ଭୁବନେଶ୍ବର : ଆସନ୍ତା ମାର୍ଚ୍ଚ ୨୮ ଏବଂ ୨୯ ତାରିଖରେ ରାଜ୍ୟର ସମସ୍ତ ସ୍କୁଲ ଛୁଟି । ଏ ନେଇ ଘୋଷଣା କରିଛନ୍ତି ରାଜ୍ୟ ସରକାର । ହୋଲି ଏବଂ ଦୋଳ ପୂର୍ଣ୍ଣିମା ପାଇଁ ୨ ଦିନ ରାଜ୍ୟର ସମସ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଥିବା ସୂଚନା ମିଳିଛି । ତେବେ ଏନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ଅତିରିକ୍ତ ଶାସନ ସଚିବ ।
ସୂଚନାଯୋଗ୍ୟ କରୋନା ମହାମାରୀ ପାଇଁ ସମସ୍ତ ସ୍କୁଲ ବନ୍ଦ ରହିଥିଲା । ଦୀର୍ଘ ଦିନର ବ୍ୟବଧାନ ପରେ ଏବେ ପୁଣି ଖୋଲିଛି ସ୍କୁଲ । ତେବେ ଏବେ ବି କରୋନା କାୟା ଜାରି ରହିଛି । ଏହାରି ମଧ୍ୟରେ ହୋଲି ଓ ଦୋଳକୁ ନେଇ ଛୁଟି ଘୋଷଣା ହୋଇଛି । ଏଥର ହୋଲି ଘରେ ରହି ପାଳନ କରିବାକୁ ସରକାର ପରାମର୍ଶ ଦେଇଛନ୍ତି ।