ଭୁବନେଶ୍ବର: ସମ୍ବାଦ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ବିରୁଦ୍ଧରେ ବିଷୋଦଗାର। ଏହି ବିଷୋଦଗାର କରିଛନ୍ତି ବାଲେଶ୍ବର ହକର ସଙ୍ଘ । ହକରଙ୍କ ପାଇଁ ଅଭିଶାପ ପାଲଟିଛି ସୌମ୍ୟଙ୍କ ପ୍ରତିଶୃତି । ହକରଙ୍କ ଦାନାରେ ବାଧାଦେଇ ନୂଆ ହକର ସୃଷ୍ଟି କରୁଛନ୍ତି ସୌମ୍ । ସୌମ୍ୟଙ୍କ ସହ ବାଲେଶ୍ବର ହକର ସଙ୍ଘ ଆଲୋଚନା କରିବାକୁ ଯାଇଥିଲେ ମଧ୍ୟ କୌଣିସି ଫଳପ୍ରଦ ହୋଇ ନ ଥିଲା ବରଂ ଆଲୋଚନା ସମୟରେ ସୌମ୍ୟ ଉତକ୍ଷିପ୍ତ ହୋଇଥିବା କହିଛନ୍ତି ବାଲେଶ୍ବର ହକର ସଙ୍ଘ। ସମ୍ବାଦକୁ ଅଗ୍ରଣୀ କରିବାରେ ହକରଙ୍କ ଭୂମିକା ଅଧିକ ରହିଥିବା ବେଳେ ହକରଙ୍କ କଥା ବୁଝିବାକୁ ନାରାଜ ଥିଲେ ସୌମ୍ୟ । ସେ ନେଇ ଆଜି ସମ୍ବାଦ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ବିରୁଦ୍ଧରେ ବିଷୋଦଗାର କରିଛନ୍ତି ବାଲେଶ୍ବର ହକର ସଙ୍ଘ ।
କର୍ମଚାରୀଙ୍କୁ ଶୋଷଣ କରିବା ସୌମ୍ୟଙ୍କ ପୁରୁଣା ଅଭ୍ୟାସ’
ମନ୍ତ୍ରୀ ପଦ ନ ପାଇ ସୌମ୍ୟ ରଞ୍ଜନ ପଟ୍ଟନାୟକ କେବଳ ସରକାରଙ୍କୁ ସମାଲୋଚନା କରିନାହାନ୍ତି, ଲହୁ ଲୁହ ଦେଇ ସମ୍ବାଦକୁ ଛିଡ଼ା କରିଥିବା କର୍ମଚାରୀମାନେ ବି ତାଙ୍କଦ୍ୱାରା ବ୍ଲାକମେଲିଂର ଶିକାର ହୋଇଛନ୍ତି। ଜଣେ ଅଧେ ନୁହେଁ ଶହ ଶହ କର୍ମଚାରୀଙ୍କ ଅସହାୟତାର ସେ ଭରପୂର ଫାଇଦା ଉଠାଇଛନ୍ତି। ଚାକିରି ଯିବା ଧମକ ଦେଇ କର୍ମଚାରୀଙ୍କ ଜରିଆରେ ଋଣ ନେଇଛନ୍ତି। କର୍ମଚାରୀଙ୍କୁ ଶୋଷଣ କରିବା ସୌମ୍ୟରଞ୍ଜନ ପଟ୍ଟନାୟକଙ୍କର ପୁରୁଣା ଅଭ୍ୟାସ ବୋଲି କହିଛନ୍ତି ‘ସମ୍ବାଦ’ର ପୂର୍ବତନ ଜିଲ୍ଲା ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ଦେଓ। ଏହା ସହିତ ସେ ଇଓଡ଼ବ୍ଲ୍ୟୁରେ ମଧ୍ୟ ଏ ସଂକ୍ରାନ୍ତରେ ଅଭିଯୋଗ କରିଛନ୍ତି।
ପୂର୍ଣଚନ୍ଦ୍ରଙ୍କ ଅଭିଯୋଗ ଅନୁସାରେ ୨୦୦୬ ମସିହା ବେଳକୁ ସେ ଯାଜପୁର ଜିଲ୍ଲା ପ୍ରତିନିଧି ଥିବା ସମୟରେ ଖୋଦ୍ ସୌମ୍ୟରଞ୍ଜନ ତାଙ୍କୁ ଫୋନ୍ କରି କଟକ ଲିଙ୍କ୍ ରୋଡ ସ୍ଥିତ ସମ୍ବାଦ କାର୍ଯ୍ୟାଳୟକୁ ଆସିବା ପାଇଁ କହିଥିଲେ। ସେଠାରେ ଏଚ୍ଆର ମୁଖ୍ୟ ବୈଜୟନ୍ତୀ କରଙ୍କୁ ଦେଖା କରିବ ଆଉ ଯେ ଯେଉଁ କାଗଜପତ୍ର ଦେବେ ସେଥିରେ ଦସ୍ତଖତ କରିବ। ସମ୍ପାଦକଙ୍କ ଆଦେଶ ଅନୁସାରେ ମୁଁ କଟକ କାର୍ଯ୍ୟାଳୟରେ ପହଞ୍ଚିବା ପରେ ସେଠାରେ ମୋ ଦରମା ପ୍ରମାଣପତ୍ରରେ ୨୨୦୦୦ ଟଙ୍କାରୁ ଅଧିକ ଦରମା ଲେଖାଥିବା ଦେଖିଲି। ଯେତେବେଳେ କି ମୋ ଦରମା ମାତ୍ର ୩୬୫୦ ଟଙ୍କା ଥିଲା। ତେବେ ପ୍ରକୃତପକ୍ଷେ ଏହି ପ୍ରମାଣପତ୍ର ଜାଲ ଥିଲା ବୋଲି ମୁଁ ପରେ ଜାଣିବାକୁ ପାଇଲି। ମୋ ଦସ୍ତଖତ ନେଇ ବ୍ୟାଙ୍କରୁ ଋଣ କଲେ; କିନ୍ତୁ ମାସକୁ ମାସ ମୋ ଦରମାରୁ ୮୦୦ ଟଙ୍କା କାଟିବା ଆରମ୍ଭ ହେଲା। ମୋ ଭଳି ଶହ ଶହ କର୍ମଚାରୀଙ୍କ ନାମରେ ଋଣ କରି ଆଣୁଥିବା ଟଙ୍କାରୁ ଟଙ୍କାଟିଏ ବି ସମ୍ବାଦରେ ବିନିଯୋଗ ହୋଇନଥିଲା; ବରଂ ଅୟସ କରିବା ଓ ଜମି କିଣାରେ ତାହା ବିନିଯୋଗ ହୋଇଥିଲା।
ଶ୍ରୀ ଦେଓ କହିଛନ୍ତି, ଗୋଟିଏ ଋଣ ସେମାନେ ପରିଶୋଧ ପରେ ଆଉ ଏକ ଋଣ କରିବା ପାଇଁ ମୋ ଉପରେ ଚାପ ପକାଇଲେ। ମୁଁ ରାଜି ନ ହେବାରୁ ମୋତେ ବିଭାଗୀୟ ମୁଖ୍ୟ ଭାବେ ରାଉରକେଲା ବଦଳି କରାଯାଇଥିଲା। ସେଠାରେ ମୋ ସହକର୍ମୀଙ୍କ ନାମରେ ଜାଲିଆତି କରି ଋଣ ପାଇଁ ଉଦ୍ୟମ କରାଗଲା। ମୁଁ ଏହାର ବିରୋଧ କରିବାରୁ ମୋତେ ପୁଣି ଅନୁଗୁଳ ବଦଳି କରାଗଲା। ମୁଁ ଯେତେବେଳେ ନିଜ ବ୍ୟକ୍ତିଗତ ଆବଶ୍ୟକତା ପାଇଁ ବ୍ୟାଙ୍କକୁ ଋଣ ପାଇଁ ଗଲି ସେତେବେଳେ ତୁମ ନାମରେ ଋଣ ରହିଛି ଏବଂ ତୁମକୁ ଦେବାଳିଆ ଘୋଷିତ କରାଯାଇଛି ବୋଲି ବ୍ୟାଙ୍କ କର୍ତ୍ତୃପକ୍ଷ ଶୁଣାଇ ଦେଇ ଋଣ ଦେବାକୁ ସଫା ସଫା ମନା କରିଦେଲେ। ଏହାର ପ୍ରତିବାଦ କରିବାରୁ ସୌମ୍ୟ ବାବୁଙ୍କ ନିର୍ଦ୍ଦେଶରେ ମୋତେ ମାନସିକ ନିର୍ଯାତନା ଦେବା ଆରମ୍ଭ ହୋଇଥିଲା। ଅନୁଗୁଳ ଯିବା ପରେ ବି ମୋତେ ମାନସିକ ନିର୍ଯାତନା ଦିଆଯିବାରୁ ବାଧ୍ୟ ହୋଇ ମୁଁ ସମ୍ବାଦରୁ ଇସ୍ତଫା ଦେଇଥିଲି। ଅଳ୍ପ କିଛି ଦରମା ଉପରେ ନିର୍ଭରଶୀଳ ମୋ ଭଳି ଶହ ଶହ କର୍ମଚାରୀଙ୍କ ଟଙ୍କାରେ ସୌମ୍ୟ ବାବୁ କୋଟିପତି ହୋଇଛନ୍ତି। ଯାହାର ସ୍ୱାଭିମାନ ବୋଲି କିଛି ନାହିଁ ସେ ଆଜି ସ୍ୱାଭିମାନର ଡିଣ୍ଡିମ ପିଟୁଛି। ଯିଏ ଦିନ ରାତି ପରିଶ୍ରମ କରି ତାଙ୍କ ସଂସ୍ଥାକୁ ଆଗକୁ ବଢ଼଼ଉଛି ତାକୁ ଶୋଷଣ କରୁଥିବା ଲୋକ କିପରି ସ୍ୱାଭିମାନୀ ହୋଇପାରିବ? ମନ୍ତ୍ରୀ ପଦ ନ ପାଇ ଆଜି ସୌମ୍ୟ ବାବୁ ସରକାରଙ୍କୁ ବ୍ଲାକ୍ମେଲ୍ କରୁଛନ୍ତି। ଯାହା ଦୟାରେ ଟିକଟ ନେଇ ନିର୍ବାଚନ ଜିତିଲେ, ତାଙ୍କୁ ବ୍ଲାକ୍ମେଲ୍ କରୁଥିବା ଲୋକ କେବେ ସ୍ୱାଭିମାନୀ ହୋଇନପାରେ। ସୌମ୍ୟ ବାବୁ ଯେଉଁ ଅପକର୍ମ କରିଛନ୍ତି ତାହାର ପରିଣାମ ଏବେ ସେ ଭୋଗ କରୁଛନ୍ତି ବୋଲି ଶ୍ରୀ ଦେଓ କହିଛନ୍ତି।