ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ବୃତ୍ତିଗତ ଓ ବୈଷୟିକ ପାଠ୍ୟକ୍ରମରେ ନାମଲେଖା ପାଇଁ ସ୍ୱତନ୍ତ୍ର ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ସ୍ପେସାଲ୍ ଓଜେଇଇ) ଆସନ୍ତାକାଲିଠୁ ଆରମ୍ଭ ହେବ। ପ୍ରବେଶିକା ୨୯ ତାରିଖ ଯାଏ ଚାଲିବ। ୨୭ହଜାର ୩ଶହ ଛାତ୍ରଛାତ୍ରୀ ଓଜେଇଇ ପ୍ରବେଶିକା ଦେବେ। ପରୀକ୍ଷାର୍ଥୀଙ୍କ ପାଇଁ ରାଜ୍ୟରେ ୪୭ଟି କେନ୍ଦ୍ର ପ୍ରସ୍ତୁତ ହୋଇଥିବାବେଳେ ଓଜେଇଇ ପକ୍ଷରୁ ପରୀକ୍ଷା ସୂଚୀ ମଧ୍ୟ ପ୍ରକାଶ ପାଇଛି। ଦୈନିକ ୪ଟି ସିଫ୍ଟରେ ପରୀକ୍ଷା ଅନୁଷ୍ଠିତ ହେବ। ୨୬ ତାରିଖରେ ପ୍ରଥମ ତିନୋଟି ସିଫ୍ଟରେ ବିଟେକ୍ ଏବଂ ଶେଷ ସିଫ୍ଟରେ ଏମବିଏ ଆଶାୟୀ ପ୍ରବେଶିକା ପରୀକ୍ଷା ଦେବେ। ସେହିପରି ୨୭ରେ ଲାଟେରାଲ୍ ବିଟେକ୍, ବି-ଫାର୍ମ ଓ ଏମବିଏ ଛାତ୍ରଛାତ୍ରୀ ପ୍ରବେଶିକା ଦେବେ। ୨୯ ତାରିଖରେ ଏମସିଏ ଓ କମ୍ପ୍ୟୁଟର ବିଜ୍ଞାନରେ ଏମଏସ୍ସି ଛାତ୍ରଛାତ୍ରୀ ପ୍ରବେଶିକା ପରୀକ୍ଷା ଦେବେ। ସିବିଟି ମୋଡ୍ରେ ପରୀକ୍ଷା ଅନୁଷ୍ଠିତ ହେବ।
ଆଜିଠୁ ସ୍ୱତନ୍ତ୍ର ଓଜେଇଇ
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ବୃତ୍ତିଗତ ଓ ବୈଷୟିକ ପାଠ୍ୟକ୍ରମରେ ନାମଲେଖା ପାଇଁ ସ୍ୱତନ୍ତ୍ର ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ସ୍ପେସାଲ୍ ଓଜେଇଇ) ଆସନ୍ତାକାଲିଠୁ ଆରମ୍ଭ ହେବ। ପ୍ରବେଶିକା ୨୯ ତାରିଖ ଯାଏ ଚାଲିବ। ୨୭ହଜାର ୩ଶହ ଛାତ୍ରଛାତ୍ରୀ ଓଜେଇଇ ପ୍ରବେଶିକା ଦେବେ। ପରୀକ୍ଷାର୍ଥୀଙ୍କ ପାଇଁ ରାଜ୍ୟରେ ୪୭ଟି କେନ୍ଦ୍ର ପ୍ରସ୍ତୁତ ହୋଇଥିବାବେଳେ ଓଜେଇଇ ପକ୍ଷରୁ ପରୀକ୍ଷା ସୂଚୀ ମଧ୍ୟ ପ୍ରକାଶ ପାଇଛି। ଦୈନିକ ୪ଟି ସିଫ୍ଟରେ ପରୀକ୍ଷା ଅନୁଷ୍ଠିତ ହେବ। ୨୬ ତାରିଖରେ ପ୍ରଥମ ତିନୋଟି ସିଫ୍ଟରେ ବିଟେକ୍ […]