ରାସନ କାର୍ଡ ପାଇଁ ପୁଣି ଇ-କେଓ୍ବାଇସି ଅବଧି ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ଵର: ରାସନ କାର୍ଡ ପାଇଁ ପୁଣି ବଢ଼ିଲା E-KYC ଅବଧି । ମାର୍ଚ୍ଚ ୩୧ ଯାଏଁ ବଢିଲା ଇ-କେଓ୍ବାଇସି ଅବଧି। ଏ ନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେ କହିଛନ୍ତି ଯେ, ନେଟ୍‌ଓ୍ବାର୍କ ସମସ୍ୟା ପାଇଁ କିଛି ସ୍ଥାନରେ ଇ-କେଓ୍ବାଇସି ଅପଡେଟ୍ ହେଉନାହିଁ। ଲୋକଙ୍କ ସମସ୍ୟାକୁ ଦୃଷ୍ଟି ରଖି ପଞ୍ଚମ ଥର ପାଇଁ ରାଜ୍ୟ ସରକାର କେ-ଓ୍ବାଇସି ଅବଧିକୁ ବୃଦ୍ଧି କରିଛନ୍ତି। ୯୦ ପ୍ରତିଶତ ଲୋକ ଇ-କେଓ୍ବାଇସି ଅପଡେଟ୍ କରିଥିବାବେଳେ ଆହୁରି […]

ଭୁବନେଶ୍ଵର: ରାସନ କାର୍ଡ ପାଇଁ ପୁଣି ବଢ଼ିଲା E-KYC ଅବଧି । ମାର୍ଚ୍ଚ ୩୧ ଯାଏଁ ବଢିଲା ଇ-କେଓ୍ବାଇସି ଅବଧି। ଏ ନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ସେ କହିଛନ୍ତି ଯେ, ନେଟ୍‌ଓ୍ବାର୍କ ସମସ୍ୟା ପାଇଁ କିଛି ସ୍ଥାନରେ ଇ-କେଓ୍ବାଇସି ଅପଡେଟ୍ ହେଉନାହିଁ। ଲୋକଙ୍କ ସମସ୍ୟାକୁ ଦୃଷ୍ଟି ରଖି ପଞ୍ଚମ ଥର ପାଇଁ ରାଜ୍ୟ ସରକାର କେ-ଓ୍ବାଇସି ଅବଧିକୁ ବୃଦ୍ଧି କରିଛନ୍ତି। ୯୦ ପ୍ରତିଶତ ଲୋକ ଇ-କେଓ୍ବାଇସି ଅପଡେଟ୍ କରିଥିବାବେଳେ ଆହୁରି ୩୩ ଲକ୍ଷ ବାକି ଅଛନ୍ତି। ନେଟ୍‌ଓ୍ବର୍କ ସମସ୍ୟା ସହ ବିଭିନ୍ନ କାରଣରୁ ଲୋକମାନେ ଇ-କେଓ୍ବାଇସି କରିନାହାନ୍ତି। ୨ କୋଟି ୯୯ ଲକ୍ଷ ୮ ହଜାର ୪୫୭ ଜଣ ଇ-କେଓ୍ବାଇସି କରିସାରିଲେଣି। କୌଣସି ସମସ୍ୟା ଥିଲେ ଟ୍ରୋଲ୍ ଫ୍ରି ନଂ ୧୯୬୭କୁ କଲ୍‌ କରି ବୁଝିପାରିବେ।

About The Author: The Sakala