ଖରାରେ ସିଝୁଛି ସାରା ଓଡ଼ିଶା: ୪୪.୪ ଡ଼ିଗ୍ରୀ ତାତି ସହ ସୋନପୁର ରାଜ୍ୟର ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର: ରାଜ୍ଯରେ ବୃଦ୍ଧି ପାଉଛି ତାପମାତ୍ରା। ଖରାରେ ସିଝୁଛି ସାରା ଓଡ଼ିଶା। ଆଜି  ରେକର୍ଡ କରାଯାଇଥିବା ଦିନ ତାପମାତ୍ରା ମଧ୍ଯରେ ୨୧ ଟି ଜିଲ୍ଲାର ଦିନ ତାପମାତ୍ରା ୪୦ ଡ଼ିଗ୍ରୀ ଠାରୁ ଅଧିକ ରେକର୍ଡ କରାଯାଇଛି। ସୋନପୁରରେ ସର୍ବାଧିକ ୪୪.୪ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ବଲାଙ୍ଗୀର ୪୪.୩ ଡିଗ୍ରୀ,  ଟିଟିଲାଗଡ଼ ୪୩.୫ ଡିଗ୍ରୀ, ବୌଦ୍ଧର ତାପମାତ୍ରା ୪୩ ଡିଗ୍ରୀ ରହିଛି। ଅନଗୁଳ- ୪୩.୧,  ବାରିପଦା -୪୧, ଝାରସୁଗୁଡ଼ା- ୪୨.୮, କେନ୍ଦୁଝର- ୪୦.୨, ସମ୍ବଲପୁର- ୪୨.୪, ସୁନ୍ଦରଗଡ଼- […]

ଭୁବନେଶ୍ୱର: ରାଜ୍ଯରେ ବୃଦ୍ଧି ପାଉଛି ତାପମାତ୍ରା। ଖରାରେ ସିଝୁଛି ସାରା ଓଡ଼ିଶା। ଆଜି  ରେକର୍ଡ କରାଯାଇଥିବା ଦିନ ତାପମାତ୍ରା ମଧ୍ଯରେ ୨୧ ଟି ଜିଲ୍ଲାର ଦିନ ତାପମାତ୍ରା ୪୦ ଡ଼ିଗ୍ରୀ ଠାରୁ ଅଧିକ ରେକର୍ଡ କରାଯାଇଛି। ସୋନପୁରରେ ସର୍ବାଧିକ ୪୪.୪ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ବଲାଙ୍ଗୀର ୪୪.୩ ଡିଗ୍ରୀ,  ଟିଟିଲାଗଡ଼ ୪୩.୫ ଡିଗ୍ରୀ, ବୌଦ୍ଧର ତାପମାତ୍ରା ୪୩ ଡିଗ୍ରୀ ରହିଛି।

ଅନଗୁଳ- ୪୩.୧,  ବାରିପଦା -୪୧, ଝାରସୁଗୁଡ଼ା- ୪୨.୮, କେନ୍ଦୁଝର- ୪୦.୨, ସମ୍ବଲପୁର- ୪୨.୪, ସୁନ୍ଦରଗଡ଼- ୪୨.୫, ହୀରାକୁଦ- ୪୧.୬, ଭବାନୀପାଟଣା- ୪୨.୦, ତାଳଚେର- ୪୦.୬, ଭଦ୍ରକ- ୪୦, ଢେଙ୍କାନାଳ- ୪୦, ଦେବଗଡ଼- ୪୨, ବରଗଡ଼- ୪୦.୫, ନୂଆପଡ଼ା- ୪୧, ଖୋର୍ଦ୍ଧା- ୪୦, ପାରଳାଖେମୁଣ୍ଡୀ- ୪୧, ମାଲକାନାଗିରିର ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ କରାଯାଇଛି।

About The Author: The Sakala