ବୋଲବମ୍ ପାଇଁ କମିସନରେଟ ପୁଲିସ ପକ୍ଷରୁ ସ୍ବତନ୍ତ୍ର ପ୍ରସ୍ତୁତି

ଭୁବନେଶ୍ବର: ଦିନକ ପରେ ଶ୍ରାବଣ ମାସ ପ୍ରଥମ ସୋମବାର। ବୋଲ୍‍ବମ୍‍ ହର୍‍ହର୍‍ ବମ୍‍ …..ହର ହର ମହାଦେବର ଧ୍ୱନିରେ କମ୍ପବା ଆରମ୍ଭ ହେଲାଣି ଏକାମ୍ର କ୍ଷେତ୍ର। ଦୁଇବର୍ଷ କରୋନା କଟକଣା ଯୋଗୁଁ ନିରାଶ ହୋଇଥିବା ମାନସିକଧାରୀମାନେ ଦୂରଦୂରାନ୍ତରୁ ଆସି ଶ୍ରୀଲିଙ୍ଗରାଜଙ୍କ କ୍ଷେତ୍ରରେ ଜଳଲାଗି କରିବେ। ଲିଙ୍ଗରାଜ ମନ୍ଦିରରେ ପାଣି ଢାଳିବା ପାଇଁ ୪ ସପ୍ତାହ ଯାଏଁ ଭିଡ଼ ରହିବ । ବୋଲବମ ପାଇଁ ଲିଙ୍ଗରାଜ ମନ୍ଦିରରେ ହେବାକୁ ଥିବା ଭିଡକୁ ଲକ୍ଷ କରି କମିସନରେଟ ପୁଲିସର ପକ୍ଷରୁ […]

ଭୁବନେଶ୍ବର: ଦିନକ ପରେ ଶ୍ରାବଣ ମାସ ପ୍ରଥମ ସୋମବାର। ବୋଲ୍‍ବମ୍‍ ହର୍‍ହର୍‍ ବମ୍‍ …..ହର ହର ମହାଦେବର ଧ୍ୱନିରେ କମ୍ପବା ଆରମ୍ଭ ହେଲାଣି ଏକାମ୍ର କ୍ଷେତ୍ର। ଦୁଇବର୍ଷ କରୋନା କଟକଣା ଯୋଗୁଁ ନିରାଶ ହୋଇଥିବା ମାନସିକଧାରୀମାନେ ଦୂରଦୂରାନ୍ତରୁ ଆସି ଶ୍ରୀଲିଙ୍ଗରାଜଙ୍କ କ୍ଷେତ୍ରରେ ଜଳଲାଗି କରିବେ। ଲିଙ୍ଗରାଜ ମନ୍ଦିରରେ ପାଣି ଢାଳିବା ପାଇଁ ୪ ସପ୍ତାହ ଯାଏଁ ଭିଡ଼ ରହିବ । ବୋଲବମ ପାଇଁ ଲିଙ୍ଗରାଜ ମନ୍ଦିରରେ ହେବାକୁ ଥିବା ଭିଡକୁ ଲକ୍ଷ କରି କମିସନରେଟ ପୁଲିସର ପକ୍ଷରୁ ସ୍ବତନ୍ତ୍ର ପ୍ରସ୍ତୁତି କରାଯଇଛି।

ସହର ସାରା ରୁଟ ଲାଇନିଂ ବ୍ୟବସ୍ଥା ସହ ଟ୍ରାଫିକ ମେନେଜମେଣ୍ଟ କରାଯିବ । ମନ୍ଦିର ଭିତରେ ଓ ବାହାରେ ଓଡ୍ରଫ ସହ ଫାୟାର ଓ ମୋବାଇଲ ମେଡ଼ିକାଲ ୟୁନିଟ ବ୍ୟବସ୍ଥା କରାଯାଇଛି । ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ବ୍ୟାରିକେଟ ବ୍ୟବସ୍ଥା କରାଯାଇଛି।  ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜଣେ ଅତିରିକ୍ତ ଡିଏସିଙ୍କ ନେତୃତ୍ୱରେ ୫ଏସିପି , ୮ ଆଇଆଇସି, ୩୩ ଏସଆଇଙ୍କ ସହ ୬ ପ୍ଲାଟୁନ ପୁଲିସ ଫୋର୍ସ , ୫୦ ହୋମ ଗାର୍ଡଙ୍କୁ ନିୟୋଜିତ କରାଯିବ । ମହିଳା ଭକ୍ତଙ୍କ ପାଇଁ ମହିଳା ପୁଲିସ ଫୋର୍ସ ଓ ମହିଳା ପୁଲିସ ଅଫିସର ମଧ୍ୟ ନିଯୁକ୍ତି କରାଯିବ। ଏ ନେଇ ଭୁବନେଶ୍ବର ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି।

About The Author: The Sakala