ସମ୍ୱଲପୁର ବିଶ୍ଵବିଦ୍ୟାଳୟର ବ୍ରହ୍ମପୁତ୍ର ହଷ୍ଟେଲ୍‌ରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ସମ୍ବଲପୁର: ସମ୍ବଲପୁର ବିଶ୍ଵ ବିଦ୍ୟାଳୟରେ ଛାତ୍ରଙ୍କ ଆତ୍ମହତ୍ୟା । ବ୍ରହ୍ମପୁତ୍ର ଛାତ୍ରାବାସରେ ଛାତ୍ରଙ୍କ ଆତ୍ମହତ୍ୟା । ମୃତ ଛାତ୍ର ଅର୍ଥନୀତି ବିଭାଗର ସୁରଜ୍ କୁଜୁର, ତାଙ୍କ ଘର ସୁନ୍ଦରଗଡ ବୋଲି ସୂଚନା ମିଳିଛି । ତେବେ ସେ କାହିଁକି ଆତ୍ମହତ୍ୟା କଲେ ତାହା ଅସ୍ପଷ୍ଟ ରହିଛି । ଗତକାଲି ବିଳମ୍ବିତ ରାତିରେ ଖବର ପାଇଁ ବିଶ୍ୱ ବିଦ୍ୟାଳୟରେ ପହଞ୍ଚି ତଦନ୍ତ କରୁଛି ପୋଲିସ ।

ସୂଚନା ଅନୁସାରେ, ସୁରଜ ଛାତ୍ରାବାସ ରୁମ ନଂ ୫୨ରେ ଏକୁଟିଆ ରହୁଥିଲେ । ମଙ୍ଗଳବାର ରାତିରେ ସ‌ହପାଠୀମାନେ ତାଙ୍କୁ ରାତ୍ର ଭୋଜନ କରିବା ପାଇଁ ଡାକିଥିଲେ । କିନ୍ତୁ ସେ କବାଟ ଖୋଲିନଥିଲେ। ସହପାଠୀମାନଙ୍କ ସନ୍ଦେହ ହେବାରୁ କିଛି ସହପାଠୀ ଝରକାକୁ ଚଢ଼ି ଦେଖିଥିଲେ । ସେ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ । ଘଟଣା ସମ୍ପର୍କରେ ବୁର୍ଲା ପୁଲିସ ସମେତ ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତି, କୁଳସଚିବ, ମୃତ ଛାତ୍ରଙ୍କ ପରିବାରକୁ ଘଟଣା ସମ୍ପର୍କରେ ସୂଚନା ଦିଆଯାଇଛି । 

About The Author: Madhusudan Das