ଭୁବନେଶ୍ୱର: ସୋସିଆଲ ମିଡିଆରେ ଲାଗିବ ଅଶ୍ଳୀଳ ଭାଷା ଅଙ୍କୁଶ । ସୋସିଆଲ୍ ମିଡିଆରେ ଅଶ୍ଳୀଳ ଭାଷା ପ୍ରୟୋଗ କଲେ ହେବ କଡ଼ା ଆକ୍ସନ ହେବ ବୋଲି ଚେତାଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଏନେଇ ସରକାର ଆଣିବେ କଠୋର ଆଇନ । ଅପଶବ୍ଦ ବ୍ୟବହାର ଉପରେ ଅଙ୍କୁଶ ପାଇଁ ପ୍ରସ୍ତାବ ଦେଇଛନ୍ତି ଆଇନ କମିଶନ । ଅପଶବଦ୍ଦ ଓ ଘୃଣୀତ ଅପରାଧ ଆକ୍ଟ ଲାଗୁ କରିବାକୁ ଯାଉଛନ୍ତି ବୋଲି ଆଇନ ମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି କି, ସୋସିଆଲ ମିଡିଆ କୁତ୍ସିତ ହେବାକୁ ଆରମ୍ଭ ହେଲାଣି । କିଛି ଲୋକ ଅଭଦ୍ର ମାନସିକତା ଦେଖାଉଛନ୍ତି । ଏହାର ପ୍ରକୃତ ଚିକିତ୍ସା ହେବା ଦରକାର ବୋଲି ସେ କହିଛନ୍ତି।