ବିଦ୍ୟୁତ୍ ତାର ଲାଗି ଛାତ୍ର ମୃତ

ତୁମୁଡ଼ିବନ୍ଧ: କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଅଞ୍ଚଳରେ ଦୁଃଖଦ ଘଟଣା। ତୁମୁଡିବନ୍ଧ ବ୍ଲକ ସିର୍ଲା ପଂଚାୟତର ପସରଡ଼ି ଗାଁର ଦଶମ ଶ୍ରେଣୀ ଛାତ୍ର ତୀରଜ ପାଟମଝି ସିର୍ଲା ମୁଖ୍ୟ ବଜ଼ାରରୁ ସନ୍ଧ୍ୟା ସମୟରେ ନିଜର କାମ ସରିଲା ପରେ ନିଜ ଗ୍ରାମ ପସରଡ଼ିକୁ ଚାଲି ଚାଲି ଯାଉଥିବା ବେଳେ ଅଧା ରାସ୍ତାରେ ବର୍ଷା ଓ ପବନ ହେବା ହେତୁ ବିଦୂତ ତାର ଖସି ରାସ୍ତାରେ ପଡିଥିଲା। ତୀରଜଙ୍କ ପାଖରେ କୌଣସି ଟର୍ଚ୍ଚ ଲାଇଟ ନଥିବାରୁ ସେ ତାର କୁ […]

ତୁମୁଡ଼ିବନ୍ଧ: କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଅଞ୍ଚଳରେ ଦୁଃଖଦ ଘଟଣା। ତୁମୁଡିବନ୍ଧ ବ୍ଲକ ସିର୍ଲା ପଂଚାୟତର ପସରଡ଼ି ଗାଁର ଦଶମ ଶ୍ରେଣୀ ଛାତ୍ର ତୀରଜ ପାଟମଝି ସିର୍ଲା ମୁଖ୍ୟ ବଜ଼ାରରୁ ସନ୍ଧ୍ୟା ସମୟରେ ନିଜର କାମ ସରିଲା ପରେ ନିଜ ଗ୍ରାମ ପସରଡ଼ିକୁ ଚାଲି ଚାଲି ଯାଉଥିବା ବେଳେ ଅଧା ରାସ୍ତାରେ ବର୍ଷା ଓ ପବନ ହେବା ହେତୁ ବିଦୂତ ତାର ଖସି ରାସ୍ତାରେ ପଡିଥିଲା। ତୀରଜଙ୍କ ପାଖରେ କୌଣସି ଟର୍ଚ୍ଚ ଲାଇଟ ନଥିବାରୁ ସେ ତାର କୁ ଦେଖିପାରିନଥିଲେ। ଯାହାଫଳରେ ସେ ତଳେ ପଡ଼ିଥିବା ବିଦୂତ ତାର ସଂସ୍ପର୍ଶରେ ଆସି ମୃତ୍ୟ ବରଣ କରିଛନ୍ତି l ମୃତ୍ୟୁ ପରେ ପସରଡ଼ି ଗ୍ରାମରେ ଦୁଃଖଦ ପରିବେଶ ସୃଷ୍ଟି ହେଇଛି l

About The Author: The Sakala