ମାଟ୍ରିକ ରେଜଲ୍ଟକୁ ନେଇ ଛାତ୍ରଛାତ୍ରୀ ଅସନ୍ତୋଷ, ବୋର୍ଡ ଅଫିସ ଆଗରେ ଧାରଣା

ଭୁବନେଶ୍ବର: ମାଟ୍ରିକ ରେଜଲ୍ଟକୁ ନେଇ କିଛି ଛାତ୍ରଛାତ୍ରୀଙ୍କ ମଧ୍ଯରେ ଅସନ୍ତୋଷ ଦେଖାଦେଇଛି। ଏ ନେଇ କଟକ ବୋର୍ଡ ଅଫିସ ଆଗରେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଧାରଣାରେ ବସିଛନ୍ତି। ସମାନ ଦୃଶ୍ୟ ମଧ୍ଯ  ପୁରୀ ଓ ଭୁବନେଶ୍ୱରରେ ମଧ୍ଯ ଦେଖିବାକୁ ମଳିଛି। ତ୍ରୁଟିପୂର୍ଣ୍ଣ ମାର୍କିଂ ହୋଇଥିବା ନେଇ ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, ସ୍କୁଲ ଠିକ ମାର୍କ ପଠାଇଥିଲେ ମଧ୍ଯ ବୋର୍ଡ ଉକ୍ତ ମାର୍କକୁ କମାଇ ଦେଇଛନ୍ତି। ବୋର୍ଡ ନମ୍ବରରେ ତ୍ରୁଟି ରହିଥିବା ଦର୍ଶାଇଛନ୍ତି। କଟକ କଲେଜ […]

ଭୁବନେଶ୍ବର: ମାଟ୍ରିକ ରେଜଲ୍ଟକୁ ନେଇ କିଛି ଛାତ୍ରଛାତ୍ରୀଙ୍କ ମଧ୍ଯରେ ଅସନ୍ତୋଷ ଦେଖାଦେଇଛି। ଏ ନେଇ କଟକ ବୋର୍ଡ ଅଫିସ ଆଗରେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଧାରଣାରେ ବସିଛନ୍ତି। ସମାନ ଦୃଶ୍ୟ ମଧ୍ଯ  ପୁରୀ ଓ ଭୁବନେଶ୍ୱରରେ ମଧ୍ଯ ଦେଖିବାକୁ ମଳିଛି। ତ୍ରୁଟିପୂର୍ଣ୍ଣ ମାର୍କିଂ ହୋଇଥିବା ନେଇ ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁଯାୟୀ, ସ୍କୁଲ ଠିକ ମାର୍କ ପଠାଇଥିଲେ ମଧ୍ଯ ବୋର୍ଡ ଉକ୍ତ ମାର୍କକୁ କମାଇ ଦେଇଛନ୍ତି। ବୋର୍ଡ ନମ୍ବରରେ ତ୍ରୁଟି ରହିଥିବା ଦର୍ଶାଇଛନ୍ତି।

କଟକ କଲେଜ ଛକ ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରର ମାଟ୍ରିକ୍ ଛାତ୍ରଛାତ୍ରୀ ସ୍କୁଲ୍‌ରେ ହୋହଲ୍ଲା କରିବା ସହିତ ଶିକ୍ଷକଙ୍କୁ ଘେରିିଥିଲେ। ଏହି ସ୍କୁଲ୍‌ର ଶତାଧିକ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ବୋର୍ଡ ଦେଇଥିବା ନମ୍ବରରେ ତ୍ରୁଟି ରହିଥିବା ଦର୍ଶାଇଛନ୍ତି।  ଏଥିପାଇଁ ସେମାନେ ପୁନଃମୂଲ୍ୟାୟନ ଦାବି କରିଛନ୍ତି।

କଟକ କଲେଜ ଛକ ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ଭଳି ପୁରୀର ମଧୁବନ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ମଧ୍ୟ ମାଟ୍ରିକ୍ ରେଜଲ୍ଟକୁ ନେଇ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି। ସେମାନେ ବି ଅଭିଭାବକମାନଙ୍କ ସହିତ ମିଶି ସ୍କୁଲ୍ ଘେରାଉ କରିଛନ୍ତି।

About The Author: The Sakala