସା କରିବା ସହିତ ସାପ ବାହାରିଲେ ସାପକୁ ନମାରି ପ୍ରମୋଦ କୁମାର ଦାସିଆଙ୍କୁ ଫୋନ କରିବାକୁ ଅନୁରୋଧ କରିଛନ୍ତି ପକ୍ଷୀ ପ୍ରେମୀ ଶ୍ୟାମାଓଁ ପ୍ରସାଦ ମିଶ୍ର।ବିନା ସ୍ବାର୍ଥରେ ଲୋକଙ୍କ ସେବା ହିସାବରେ ସାପ ଧରିବା କାମ ଜାରି ରଖିଥିବାରୁ ସହକର୍ମୀ ତଥା ଜିଲ୍ଲା ରକ୍ତଦାତା ସଂଘର ସଭାପତି ମନୋଜ ପଣ୍ଡା ମଧ୍ୟ ଖୁବ୍ ପ୍ରଶଂସା କରିଛନ୍ତି। ପ୍ରମୋଦ କେବେ ନିଜ ବୃତ୍ତିରେ ମଧ୍ୟ ଅବହେଳା କରନ୍ତି ନାହିଁ ବୋଲି ମନୋଜ କହିଛନ୍ତି। ତେବେ ପ୍ରମୋଦଙ୍କ ଉଦ୍ୟମ ନିଶ୍ଚିତ ଭାବେ ପ୍ରଶଂସନୀୟ।

About The Author: The Sakala